ଭାଜପା ଫୋକସ୍‌ରେ ଭଦ୍ରକ ଲୋକ ସଭା ଆସନ

ଭଦ୍ରକ,୨।୩ (ସନାତନ ରାଉତ): ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ଭାଜପା ଭଦ୍ରକ ସଂରକ୍ଷିତ ଲୋକ ସଭା ଆସନ ହରାଇଥିଲା। ଏଥର ଦଳ ଏହି ନିର୍ବାଚନମଣ୍ଡଳୀ ଉପରେ ଅଧିକ ଫୋକସ୍‌ କରୁଥିବା ଆଭାସ ମିଳିଲାଣି। ୧୯୯୮ଠାରୁ ଲଗାତର ବିଜେଡି ଦଖଲରେ ଭଦ୍ରକ ଲୋକ ସଭା ଆସନ ରହିଥିବା ବେଳେ ୨୦୧୯ ନିର୍ବାଚନରେ ଦଳର ବିଜୟ ବ୍ୟବଧାନ ବହୁମାତ୍ରାରେ ହ୍ରାସ ପାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁଙ୍କୁ ଭାଜପା ପ୍ରାର୍ଥୀ କରିଥିବା ବେଳେ ସେ ମାତ୍ର ୨୮,୮୦୩ ଖଣ୍ଡ ଭୋଟ୍‌ରେ ବିଜେଡିର ମଞ୍ଜୁଲତା ମଣ୍ଡଳଙ୍କଠାରୁ ପରାଜିତ ହୋଇଥିଲେ। ଅଭିମନ୍ୟୁଙ୍କୁ ବିଜେଡିରୁ ଟିକେଟ ନ ମିଳିବାରୁ ଅର୍ଜୁନ ଦଳ ଛାଡ଼ି ଭାଜପାରେ ସାମିଲ ହେବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। କାରଣ ଅର୍ର୍ଜୁନ ଚରଣ ସେଠୀ ଦୀର୍ଘବର୍ଷ ଧରି ବିଜେଡିରୁ ଏମ୍‌ପି ରହିଆସିଥିଲେ। ଅପରପକ୍ଷେ ବିଜେଡି ପ୍ରଥମ ଥର ପାଇଁ ଏହି ଆସନରେ ମହିଳା କାର୍ଡ ଖେଳି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ପ୍ରାର୍ଥୀ କରି ବାଜି ମାରି ନେଇଥିଲା।
ଭଦ୍ରକ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବାଲେଶ୍ୱର ଜିଲାର ସୋର ଓ ସିମୁଳିଆକୁ ମିଶାଇଲେ ମୋଟ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଭଦ୍ରକ ଲୋକ ସଭା ଆସନ ଗଠିତ। ଏହି ଆସନରେ ୨୦୧୪ରେ ଭାଜପାର ଭୋଟ ପ୍ରତିଶତ ୨୦.୦୩ ଥିବାବେଳେ ୨୦୧୯ରେ ଏହା ୩୯. ୫୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୪ରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିବା ସହ ଭୋଟ ପ୍ରତିଶତ ୨୯.୮୬ରୁ ହ୍ରାସ ପାଇ ୧୬.୯୮ରେ ରହିଥିଲା। ୨୦୧୯ରେ ଭାଜପା ପ୍ରାର୍ଥୀ ଅଭିମନ୍ୟୁଙ୍କୁ ୪ ଲକ୍ଷ ୮୩ ହଜାର ୫୦୨ ଏବଂ ବିଜେଡି ପ୍ରାର୍ଥୀ ମଞ୍ଜୁଲତାଙ୍କୁ ୫ ଲକ୍ଷ ୧୨ ହଜାର ୩୦୫ ଭୋଟ ମିଳିଥିଲା। ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ହାରିଥିବା ଆସନଗୁଡ଼ିକୁ ଭାଜପା ଫୋକସ୍‌ କରିଥିବା ବେଳେ ଭଦ୍ରକ ଲୋକ ସଭା ଆସନରେ ଅଭିମନ୍ୟୁଙ୍କୁ ଜିତାଇବା ନେଇ ଏବେଠାରୁ ଦଳୀୟ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଅଭିମନ୍ୟୁ ମଧ୍ୟ ଲୋକ ସଭା କ୍ଷେତ୍ରର ବିଭିନ୍ନ ଅଞ୍ଚଳକୁ ବାରମ୍ବାର ଗସ୍ତ କରିବା ସହ ଲୋକସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି। ଜିଲାରୁ ମନମୋହନ ସାମଲ ଭାଜପା ରାଜ୍ୟ ସଭାପତି ଭାବେ ମଙ୍ଗ ଧରିଥିବା ବେଳେ ଭଦ୍ରକ ଲୋକ ସଭା ଓ ବିଧାନସଭା ଆସନଗୁଡ଼ିକୁ ହାତେଇବା ପାଇଁ ଅନ୍ୟ ଦଳର ନେତା ଓ ସଙ୍ଗଠକମାନଙ୍କୁ ଦଳରେ ମିଶାଇଚାଲିଥିବା ଦେଖିବାକୁ ମିଳୁଛି। ତାଙ୍କ ନେତୃତ୍ୱରେ ଦଳ ଧାମନଗର ଉପନିର୍ବାଚନ ଜିତି ନେଇଥିବା ବେଳେ ଏହି ଆଧାରରେ ଜିଲାରେ ଭାଜପା ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷେ ଜିଲାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡିରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିସହିତ ଦଳୀୟ କନ୍ଦଳ ସୃଷ୍ଟି ହେଉଥିବାରୁ ବିଜେଡି ମଞ୍ଜୁଲତାଙ୍କୁ କିମ୍ବା ତାଙ୍କ ସ୍ବାମୀ ମୁକ୍ତିକାନ୍ତଙ୍କୁ ଲୋକ ସଭା ପ୍ରାର୍ଥୀ କରିବ ନା ମଣ୍ଡଳ ଦମ୍ପତିଙ୍କୁ ବାଦ୍‌ ଦେଇ ତୃତୀୟ ବିକଳ୍ପ ଭାବେ ନୂଆ ମୁହଁ ଦେବ, ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri