Posted inଜାତୀୟ

ବେଙ୍ଗାଲୁରୁରେ ଦ୍ୱିତୀୟ ବନ୍ୟା: ବୁଡ଼ିଲା ଆପାର୍ଟମେଣ୍ଟ, ଉଦ୍ଧାର କାର୍ଯ୍ୟ ଜାରି

ବେଙ୍ଗାଲୁରୁ,୫।୯: ରବିବାର ରାତିସାରା ପ୍ରବଳ ବର୍ଷା ଫଳରେ ବେଙ୍ଗାଲୁରୁର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ରାସ୍ତା ଜଳମଗ୍ନ ହୋଇ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ସପ୍ତାହରେ ଏହା କର୍ନାଟକରେ ଦ୍ୱିତୀୟ ଥର ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି।
ରବିବାର ରାତିରେ ବର୍ଷା ପରେ ବିଭିନ୍ନ ଆପାର୍ଟମେଣ୍ଟର ତଳ ମହଲା ବୁଡ଼ି ରହିଥିବା ବେଳେ ଅନେକ ରାସ୍ତା ଜଳମଗ୍ନ ହୋଇ ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏନେଇ ଜରୁରୀ ନ ପଡ଼ିଲେ ଘରୁ ବାହାରକୁ ନ ଯିବାକୁ ଏବଂ ପିଲାମାନଙ୍କୁ ସ୍କୁଲକୁ ନ ପଠାଇବାକୁ ଅନୁରୋଧ କରାଯାଇଛି।

ଇକୋସ୍ପେସ, ବେଲାଣ୍ଡୁର, କେୟାର ମାର୍କେଟ, ରେଶମ ବୋର୍ଡ ଜଙ୍କସନ ଏବଂ ଭର୍ଥୁର ନିକଟରେ ଥିବା ରିଙ୍ଗ ରୋଡ ଆଦି ଅଞ୍ଚଳ ପ୍ରଭାବିତ ହୋଇଛି। ପୁରୁଣା ବିମାନବନ୍ଦର ରୋଡରେ ବନ୍ୟା ଜଳ ଯୋଗୁ ଏକ ବସ ଅଟକି ରହିଛି। ଗତ ସପ୍ତାହ ବର୍ଷାରେ ମଧ୍ୟ ରାସ୍ତା ଜଳମଗ୍ନ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଇତିମଧ୍ୟରେ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ମହାଦେବପୁରରେ ୩୦ରୁ ଅଧିକ ଆପାର୍ଟମେଣ୍ଟର ତଳ ମହଲାରେ ପାଣି ଜମି ରହିଛି। ଏପରିକି ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ପାଣି ଭର୍ତ୍ତି ରହିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି।

ଅନ୍ୟପକ୍ଷେ ବନ୍ୟା ଦ୍ୱାରା ବହୁ କୋଟି ଟଙ୍କାର କ୍ଷତି ଘଟିଛି ବୋଲି ଆଇଟି ଏବଂ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ବମ୍ମାଇ ସରକାରଙ୍କ ପକ୍ଷରୁ ଆଇଟି କମ୍ପାନୀଗୁଡିକୁ ଡାକି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟଙ୍କୁ ୪ ଦିନିଆ ଆଶ୍ୱସ୍ତି

ଜୟପୁର,୧୮ା୭: ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କୁ ୪ ଦିନିଆ ଆଶ୍ୱସ୍ତି ମିଳିଛି। ବିଧାନସଭା ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ...

ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ

ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍‌ ଲ୍‌) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ...

ସପ୍ତାହରେ ୫ ଦିନ ଖୋଲିବ ସରକାରୀ କାର୍ଯ୍ୟାଳୟ

ଲକ୍ଷ୍ନୌ, ୧୨।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି...

ସିଏଜି ଭାବେ ନିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ଏଲ୍‌ଜି ଗିରୀଶ ମୁର୍ମୁ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ମିଳିଛି। ଠିକ୍‌ ଆଜିକୁ ବର୍ଷେ...

ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା...

୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ

ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ...

ମମତାଙ୍କ ଚେତାବନୀ, ଦୁର୍ନୀତିରୁ ଦୂରେଇ ରୁହ…

କୋଲକାତା, ୧୯।୫ : କଡ଼ା ଆଭିମୁଖ୍ୟ ଗ୍ରହଣ କରି ତୃଣମୂଳ କଂଗ୍ରେସ(ଟିଏମସି) ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ସେ...

ସୋନିଆଙ୍କ ଜୋତା ଫିତା ବାନ୍ଧିଲେ ରାହୁଲ

ବେଙ୍ଗାଲୁରୁ,୬।୯: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଦୁଇ ଦିନର ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ପୁଣି ଆରମ୍ଭ ହୋଇଛି।...

Advertisement
Archives

Model This Week