ଦର୍ଶକଙ୍କ ଭାବାବେଗକୁ ଛୁଇଁଲା ‘ବିୟଣ୍ଡ୍‌ ଦ ବ୍ଲୁଜ୍‌’

ଭୁବନେଶ୍ୱର,୨୪।୯(ଶର୍ମିଷ୍ଠା ପାଣିଗ୍ରାହୀ): ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଏଫ୍‌ଏଫ୍‌ବି) ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ହୋଇଛି। ଚଳିତବର୍ଷ ଅସମାନତା, ଜାତି, ଶ୍ରେଣୀ, ଲିଙ୍ଗ, ପରିବେଶ ବିଜ୍ଞାନ ସମସ୍ୟା ଉପରେ ନିର୍ମିତ ଇଣ୍ଡିଆନ୍‌ ନନ୍‌-ଫିକ୍ସନାଲ୍‌ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ଏହି ଉତ୍ସବରେ ୨୫ଟି ଚଳଚ୍ଚିତ୍ରର ପ୍ରଦର୍ଶନ ହେବାକୁଥିବାବେଳେ ସୁବାଶ୍ରୀ କ୍ରୀଷ୍ଣନ୍‌ଙ୍କ ‘ହ୍ବାଟ୍‌ ଦି ଫିଲ୍ଡସ୍‌ ରିମେମ୍ବର’ରୁ ଶନିବାର ଦ୍ୱିତୀୟ ଦିବସର ପ୍ରଦର୍ଶନ ଆରମ୍ଭ ହୋଇଥିଲା। ବଙ୍ଗଳା ଓ ଇଂଲିଶ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ୧୯୮୩ ଆସାମ ନିଲେ ଗଣହତ୍ୟା ଉପରେ ଆଧାରିତ। ଏଥିରେ ୩ରୁ ୪ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ସ୍ମୃତି ଓ ସେମାନଙ୍କ ପରିବାର ଆଜି ବି କିଭଳି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଛି। ଭାରତର ଏକ ଐତିହାସିକ ବିବାଦକୁ ଚଳଚ୍ଚିତ୍ରରେ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିଲା। ଏହା ପରେ ଦେବଲିନା ମଜୁମଦାର୍‌ଙ୍କ ଚଳଚ୍ଚିତ୍ର ‘ବିୟଣ୍ଡ୍‌ ଦ ବ୍ଲୁଜ୍‌’ ଦର୍ଶକଙ୍କୁ ଆଉଏକ ସାମାଜିକ କାହାଣୀ କହିଥିଲା। ବଙ୍ଗଳା ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି – ନିଲ୍‌ ବୋଲି ଜଣେ ପିଲା ଥିଲା। ଯିଏ ନିଜର ଲିଙ୍ଗଗତ ସମସ୍ୟା ପାଇଁ ଅନେକ ସମସ୍ୟାର ସାମ୍ନା କରୁଥିଲା। ଶେଷରେ ତାକୁ ଘରୁ ମଧ୍ୟ ବାହାରି ଯିବାକୁ ପଡ଼ିଲା। ହେଲେ ବାହାରେ ସେ କିପରି ମୁଣ୍ଡଗୁଞ୍ଜିବାକୁ ସଂଘର୍ଷ କରିଥିଲା ତାହା ଥିଲା କାହଣୀର ପୃଷ୍ଠଭୂମି। ଏହି ଫିଲ୍ମ ଦର୍ଶକଙ୍କ ଭାବାବେଗକୁ ଖୁବ୍‌ ଛୁଇଁଥିଲା। ପରବର୍ତ୍ତୀ ପ୍ରଦର୍ଶନରେ ନୌସିନ ଖାନ୍‌ଙ୍କ ଫିଲ୍ମ ‘ଲ୍ୟାଣ୍ଡ୍‌ ଅଫ୍‌ ମାଇଁ ଡ୍ରିମସ୍‌’ ହିନ୍ଦୁସ୍ତାନୀ ଭାଷାରେ ପ୍ରଦର୍ଶିତ ହୋଇଥିଲା। ୨୦୧୯ରେ ସିଟିଜେନ୍‌ଶିପ୍‌ ଆମେଣ୍ଡ୍‌ମେଣ୍ଟ ଆକ୍ଟକୁ ଶାହିନ ବାଗ୍‌ରେ ବିରୋଧ କରିଥିବା ମହିଳାଙ୍କୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ। ଏହା ପରେ ଆରୟାଙ୍କ ଦ୍ୱାରା ପ୍ରସ୍ତୁତ ‘ଏ ରାଇଫଲ୍‌ ଆଣ୍ଡ୍‌ ବ୍ୟାଗ୍‌’ ଓ ଶେଷରେ ପ୍ରିୟଙ୍କା ଛାବ୍ରାଙ୍କ ‘ଇକ୍ରାନାମ’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଉତ୍ସବର ନିର୍ଦ୍ଦେଶକ ତଥା ଭୁବନେଶ୍ୱର ଫିଲ୍ମ ସୋସାଇଟିର ସଭାପତି ସୁବ୍ରତ ବେଉରା ଇଣ୍ଡିପେଣ୍ଡେଣ୍ଟ୍‌ ନନ୍‌-ଫିକ୍ସନ ଚଳଚ୍ଚିତ୍ରରେ ଏକ୍ସପେରିମେଣ୍ଟାଲ ଓ ନ୍ୟାରେଟିଭ୍‌ ଷ୍ଟୋରୀର ଗୁରୁତ୍ୱ ସମ୍ପର୍କରେ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ଥରୁଛି ସାରା ରାଜ୍ୟ, କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ରହିଛି…

ଭୁବନେଶ୍ୱର,୧୨ା୧୨: ଶୀତରେ ଥରୁଛି ସାରା ରାଜ୍ୟ। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ଧମାଳ ଜିଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କୋରାପୁଟର...

ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଅଗ୍ନିକାଣ୍ଡ: ପାଖରେ ଥିବା ଫର୍ଣ୍ଣିଚର୍‌ ଦୋକାନକୁ ବ୍ୟାପିଲା ନିଆଁ, ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର,୧୨।୧୨: ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ।...

AIIMS ଭୁବନେଶ୍ୱରର ସଫଳତା: ୨୦ ବର୍ଷ ପରେ ସିଧା ହେଲେ ଯୁବକ

ଭୁବନେଶ୍ୱର,୧୨।୧୨: ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପ୍ରାୟ ଦୁଇ ଦଶନ୍ଧି ଧରି ପୀଡ଼ିତ ଥିବା କେନ୍ଦ୍ରାପଡ଼ାର ଜଣେ ୩୭ ବର୍ଷୀୟ ଯୁବକଙ୍କ ଜୀବନରେ AIIMS ଭୁବନେଶ୍ୱର ଅର୍ଥୋପେଡିକ୍...

ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୧୨।୧୨: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅବ୍ୟବସ୍ଥା: ଟିକେଟ ଖଣ୍ଡିଏ ପାଇଁ କସରତ

କଟକ,୧୨।୧୨( ଶିଳ୍ପା ପ୍ରିୟଦର୍ଶିନୀ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଥିବା ଟିକେଟ କାଉଣ୍ଟରରେ ଟିକେଟ ଖଣ୍ଡିଏ ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ  ପଦ ପୂରଣ ହେବ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା):  ରାଜ୍ୟରୁ କିପରି ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ଏବଂ ରାଜ୍ୟବାସୀ ସୁଶାସନ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପୁଣି ଥରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri