୧୧ନଂ. ଜୋନ ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଭାଗୀରଥି

ଗୋପ,୪।୪(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ -ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଚୟନ କରାଯାଇଛି। ସୋମବାର ରାତି ୯ଟାରେ ଗୋପ ବ୍ଲକ ଅନ୍ତର୍ଗତ ମଦରଙ୍ଗ ନିକଟସ୍ଥ ନୀଳକଣ୍ଠେଶର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବିଜେଡିର ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ପ୍ରାର୍ଥୀ ଭାବେ ଭାଗୀରଥି ସେନାପତିଙ୍କ ନାମ ଘୋଷଣା କରିଛନ୍ତି। ଭାଗୀରଥି ସେନାପତି ରବିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବେଳେ ସୋମବାର ବିଜେଡିରେ ନିଜ କର୍ମୀଙ୍କ ସହ ଯୋଗଦେଇଥିଲେ। ପ୍ରକାଶ ଯେ, ଏହି ୧୧ ନମ୍ବର ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ମେ ୨ରେ ଉପନିର୍ବାଚନ ହେବ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ତାରିଖ ଘୋଷଣା ପରେ ବିଜେଡି, ଭାଜପାଓ କଂଗ୍ରେସ ଦଳ ମଧ୍ୟରେ ଏକ ପ୍ରକାର ପ୍ରାର୍ଥୀ ହେବା ପାଇଁ ଟଣାଓଟରା ଆରମ୍ଭ ହୋଇଥିଲା। କଂଗ୍ରେସର ସେତେଟା ଭଲ ସ୍ଥିତି ନ ଥିବାରୁ ବରିଷ୍ଠ କଂଗ୍ରେସ କର୍ମୀ ପ୍ରମୋଦ କୁମାର ରାୟ ଦଳରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇ ଦଳ ପକ୍ଷରୁ ଲଢ଼ିବାକୁ ସ୍ଥିର ହୋଇଥିଲା। ଏବେ ଭାଗୀରଥି ସେନାପତି ଗତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସରୁ ଲଢ଼ୁଥିବା ବେଳେ ଏବେ ଶତାଧିକ କର୍ମୀଙ୍କୁ ନେଇ ବିଜେଡିରେ ଯୋଗଦେଇଥିବା ବେଳେ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ। ଏପଟେ କଂଗ୍ରେସ ପ୍ରାର୍ଥୀ ନ ପାଇ ଜଣେ ଯୁବକଙ୍କୁ କେବଳ ସମ୍ମାନ ରକ୍ଷା କରିବା ପାଇଁ ପ୍ରାର୍ଥୀ ମନୋନୟନ କରିଛି। ସେ ଯାହାହେଉ ବିଜେଡି ଦଳର ତଥା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଶେଷ ସମୟରେ ଗୋଟିଚାଳନା ଏବେ ଆଗଧାଡିର ଦୁଇ ଦଳକୁ ଚକମା ଦେବା ସହିତ ବିପୁଳ ଭୋଟ ବ୍ୟବଧାନରେ ବିଜେଡିର ଭାଗୀରଥି ବିଜୟୀ ହେବ ବୋଲି ଜଣାପଡିଛି। ସେପଟେ ଭାଜପା କିଛିଟା ଆଗରେ ଥିବା ସମୟରେ କଂଗ୍ରେସ କେବଳ ଦଳର ସମ୍ମାନ ରକ୍ଷା କରିବା ପ୍ରୟାସରେ ରହିଛି। ବିଜେଡି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ଦାଶ ଯୋଗ ଦେଇ ନବୀନ ପଟ୍ଟନାୟକ ବିକାଶର ଚିନ୍ତା ଧାରା ସହ ଗାଁରେ ବିକାଶର ଚିତ୍ରରେ ଭୋଟ ଆମ ପ୍ରାର୍ଥୀଙ୍କୁ ୯ଟି ପଞ୍ଚାୟତରେ ରହିଥିବା ୧୨୫ ଖଣ୍ତ ୮୦ଭାଗ ମିଳିବ ବୋଲି ସୂଚନା ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କୃଷ୍ଣଚନ୍ଦ୍ର ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ଗନ୍ଧର୍ବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri