Posted inଜାତୀୟ

ତୃତୀୟ ଥର ପାଇଁ ଭୁଶୁଡ଼ିଲା ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ୍‌, ପାଣିରେ ପଡ଼ିଲା ୧୭୧୦ କୋଟି ଟଙ୍କାର ଯୋଜନା

ପାଟ୍‌ନା,୧୭ା୮: ବିହାରରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍‌ ଭଶୁଡ଼ି ପଡ଼ିଛି।  ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍‌ ବିଶିଷ୍ଟ ଏହି ବ୍ରିଜ୍‌ ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି। ସୁଲତାନଞ୍ଜରୁ ଆଗଓ୍ବାନି ଘାଟ ପର୍ଯ୍ୟନ୍ତ ନଅରୁ ଦଶ ନମ୍ବର ପିଲାର୍‌ ମଧ୍ୟରେ ଥିବା ଅଂଶ ଗଙ୍ଗା ନଦୀରେ ଖସିପଡ଼ିଛି। ଏସ୍‌ପି ସିଙ୍ଗଲା କମ୍ପାନୀ ଏହି ମହାସେତୁ ନିର୍ମାଣକରୁଛି। ଖାଗରିଆ ଏବଂ ଭାଗଲପୁର ଜିଲାକୁ ସଂଯୋଗ କରିବା ପାଇଁ ଭାଗଲପୁର ଜିଲାର ସୁଲତାନଞ୍ଜରେ ଏହି ବ୍ରିଜ୍‌ ନିର୍ମାଣ କରାଯାଉଛି।

ଏହାପୂର୍ବରୁ ୪ ଜୁନ୍‌ ୨୦୨୩ରେ ସୁଲତାନଗଞ୍ଜ-ଆଗଓ୍ବାନି ବ୍ରିଜ୍‌ ଗଙ୍ଗା ନଦୀରେ ପଡ଼ିଥିଲା। ନିର୍ମାଣାଧୀନ ବ୍ରିଜ୍‌ର ଗଠନ ଯୋଗୁ ଏହା ପଡ଼ିଯାଇଥିଲା। ଏହି ସମୟରେ ବ୍ରିଜ ଉପରେ ଡ୍ୟୁଟିରେ ଥିବା ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ବ୍ରିଜ୍‌ଟି ପ୍ରାୟ ୨୦୦ ମିଟିର ପର୍ଯ୍ୟନ୍ତ ଖସିପଡ଼ିଥିଲା।

ଏହାପୂର୍ବରୁ ୨୭ ଏପ୍ରିଲ ୨୦୨୨ରେ ମଧ୍ୟ ବ୍ରିଜ୍‌ଟି ଖସିପଡ଼ିଥିଲା ପ୍ରବଳ ଝଡ଼ ଓ ବର୍ଷା ହେତୁ ପ୍ରାୟ ୧୦୦ ଫୁଟ ଲମ୍ବର ଅଂଶ ନଦୀରେ ପଡ଼ିଯାଇଥିଲା। ତେବେ ସେହି ସମୟରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ଏହା ପରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା। ଏଥର ଏହି ମହାସେତୁର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇସାରିଥିଲା। ଠିକ୍‌ ଏହି ସମୟରେ ମଧ୍ୟ ଏହା ଭୁଶୁଡ଼ି ପଡ଼ିଛି।

ସୂଚନାଯୋଗ୍ୟ, ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ ଉତ୍ତର ଏବଂ ଦକ୍ଷିଣ ବିହାରକୁ ସଂଯୋଗ କରୁଥିବା ବିହାର ସରକାରଙ୍କ ଏକ ଉଚ୍ଚକୋଟୀର ପ୍ରକଳ୍ପ। ଏହି ପ୍ରକଳ୍ପର ପ୍ରାରମ୍ଭିକ ମୂଲ୍ୟ ୧୭୧୦.୭୭ କୋଟି ଟଙ୍କା ଥିଲା। ୨୩ ଫେବୃଆରୀ ୨୦୧୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମୂଳଦୁଆ ପକାଇଥିଲେ। ଏହି ବ୍ରିଜ୍‌ ଏବଂ ରାସ୍ତା ନିର୍ମାଣ ସହିତ ଏନ୍‌ଏଚ୍‌ ୩୧ ଏବଂ ଏନ୍‌ଏଚ୍‌ ୮୦ ସଂଯୋଗ ହେବ। ଏହି ବ୍ରିଜ୍‌ର ଲମ୍ବ ୩.୧୬୦ କିଲୋମିଟର ହୋଇଥିବା ବେଳେ ଆପ୍ରୋଚ୍‌ ରୋଡ୍‌ର ଦୈର୍ଘ୍ୟ ୨୫ କିଲୋମିଟର।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ...

ଜୟଙ୍କ ନେତୃତ୍ୱରେ ୧ ନମ୍ବର ଜିଲା ହେବ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର...

ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

ପାରାଦୀପ ୧୬ା୧୧(ଶରତ ରାଉତ): ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ...

ବିବାହ ପୂର୍ବରୁ କନ୍ୟାକୁ ହତ୍ୟାକଲେ ବର

ଅହମଦାବାଦ,୧୫ା୧୧: ଗୁଜରାଟର ଭାବନଗରରେ ଶନିବାର ଏକ ବିବାହ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର କିଛି ସମୟ ପୂର୍ବରୁ ବର ସାଜନ ବରାଇୟା ୨୨ ବର୍ଷୀୟ କନ୍ୟା...

ହେଲା କନଫର୍ମ… ଏହିଦିନ ଇସ୍ତଫା ଦେବେ ନୀତୀଶ! ଜାଣନ୍ତୁ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ପାଟନା,୧୫।୧୧: ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଫଳାଫଳ ପରେ, ଭାଜପା ଏବଂ ଏନଡିଏ ମେଣ୍ଟ ଏକ ବଡ଼...

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୧: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ...

ଲାଞ୍ଜିଗଡ଼ର ବିକାଶ ପାଇଁ ଜିଲାପାଳଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୧୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହରକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯିବା ପାଇଁ ରାଜ୍ୟ ସରକାରଙ୍କୁ...

୮ ଏସ୍‌ସିବି ମେଡିକାଲ କର୍ମଚାରୀଙ୍କୁ ନୋଟିସ, ସରପ୍ରାଇଜ ଭିଜିଟ ସମୟରେ ଧରିଲେ ମେଡିକାଲ କର୍ତ୍ତୃପକ୍ଷ

କଟକ, ୧୫।୧୧ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଡ୍ୟୁଟି ସମୟରେ ଅନୁପସ୍ଥିତ ରହିଥିବା ୮ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri