ଧାରଣାରେ ବସିଲେ ସଫେଇ କର୍ମଚାରୀ

ଭଦ୍ରକ ଅଫିସ,୧୯/୮:ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀ ୧୦ ମାସର ଇପିଏଫ ଇଏସଆଇ ଟଙ୍କା ପାଇ ନ ଥିବାରୁ ଶୁକ୍ରବାର ସକାଳ ୬ଟାରୁ ଧାରଣାରେ ବସିଛନ୍ତି। ୩୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ପୌରପାଳିକା କାର୍ଯ୍ୟାଳୟ ଫାଟକ ଆଗରେ ଆମରଣ ଅନଶନରେ ବସି ରହିଛନ୍ତି। କାର୍ଯ୍ୟାଳୟରେ ଫାଟକରେ ତାଲା ବନ୍ଦ କରି ଭିତରେ ଅଫିସ କାମ ଚାଲୁ ରହିଛି। ଶୃଙ୍ଖଳା ରକ୍ଷା ପାଇଁ ଟାଉନ ଥାନା ପୋଲିସ ମୁତୟନ ରହିଛନ୍ତି।