ଖାଁ ଖାଁ ବ୍ରହ୍ମପୁର: ଘରୁ ବାହାରୁନାହାନ୍ତି ଲୋକେ

ବ୍ରହ୍ମପୁର ଅଫିସ,୨୭।୬- ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୧୧ ଟି ଜିଲାରେ ଜୁନ ମାସ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସମ୍ପୂର୍ଣ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଗୋଟିଏ ଦିନରେ ବ୍ରହ୍ମପୁର ପୋଲିସ ଜିଲାର ଜଣେ ସବଇନ୍ସପେକ୍ଟର (ଏସ୍‌ଆଇ ) ସମେତ ୮ ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିଥିବା ନେଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଶୁକ୍ରବାର ରାତିରେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ପୂର୍ବରୁ ୨ ଦିନିଆ ସଟ୍‌ଡାଉନ ଘୋଷଣା ହୋଇଥିବା ବେଳେ ଗଞ୍ଜାମ ଜିଲାପାଳ ବ୍ରହ୍ମପୁର ମହାନଗର ପାଇଁ ଶନିବାରଠାରୁ ୪ ଦିନିଆ ଶଟ୍‌ଡାଉନ ଘୋଷଣା କରିଥିଲେ। ଶଟ୍‌ଡାଉନର ପ୍ରଥମ ଦିନ ମହାନଗରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି। ମେଡିକାଲ କାମ ବ୍ୟତୀତ ଘରୁ କେହି ବାହାରି ନାହାନ୍ତି । ସହରରେ ଥିବା ସମସ୍ତ ଦୋକାନ, ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା। ଚାରି ଦିନିଆ ଶଟ୍‌ଡାଉନ ଯୋଗୁ ଶନିବାର ରାସ୍ତାଘାଟ ଶୁନଶାନ ରହିଥିବା ବେଳେ ବିଭିନ୍ନ ଛକରେ ପୋଲିସ ମୁତୟନ ରହିଛନ୍ତି। ଏପରିକି ସହରର ବିଭିନ୍ନ ଗଳିରେ ପୋଲିସ ପେଟ୍ରୋଲିଂ କରିବା ସହ ଲୋକମାନଙ୍କୁ ଘରୁ ଜରୁରୀ କାମ ବିନା ବାହାରକୁ ନ ବାହାରିବାକୁ ସଚେତନ କରିଥିଲା ।ସଟଡାଉନ ବେଳେ ମେଡିକାଲ, କ୍ଲିନିକ , ପେଟ୍ରୋଲ ପମ୍ପ ,ଔଷଧ ଦୋକାନ ଭଳି କିଛି ଜରୁରୀ ସେବା ଖୋଲା ରହିବା ପାଇଁ ଅନୁମତି ରହିଥିଲାନ୍‌। ସହରର ଅର୍ଣ୍ଣପୁର୍ଣ୍ଣା ମାର୍କେଟ ,ବଡବ୍ଜ଼ାର ହୋଲସେଲ ତେଜରାତି ବଜ଼ାର,ଗିରି ମାର୍କେଟ , ସାନ ବଜ଼ାରର ସମସ୍ତ ଦୋକାନ ବନ୍ଦ ରହିଥିଲା। ସେହିପରି ମର୍ଦ୍ଧରାଜ ଭେଣ୍ଡିଂ ଜୋନ ,ବିଜିପୁର ଓ ଗେଟବଜ଼ାର ପରିବା ମାର୍କେଟ ବନ୍ଦ ରହିଥିଲା। ଏହି ୪ ଦିନିଆ ଶଟ୍‌ଡାଉନ ଘୋଷଣା ଯୋଗୁଁ ସହରବାସୀ ସମସ୍ତେ ନିୟମ ପାଳନ କରି ସମସ୍ତେ ଘର ଭିତରେ ରହିଛନ୍ତି। ସହରରେ କାଁ ଭାଁ କେଉଁଠି ବାଇକ ଚାଳକଙ୍କୁ ଦେଖିବାକୁ ମିଳିଛି। ତେବେ ରାସ୍ତାରେ ବୁଲୁଥିବା ଲୋକଙ୍କୁ ପୋଲିସ ଅଟକାଇ ପଚରାଉଚରା କରୁଛି। ଆଗାମୀ ଦିନ ମାନଙ୍କରେ ଶଟ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri