Posted inଜାତୀୟ

ଏଣିକି ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ରହିବେ ବିଶ୍ୱବିଦ୍ୟାଳୟର କୁଳାଧିପତି

କୋଲକାତା,୨୬।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କ ବଦଳରେ ମମତା ବାନାର୍ଜୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟପାଳ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଥିବା ବେଳେ ଏଣିକି ମୁଖ୍ୟମନ୍ତ୍ରୀ କୁଳାଧିପତି ରହିବେ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗ ବିଧାନସଭାରେ ଖୁବ୍‌ଶୀଘ୍ର ଏହାକୁ ନେଇ ଏକ ସଂଶୋଧିତ ବିଲ୍‌ ଉପସ୍ଥାପନ କରାଯିବ। ତେବେ ଗୁରୁବାର ଆୟୋଜିତ ହୋଇଥିବା କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଦ୍ୱାରା ପରିଚାଳିତ ହେଉଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତ କରିବା ପାଇଁ ଏକ ବିଲ୍‌କୁ ପଶ୍ଚିମବଙ୍ଗ କ୍ୟାବିନେଟ ଅନୁମୋଦନ କରିଛି ବୋଲି ରାଜ୍ୟର ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ରାଜ୍ୟ ସରକାରଙ୍କ ସହମତି ବିନା ଅନେକ କୁଳପତିଙ୍କ ନିଯୁକ୍ତ କରିଥିଲେ। ଗତ କିଛି ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତିକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଏହି ମାମଲାରେ ରାଜ୍ୟପାଳଙ୍କ କ୍ଷମତା ହ୍ରାସ କରିବା ପାଇଁ ମମତା ସରକାର ଏଭଳି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ମୁତାବକ, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମମତା ସରକାରଙ୍କ ମଧ୍ୟ ବିବାଦ ସବୁବେଳେ ଚର୍ଚ୍ଚାରେ ରହିଥାଏ। ରାଜ୍ୟପାଳ ଜଗଦୀପ ଧନଖର ଲଗାତର ଭାବେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri