Posted inଜାତୀୟ

‘ଡିଜିଟାଲ୍ ଗିରଫ’ ଠକେଇ: ୬ ମାସ ଘରେ ବନ୍ଦ କରି ଲୁଟିନେଲେ ୩୨ କୋଟି

ବେଙ୍ଗାଲୁରୁ,୧୭।୧୧: ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ ସର୍ଭେଲାନ୍ସରେ ରଖିଥିଲେ ଏବଂ ତାଙ୍କଠାରୁ ପ୍ରାୟ ₹୩୨ କୋଟି ଟଙ୍କା ଠକି ନେଇଛନ୍ତି। ମହିଳା ଜଣକ ମୋଟ୍ ୧୮୭ଟି ବ୍ୟାଙ୍କ ଟ୍ରାଞ୍ଜାକସନ୍ ଜରିଆରେ ଏହି ଅର୍ଥ ହରାଇଛନ୍ତି।

ଏହି ଠକେଇ ସେପ୍ଟେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା। ମହିଳାଙ୍କୁ ପ୍ରଥମେ ଡିଏଚଏଲ କାର୍ଯ୍ୟନିର୍ବାହୀ ଭାବେ ପରିଚୟ ଦେଇ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ମୁମ୍ବାଇର ଅନ୍ଧେରୀ କେନ୍ଦ୍ରରେ ତାଙ୍କ ନାମରେ ଆସିଥିବା ଏକ ପାର୍ସଲରେ ତିନୋଟି କ୍ରେଡିଟ୍ କାର୍ଡ, ଚାରିଟି ପାସପୋର୍ଟ ଏବଂ ନିଷିଦ୍ଧ MDMA ଡ୍ରଗ୍ସ ରହିଛି।

ଏହା ପରେ ଫୋନ୍‌ଟି ଜଣେ ନକଲି ସିବିଆଇ ଅଧିକାରୀଙ୍କ ନିକଟକୁ ଟ୍ରାନ୍ସଫର କରାଯାଇଥିଲା, ଯିଏକି ତାଙ୍କୁ ଡିଜିଟାଲ୍ ଗିରଫଦାରୀର ଭୟ ଦେଖାଇ ଡରାଇଥିଲେ। ଠକମାନେ ତାଙ୍କୁ ପୋଲିସ୍ ପାଖକୁ ନ ଯିବାକୁ ଚେତାବନୀ ଦେଇଥିଲେ ଏବଂ ତାଙ୍କ ପରିବାରର ସୁରକ୍ଷା ଓ ପୁଅର ବିବାହକୁ ନେଇ ଭୟ ଦେଖାଇଥିଲେ। ଭୟଭୀତ ହୋଇ ମହିଳା ଜଣକ ସ୍କାମର୍‌ଙ୍କ ନିର୍ଦ୍ଦେଶ ମାନିଥିଲେ। ତାଙ୍କୁ ଦୁଇଟି ସ୍କାଇପ୍ ID ଇନଷ୍ଟଲ୍ କରି କ୍ରମାଗତ ଭିଡିଓ କଲ୍‌ରେ ରହିବାକୁ ବାଧ୍ୟ କରାଯାଇଥିଲା। ପ୍ରଦୀପ ସିଂ ନାମକ ଜଣେ ବ୍ୟକ୍ତି ବରିଷ୍ଠ CBI ଅଧିକାରୀ ବୋଲି କହି ‘ନିଜର ନିର୍ଦ୍ଦୋଷତା ପ୍ରମାଣ’ ପାଇଁ ଟଙ୍କା ପଠାଇବାକୁ ଚାପ ପକାଇଥିଲେ।

ଗତ ବର୍ଷ ସେପ୍ଟେମ୍ବର ୨୪ରୁ ଆରମ୍ଭ କରି ମହିଳା ଜଣକ ୧୮୭ଟି ଟ୍ରାଞ୍ଜାକସନ୍ ମାଧ୍ୟମରେ ମୋଟ୍ ₹୩୧.୮୩ କୋଟି ଟଙ୍କା ଠକମାନଙ୍କୁ ଦେଇଥିଲେ। ସେ ନିଜର ଫିକ୍ସଡ୍ ଡିପୋଜିଟ୍ ଭାଙ୍ଗିବା ସହ ଅନ୍ୟାନ୍ୟ ସଞ୍ଚୟ ରାଶିକୁ ମଧ୍ୟ ଟ୍ରାନ୍ସଫର କରିଥିଲେ। ଠକମାନେ ‘ଯାଞ୍ଚ’ ଶେଷ ହେବା ପରେ ଫେବୃଆରୀ ୨୦୨୫ ସୁଦ୍ଧା ଟଙ୍କା ଫେରସ୍ତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ରମାଗତ ମାନସିକ ଚାପ ଯୋଗୁଁ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଏବଂ ସେ ଏକ ମାସର ଚିକିତ୍ସା ନେବାକୁ ବାଧ୍ୟ ହୋଇଥିଲେ।

ଟଙ୍କା ଫେରସ୍ତରେ ବିଳମ୍ବ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ, ମହିଳା ଜଣକ ଚଳିତ ବର୍ଷ ଜୁନ୍ ମାସରେ ପୁଅର ବିବାହ ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ବର୍ତ୍ତମାନ ଏହି ସୁସଂଗଠିତ ଠକେଇ ରାକେଟ୍‌ର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?