ଭଦ୍ରକ କାଳୀ ପୂଜା: ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶ

ଭଦ୍ରକ ଅଫିସ, ୨ା୧୧- ଭଦ୍ରକର ଐତିହାସିକ କାଳୀପୂଜା ଗୁୁରୁବାର ଆରମ୍ଭ ହେବ। ଭଦ୍ରକ କାଳୀ ପୀଠରେ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଚରମ୍ପାରେ ମଧ୍ୟରାତ୍ରିରୁ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ। ଏବେ ମା’ଙ୍କ ପୂଜାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପୂର୍ବରୁ ମା’କାଳୀଙ୍କ ପୂଜା ଓ ମେଳା ୧୦ ଦିନ ଧରି ଆୟୋଜିତ ହେଉଥିଲା। କିନ୍ତୁ ଏଥର କରୋନା ପାଇଁ ସବୁ ପ୍ରକାର ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି।
୧୦ ଦିନ ବଦଳରେ ମାତ୍ର ୨ ଦିନ ପରେ ମଣ୍ଡପରୁ ମେଲାଣି ନେବେ ମା’। ଏପଟେ କିନ୍ତୁ ମା’ ଭଦ୍ରକାଳୀଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଭଳି ସପ୍ତମାତୃକା ବେଶ ଓ ସପ୍ତସତୀ ମହାଯଜ୍ଞ ଅନୁଷ୍ଠିତ ହେବ। କିନ୍ତୁ ଭକ୍ତଙ୍କୁ ଦର୍ଶନ ମନା। ପୀଠ ନିକଟରେ ୧୪୪ ଧାରା ଜାରି କରିଛି ଜିଲା ପ୍ରଶାସନ। ଚରମ୍ପାର ପଥରକାଳୀ, ହାଇସ୍କୁଲ ପଡ଼ିଆ, ଏରେଇଁ, ବିଶାଣୀଖରିଦା, ଷ୍ଟେଶନ, ଓଏସ୍‌ଆର୍‌ଟିସି ସମେତ ୧୩ଟି ପୂଜା ମଣ୍ଡପରେ ମା ପୂଜା ପାଇବେ। କୋଭିଡ଼ କଟକଣା ମଧ୍ୟରେ ପୂଜାର ଆୟୋଜନ କରାଯିବ। କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ପୂଜା ଫିକା ପଡ଼ୁଥିବାରୁ କମିଟି ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଦୁଃଖ ଦେଖାଦେଇଛି। ପୂଜାକୁ ସୂଚାରୁ ରୂପେ ତୁଲାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରରେ ୧୨ ପ୍ଲାଟୁନ ପୋଲିସ ମୁତୟନ କରାଯିବ। ପ୍ରତି ପୂଜା ମଣ୍ଡପରେ ଆୟୋଜକଙ୍କୁ ମିଶାଇ ୭ଜଣ ରହିପାରିବେ। କିନ୍ତୁ ଭକ୍ତ ଏଥର ମା’ଙ୍କୁ ଦର୍ଶନ କରିପାରିବେ ନାହିଁ। ରାତିରେ କାରିଗରର ଶେଷ ସ୍ପର୍ଶ ଅପେକ୍ଷାରେ ମୂର୍ତ୍ତି ଗୁଡ଼ିକ ରହିଛି। କରୋନା କଟକଣା କାରଣରୁ ଚଳିତ ବର୍ଷ ମୀନାବଜାର, ଯାତ୍ରା ପରିବେଷଣ, ଦୋକାନ ବଜାର ଖୋଲା ଯିବାକୁ ମନା କରାଯାଇଥିବାରୁ ଚରମ୍ପା କାଳୀପୂଜା ବଜାର ଏଥର ଖାଁ ଖାଁ ଲାଗିବ। ଆୟୋଜକ କେବଳ ମାଙ୍କ ପୂଜାବିଧି ଉପରେ ଗୁରୁତ୍ୱ ଦେଇଛନ୍ତି। ସାଜସଜା ମଧ୍ୟ ଗତବର୍ଷ ଭଳି ଦେଖିବାକୁ ମିଳିବ ନାହିଁ ବୋଲି ଚରମ୍ପାବାସୀ ପ୍ରତିକ୍ରିୟା ରଖିଛନ୍ତି। ମୋଟାମୋଟି କାଳୀପୂଜା ବଜାର ଏକପ୍ରକାର ମାନ୍ଦା ରହିବ ବୋଲି କୁହାଯାଇଛି। ଏହି କଟକଣା କାରଣରୁ ରାଜ୍ୟ ତଥା ରାଜ୍ୟ ବାହାରରୁ ବ୍ୟବସାୟୀ ମାନେ ଆସିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri