୧୧ନଂ. ଜୋନ ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଭାଗୀରଥି

ଗୋପ,୪।୪(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ -ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଚୟନ କରାଯାଇଛି। ସୋମବାର ରାତି ୯ଟାରେ ଗୋପ ବ୍ଲକ ଅନ୍ତର୍ଗତ ମଦରଙ୍ଗ ନିକଟସ୍ଥ ନୀଳକଣ୍ଠେଶର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବିଜେଡିର ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ପ୍ରାର୍ଥୀ ଭାବେ ଭାଗୀରଥି ସେନାପତିଙ୍କ ନାମ ଘୋଷଣା କରିଛନ୍ତି। ଭାଗୀରଥି ସେନାପତି ରବିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବେଳେ ସୋମବାର ବିଜେଡିରେ ନିଜ କର୍ମୀଙ୍କ ସହ ଯୋଗଦେଇଥିଲେ। ପ୍ରକାଶ ଯେ, ଏହି ୧୧ ନମ୍ବର ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ମେ ୨ରେ ଉପନିର୍ବାଚନ ହେବ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ତାରିଖ ଘୋଷଣା ପରେ ବିଜେଡି, ଭାଜପାଓ କଂଗ୍ରେସ ଦଳ ମଧ୍ୟରେ ଏକ ପ୍ରକାର ପ୍ରାର୍ଥୀ ହେବା ପାଇଁ ଟଣାଓଟରା ଆରମ୍ଭ ହୋଇଥିଲା। କଂଗ୍ରେସର ସେତେଟା ଭଲ ସ୍ଥିତି ନ ଥିବାରୁ ବରିଷ୍ଠ କଂଗ୍ରେସ କର୍ମୀ ପ୍ରମୋଦ କୁମାର ରାୟ ଦଳରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇ ଦଳ ପକ୍ଷରୁ ଲଢ଼ିବାକୁ ସ୍ଥିର ହୋଇଥିଲା। ଏବେ ଭାଗୀରଥି ସେନାପତି ଗତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସରୁ ଲଢ଼ୁଥିବା ବେଳେ ଏବେ ଶତାଧିକ କର୍ମୀଙ୍କୁ ନେଇ ବିଜେଡିରେ ଯୋଗଦେଇଥିବା ବେଳେ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ। ଏପଟେ କଂଗ୍ରେସ ପ୍ରାର୍ଥୀ ନ ପାଇ ଜଣେ ଯୁବକଙ୍କୁ କେବଳ ସମ୍ମାନ ରକ୍ଷା କରିବା ପାଇଁ ପ୍ରାର୍ଥୀ ମନୋନୟନ କରିଛି। ସେ ଯାହାହେଉ ବିଜେଡି ଦଳର ତଥା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଶେଷ ସମୟରେ ଗୋଟିଚାଳନା ଏବେ ଆଗଧାଡିର ଦୁଇ ଦଳକୁ ଚକମା ଦେବା ସହିତ ବିପୁଳ ଭୋଟ ବ୍ୟବଧାନରେ ବିଜେଡିର ଭାଗୀରଥି ବିଜୟୀ ହେବ ବୋଲି ଜଣାପଡିଛି। ସେପଟେ ଭାଜପା କିଛିଟା ଆଗରେ ଥିବା ସମୟରେ କଂଗ୍ରେସ କେବଳ ଦଳର ସମ୍ମାନ ରକ୍ଷା କରିବା ପ୍ରୟାସରେ ରହିଛି। ବିଜେଡି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ଦାଶ ଯୋଗ ଦେଇ ନବୀନ ପଟ୍ଟନାୟକ ବିକାଶର ଚିନ୍ତା ଧାରା ସହ ଗାଁରେ ବିକାଶର ଚିତ୍ରରେ ଭୋଟ ଆମ ପ୍ରାର୍ଥୀଙ୍କୁ ୯ଟି ପଞ୍ଚାୟତରେ ରହିଥିବା ୧୨୫ ଖଣ୍ତ ୮୦ଭାଗ ମିଳିବ ବୋଲି ସୂଚନା ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କୃଷ୍ଣଚନ୍ଦ୍ର ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ଗନ୍ଧର୍ବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?