ମାର୍ଚ୍ଚ ସୁଦ୍ଧା ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ବର,୧୨ା୧୨(ବ୍ୟୁରୋ): ପାଖେଇ ଆସୁଛି ହକି ବିଶ୍ୱକପ୍‌। ଜାନୁୟାରୀରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଜୋର୍‌ସୋର୍‌ରେ ଚଳାଇଛନ୍ତି ପ୍ରସ୍ତୁତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଭୁବନେଶ୍ୱର ଫୋକ୍‌ସରେ ରହିବ। ତେଣୁ ରାଜଧାନୀକୁ ସୁସଜ୍ଜିତ କରାଯାଉଛି। ନିର୍ଦ୍ଧାରିତ ସମୟରେ ଯେପରି ସମସ୍ତ କାର୍ଯ୍ୟ ସରିବ, ସେଥିଲାଗି ଜୋର୍‌ ଦିଆଯାଉଥିବାବେଳେ ରବିବାର ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବରମୁଣ୍ଡାରେ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି), ବିଏମ୍‌ସି ଆଇସିଓଏମ୍‌ସି କୋଠା ଏବଂ ଶହୀଦନଗରସ୍ଥିତ ବହୁତଳ କାର୍‌ ପାର୍କିଂ କୋଠା ଆଦି ବୁଲି ଦେଖିଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ବଲୱନ୍ତ ସିଂ, ଭୁବନେଶ୍ବର ମହାନଗର ନିଗମ (ବିଏମସି) କମିଶନର ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିବା ସହ ଏବଂ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦଶ ଦେଇଛନ୍ତି। ବିଡିଏ ତତ୍ତ୍ୱାବଧାନରେ ୧୫.୫ ଏକର ଜମିରେ ବରମୁଣ୍ଡା ଆଇଏସବିଟି ପ୍ରକଳ୍ପ କାମ ଚାଲିଛି। ଯାତ୍ରୀଙ୍କ ସୁବିଧା, କାର୍ଯ୍ୟାଳୟ ପାଇଁ ସ୍ଥାନ, ପାର୍କିଂ, ଫୁଡକୋର୍ଟ, ରେଷ୍ଟୁରାଣ୍ଟ, କମର୍ସିଆଲ ସ୍ପେସ୍‌ ଆଦି ଏଠାରେ ରହିବ। ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ବିଡିଏ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଶହୀଦନଗର ବହୁତଳ କାର୍‌ ପାର୍କିଂ କୋଠାରୁ ବଜାର ପର୍ଯ୍ୟନ୍ତ ଯାତ୍ରୀଙ୍କ ନିରାପଦ ଯାତାୟାତ ପାଇଁ ନୋ-ପାର୍କିଂ ଜୋନ୍‌ କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଏବଂ ଭୁବନେଶ୍ବର ସ୍ମାର୍ଟ ସିଟି ଅଧିକାରୀଙ୍କୁ କୁହାଯାଇଛି। ସତ୍ୟନଗର, ଶହୀଦନଗର ଏବଂ ଖାରବେଳ ନଗର ଅଞ୍ଚଳରେ ଶିଶୁଙ୍କ ପାଇଁ ପାର୍କ, ସାଇକେଲ୍‌ ଟ୍ରାକ୍‌, ୱାକିଂ ଟ୍ରାକ୍‌ ଆଦି ବିଭିନ୍ନ ସୁବିଧା କରାଯିବାକୁ ଯୋଜନା ରହିଛି। ମୁଖ୍ୟ ଶାସନ ସଚିବ ସାଉଥ୍‌ ଲେକ୍‌ ଜୋନ୍‌ ପରିଦର୍ଶନ କରିବା ସହ ମୁଖ୍ୟ ରାସ୍ତା ପାଶର୍‌ବରେ ପାର୍କିଂ ସ୍ଥାନର ବିକାଶ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ ଜନପଥରେ ୧୨ ମହଲା ବିଶିଷ୍ଟ ବିଏମ୍‌ସି ଆଇସିଓଏମ୍‌ସି କୋଠା, ହକି ବିଶ୍ବକପ୍‌ ପାଇଁ ସହରରେ ଜାରି ରହିଥିବା ଲ୍ୟାଣ୍ଡସ୍କେପିଂ, ଷ୍ଟ୍ରିଟ୍‌ ଆର୍ଟ କାର୍ଯ୍ୟ, କଳାଭୂମିରେ ଜାତୀୟସ୍ତରୀୟ ଚିତ୍ର ଶିବିର ଏବଂ ରାଜ୍ୟସ୍ତରୀୟ ଭାସ୍କର୍ଯ୍ୟକଳା ଶିବିର ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri