ଭାଜପା ଫୋକସ୍‌ରେ ଭଦ୍ରକ ଲୋକ ସଭା ଆସନ

ଭଦ୍ରକ,୨।୩ (ସନାତନ ରାଉତ): ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ଭାଜପା ଭଦ୍ରକ ସଂରକ୍ଷିତ ଲୋକ ସଭା ଆସନ ହରାଇଥିଲା। ଏଥର ଦଳ ଏହି ନିର୍ବାଚନମଣ୍ଡଳୀ ଉପରେ ଅଧିକ ଫୋକସ୍‌ କରୁଥିବା ଆଭାସ ମିଳିଲାଣି। ୧୯୯୮ଠାରୁ ଲଗାତର ବିଜେଡି ଦଖଲରେ ଭଦ୍ରକ ଲୋକ ସଭା ଆସନ ରହିଥିବା ବେଳେ ୨୦୧୯ ନିର୍ବାଚନରେ ଦଳର ବିଜୟ ବ୍ୟବଧାନ ବହୁମାତ୍ରାରେ ହ୍ରାସ ପାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁଙ୍କୁ ଭାଜପା ପ୍ରାର୍ଥୀ କରିଥିବା ବେଳେ ସେ ମାତ୍ର ୨୮,୮୦୩ ଖଣ୍ଡ ଭୋଟ୍‌ରେ ବିଜେଡିର ମଞ୍ଜୁଲତା ମଣ୍ଡଳଙ୍କଠାରୁ ପରାଜିତ ହୋଇଥିଲେ। ଅଭିମନ୍ୟୁଙ୍କୁ ବିଜେଡିରୁ ଟିକେଟ ନ ମିଳିବାରୁ ଅର୍ଜୁନ ଦଳ ଛାଡ଼ି ଭାଜପାରେ ସାମିଲ ହେବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। କାରଣ ଅର୍ର୍ଜୁନ ଚରଣ ସେଠୀ ଦୀର୍ଘବର୍ଷ ଧରି ବିଜେଡିରୁ ଏମ୍‌ପି ରହିଆସିଥିଲେ। ଅପରପକ୍ଷେ ବିଜେଡି ପ୍ରଥମ ଥର ପାଇଁ ଏହି ଆସନରେ ମହିଳା କାର୍ଡ ଖେଳି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ପ୍ରାର୍ଥୀ କରି ବାଜି ମାରି ନେଇଥିଲା।
ଭଦ୍ରକ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବାଲେଶ୍ୱର ଜିଲାର ସୋର ଓ ସିମୁଳିଆକୁ ମିଶାଇଲେ ମୋଟ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଭଦ୍ରକ ଲୋକ ସଭା ଆସନ ଗଠିତ। ଏହି ଆସନରେ ୨୦୧୪ରେ ଭାଜପାର ଭୋଟ ପ୍ରତିଶତ ୨୦.୦୩ ଥିବାବେଳେ ୨୦୧୯ରେ ଏହା ୩୯. ୫୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୪ରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିବା ସହ ଭୋଟ ପ୍ରତିଶତ ୨୯.୮୬ରୁ ହ୍ରାସ ପାଇ ୧୬.୯୮ରେ ରହିଥିଲା। ୨୦୧୯ରେ ଭାଜପା ପ୍ରାର୍ଥୀ ଅଭିମନ୍ୟୁଙ୍କୁ ୪ ଲକ୍ଷ ୮୩ ହଜାର ୫୦୨ ଏବଂ ବିଜେଡି ପ୍ରାର୍ଥୀ ମଞ୍ଜୁଲତାଙ୍କୁ ୫ ଲକ୍ଷ ୧୨ ହଜାର ୩୦୫ ଭୋଟ ମିଳିଥିଲା। ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ହାରିଥିବା ଆସନଗୁଡ଼ିକୁ ଭାଜପା ଫୋକସ୍‌ କରିଥିବା ବେଳେ ଭଦ୍ରକ ଲୋକ ସଭା ଆସନରେ ଅଭିମନ୍ୟୁଙ୍କୁ ଜିତାଇବା ନେଇ ଏବେଠାରୁ ଦଳୀୟ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଅଭିମନ୍ୟୁ ମଧ୍ୟ ଲୋକ ସଭା କ୍ଷେତ୍ରର ବିଭିନ୍ନ ଅଞ୍ଚଳକୁ ବାରମ୍ବାର ଗସ୍ତ କରିବା ସହ ଲୋକସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି। ଜିଲାରୁ ମନମୋହନ ସାମଲ ଭାଜପା ରାଜ୍ୟ ସଭାପତି ଭାବେ ମଙ୍ଗ ଧରିଥିବା ବେଳେ ଭଦ୍ରକ ଲୋକ ସଭା ଓ ବିଧାନସଭା ଆସନଗୁଡ଼ିକୁ ହାତେଇବା ପାଇଁ ଅନ୍ୟ ଦଳର ନେତା ଓ ସଙ୍ଗଠକମାନଙ୍କୁ ଦଳରେ ମିଶାଇଚାଲିଥିବା ଦେଖିବାକୁ ମିଳୁଛି। ତାଙ୍କ ନେତୃତ୍ୱରେ ଦଳ ଧାମନଗର ଉପନିର୍ବାଚନ ଜିତି ନେଇଥିବା ବେଳେ ଏହି ଆଧାରରେ ଜିଲାରେ ଭାଜପା ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷେ ଜିଲାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡିରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିସହିତ ଦଳୀୟ କନ୍ଦଳ ସୃଷ୍ଟି ହେଉଥିବାରୁ ବିଜେଡି ମଞ୍ଜୁଲତାଙ୍କୁ କିମ୍ବା ତାଙ୍କ ସ୍ବାମୀ ମୁକ୍ତିକାନ୍ତଙ୍କୁ ଲୋକ ସଭା ପ୍ରାର୍ଥୀ କରିବ ନା ମଣ୍ଡଳ ଦମ୍ପତିଙ୍କୁ ବାଦ୍‌ ଦେଇ ତୃତୀୟ ବିକଳ୍ପ ଭାବେ ନୂଆ ମୁହଁ ଦେବ, ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri