ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରକ ସିଡିପିଓ

ଭଦ୍ରକ,୧୬ା୮(ସନାତନ ରାଉତ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ବ୍ଲକ ସିଡିପିଓ ସୁନନ୍ଦା ଦାସ। ଭଦ୍ରକ ବ୍ଲକ ସରଗଢ଼ିଆ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ୨୦୨୦ରେ ପ୍ରଶାନ୍ତ କୁମାର ସେଠୀଙ୍କ ଝିଅ ଇତିଶ୍ରୀଙ୍କୁ ସିଡିପିଓ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେତେବେଳେ ଇତିଶ୍ରୀ ଲାଞ୍ଚ ଦେଇ ନ ଥିଲେ। ତେବେ ଲାଞ୍ଚ ନ ଦେଲେ ଚାକିରିରୁ ବାହାର କରିଦେବାକୁ ବାରମ୍ବାର ଧମକ ଦେଉଥିଲେ ସିଡିପିଓ। ତେବେ ବୁଧବାର ପ୍ରଶାନ୍ତଙ୍କ ଠାରୁ ଡିଏସ୍‌ଡବ୍ଲ୍ୟୁଓ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ସିଡିପିଓ ସୁନନ୍ଦା ଦାସ ଓ ସୁପର ଭାଇଜର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।