Categories: ଖେଳ

କ୍ୟାରିୟରର ଶ୍ରେଷ୍ଠ ଇନିଂସ କହିଲେ କୋହଲି

ମେଲବୋର୍ନ,୨୩ା୧୦: ପାକିସ୍ତାନ ବିପକ୍ଷ ସୁପର-୧୨ ମ୍ୟାଚରେ ଭାରତ ଅବିଶ୍ୱସନୀ ବିଜୟୀ ହୋଇଛି। ଏଥିରେ ୫୩ ବଲରୁ ଅପରାଜିତ ୮୨ ରନ୍‌ର ଦମ୍‌ଦାର ଇନିଂସ ଖେଳିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ୩୧ ରନ୍‌ରେ ଭାରତ ୪ ଉଇକେଟ ହରାଇଥିବା ବେଳେ କୋହଲି ଏକପାଖିଆ ଭାବେ ଭାରତକୁ ବିଜୟୀ କରିଥିଲେ। ତେବେ ଏହି ଇନିଂସ ତାଙ୍କର ଶ୍ରେଷ୍ଠ ଇନିଂସ ହୋଇଥିବା ବେଳେ ଏହାକୁ ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଶବ୍ଦ ନ ଥିବା କହିଥିଲେ କୋହଲି। ସେ ଏହି ଇନିଂସରେ ୬ ଚୌକା ଓ ୪ ଛକା ମାରିଥିଲେ।

୧୮ତମ ଓଭର ବୋଲିଂ କରିଥିବା ଶାହିନ ଶାହ ଆଫ୍ରିଦିଙ୍କ ଓଭରରେ ୧୭ ରନ୍‌ ସଂଗ୍ରହ କରିବା ପରେ ହରିଶ ରୌଫଙ୍କ ପରବର୍ତ୍ତୀ ଓଭରରୁ ୧୫ ରନ୍‌ କରିଥିଲେ। ପ୍ରଥମ ୪ ବଲରେ ୩ରନ୍‌ ଆସିଥିବା ବେଳେ ଅନ୍ତିମ ଦୁଇ ବଲରେ ଦୁଇଟି ଛକା ମାରିଥିଲେ କୋହଲି। ଫଳରେ ମହମ୍ମଦ ନଓ୍ବାଜଙ୍କ ଅନ୍ତିମ ଓଭରରୁ ଭାରତକୁ ବିଜୟ ପାଇଁ ୧୬ ରନ୍‌ ଆବଶ୍ୟକ ଥିଲା। ହେଲେ ଶେଷ ଓଭରରେ ଆବଶ୍ୟକ ରନ୍‌ କରି ଭାରତ ବିଜୟ ହାସଲ କରିଥିଲା।

ମୋହାଲିରେ ୫୨ ବଲରେ ୮୨ ରନ୍‌ ମୋର ଶ୍ରେଷ୍ଠ ଇନିଂସ ରହିଥିଲା ତେବେ ଆଜିର ପରସ୍ଥିତିକୁ ଦୃଷ୍ଟିରେ ଏହି ଇନିଂସ ମଧ୍ୟ ବେଶ ସ୍ବତନ୍ତ୍ର ବୋଲି କହିଛନ୍ତି କୋହଲି। ଅନ୍ୟପକ୍ଷେ ୪୦ ରନ୍‌ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ କୋହଲି ପ୍ରଶଂସା କରିଛନ୍ତି। ଏହା ସହିତ ତାଙ୍କ ଉପରେ ନିୟମିତ ବିଶ୍ୱାସ ଦେଖାଇଥିବା ରୋହିତ ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି। କୋହଲି ଏବଂ ପାଣ୍ଡ୍ୟା ଉଭୟ ଅଭିଜ୍ଞ ଖେଳାଳି। ଉଭୟଙ୍କ ଉପରେ ଟିମ୍‌ର ଭରସା ଥିଲା ବୋଲି ଅଧିନାୟକ ରୋହିତ ଶର୍ମା ପ୍ରକାଶ କରିଛନ୍ତି।

Share