ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସାରୁ ସୁଫଳ

ପ୍ରଫେସର ଚତୁର୍ଭୁଜ ଭୂୟଁା

ସୁନ୍ଦର ସଂସାର ସ୍ବଭାବ, କାଳ, ଯଦୃଚ୍ଛା, ଈଶ୍ୱର, ନିୟତି ଓ ପରିଣାମ ପ୍ରଭାବରେ ପରିବର୍ତ୍ତନ ହୋଇଚାଲିଛି। ପରିବର୍ତ୍ତନରେ ମଣିଷ ମନ, ଶରୀର, ସମାଜ ପରିବର୍ତ୍ତନ ହେବା ସ୍ବାଭାବିକ। କାଳର ସ୍ରୋତରେ ମହାମନୀଷୀ, ମହର୍ଷିମାନଙ୍କୁ ହରାଇଲେ ମଧ୍ୟ ସେମାନଙ୍କ ଅମୂଲ୍ୟ, ଅତୁଳନୀୟ ଅବଦାନ ପାଇଁ ସ୍ମରଣ କରିବା ଆମ କର୍ତ୍ତବ୍ୟ। ପ୍ରସଙ୍ଗରେ ବିଶ୍ୱ ଚିକିତ୍ସାକୁ ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସାର ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ। ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସାର ସ୍ରଷ୍ଟା ‘ସୁଶ୍ରୁତ’ ଶଲ୍ୟ ଚିକିତ୍ସା ଜନକ ଭାବେ ବିଶ୍ୱବିଦିତ। ବିଶ୍ୱର ପୂର୍ବଭାଗ ‘ଭାରତ’ ଚିକିତ୍ସା ବିଜ୍ଞାନୀଙ୍କ ‘ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା’କୁ ସ୍ମରଣ ରଖିବା ପାଇଁ ବିଶ୍ୱ ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା ଦିବସକୁ -ସୁଶ୍ରୁତ ଜୟନ୍ତୀ ଭାବେ ଜୁଲାଇ ୧୫କୁ ପ୍ରତିବର୍ଷ ପାଳନ କରାଯାଏ। ଭାରତରେ ଡା. ରାଜ ସତପଥି(ଭାରତୀୟ ପ୍ଲାଷ୍ଟିକ ସଂଘ ସଭାପତି) ଏହା ଆରମ୍ଭ କରିଥିଲେ। ସୁଶ୍ରୁତ ଜୟନ୍ତୀ ଦିବସଟି ଐତିହାସିକ ତଥ୍ୟ ଅନୁସାରେ ନିର୍ଦ୍ଧାରିତ। ସୁଶ୍ରୁତ ଚିକିତ୍ସା ବିଜ୍ଞାନୀ ହୋଇ ମହର୍ଷି ଭାବେ ପରିଚିତ। ସେ ରାଜର୍ଷି ବିଶ୍ୱାମିତ୍ରଙ୍କ ପୁତ୍ର ଏବଂ ଧନ୍ବନ୍ତରିଙ୍କ ଶିଷ୍ୟ ଥିଲେ। ବିଶ୍ୱାମିତ୍ର ଯେବେ ସନ୍ନ୍ୟାସ ନେଇ ସାଧନରେ ଗଲେ ସେବେ ସୁଶ୍ରୁତଙ୍କୁ କାଶିରାଜ, ଦିବୋଦାସ ଧନ୍ବନ୍ତରୀଙ୍କ ଆଶ୍ରମରେ ଜ୍ଞାନାର୍ଜନ ପାଇଁ ସମର୍ପଣ କରିଥିଲେ। ଅନ୍ୟାନ୍ୟ ଶିଷ୍ୟ, ଔଷଧେନକ, ଗୋପୁରଭୂଷିତ, କରବୀର୍ଗ, ନିମି, ଗାଲବ, ଭୋଜ, ପୌଷ୍କଳାବର୍ତ୍ତ, କାଙ୍କାୟନ, ଗାର୍ଗ୍ୟ ପ୍ରମୁଖଙ୍କ ସହିତ ସୁଶ୍ରୁତ ପଢ଼ିଥିଲେ। ମେଧାବୀ ତଥା ତୀକ୍ଷ୍ଣ ବୁଦ୍ଧିମାନ ସୁଶ୍ରୁତ ଶଲ୍ୟ ଚିକିତ୍ସା ପ୍ରତି ରୁଚି ରଖିଥିଲେ। ସେ ଚିକିତ୍ସା ବିଜ୍ଞାନର ଜ୍ଞାନ ପାଇ ନିଜର ଅନୁଭୂତିକୁ ନେଇ ‘ସୁଶ୍ରୁତ ସଂହିତା’ ବା ସୁଶ୍ରୁତ ଏନ୍‌ସାଇକ୍ଲୋପିଡିଆ ରଚନା କରିଥିଲେ। ଏହା ଏକମାତ୍ର ପୂର୍ଣ୍ଣାଙ୍ଗ ଚିକିତ୍ସା ଗ୍ରନ୍ଥ ରୂପେ ସର୍ବବିଜ୍ଞାନବିଦିତ। ପୂର୍ଣ୍ଣାଙ୍ଗ ଚିକିତ୍ସା ବିଜ୍ଞାନ କହିଲେ, ଏଥିରେ ଭେଷଜ ଚିକିତ୍ସା, ଶଲ୍ୟ, ଶାଲାକ୍ୟ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ଶରୀର, ନିଦାନ, ବିଷ, ଦ୍ରବ୍ୟ, ଔଷଧ ନିର୍ମାଣ, ରସାୟନ, ବାଦୀକରଣ ସ୍ବତନ୍ତ୍ର ଭାବେ ଏବଂ ଅନ୍ୟାନ୍ୟ ବହୁବିଧ ବିଜ୍ଞାନର ବର୍ଣ୍ଣନା କରିଛନ୍ତି। କିନ୍ତୁ ବିଶେଷ ଜ୍ଞାନ ଶଲ୍ୟ ଚିକିତ୍ସାରେ ରହିଛି। ତେଣୁ ସେ ଶଲ୍ୟ ଚିକିତ୍ସାର ଜନକ ଭାବେ ସର୍ବସମ୍ମତ। ଏହି ପୂର୍ଣ୍ଣାଙ୍ଗ ଗ୍ରନ୍ଥଟି ସୂତ୍ର ଆକାରରେ ତଥ୍ୟ ଗୁଡ଼ିକ ଉପସ୍ଥାପିତ। ଏହା ଆଦିଭାଷା ସଂସ୍କୃତରେ ଲେଖା, କିନ୍ତୁ ଏକାଧିକ ଭାଷା ଏବଂ ଅନୁବାଦ ସହିତ, ବିଶ୍ୱରେ ସୁଶ୍ରୁତଙ୍କ ଫଟୋ,ମୂର୍ତ୍ତି ଇତ୍ୟାଦି ଦେଖାଯାଏ।
ସୁଶ୍ରୁତଙ୍କ ବିଶ୍ୱ ଚିକିତ୍ସା ବିଜ୍ଞାନକୁ ଅତୁଳନୀୟ ଅବଦାନ ମଧ୍ୟରେ ଶ୍ରେଷ୍ଠ ଶରୀର ଚିକିତ୍ସା ଏବଂ ସେଥିରେ ପ୍ଲାଷ୍ଟିକ ଚିକିତ୍ସା ପ୍ରଧାନ, ଯାହାକୁ ଆଜି ବିଶ୍ୱ ସ୍ମରଣ କରୁଛି। ଶଲ୍ୟ ଚିକିତ୍ସା ଜ୍ଞାନ-ପ୍ରତ୍ୟକ୍ଷ ଶରୀର ରଚନା, କ୍ରିୟା ବିଜ୍ଞାନ, ଶବ ବ୍ୟବଚ୍ଛେଦାଦି, ନିଦାନାଦି ସହିତ ଶଲ୍ୟ ଚିକିତ୍ସାର ଉପପାଦ୍ୟ ଏବଂ ପ୍ରତ୍ୟକ୍ଷ ଜ୍ଞାନ ପ୍ରଶିକ୍ଷଣ ପରେ, ସ୍ବୟଂ ପ୍ରତ୍ୟକ୍ଷ ଜ୍ଞାନ ପ୍ରାପ୍ତ, ଯୋଗ୍ୟତା ପରୀକ୍ଷା, କର୍ମ କ୍ଷେତ୍ରରେ ପ୍ରବେଶ ପୂର୍ବ, ରାଜାଦେଶ/ଶାସନରେ ବିକିରଣ, ପ୍ରତିଜ୍ଞା ଇତ୍ୟାଦି ଶଲ୍ୟ ଚିକିତ୍ସାର ଶୃଙ୍ଖଳା ଏବଂ ମହାନତା ଜଣାଏ। ଚିକିତ୍ସାରେ ତ୍ରିବିଧ କର୍ମ- ପୂର୍ବ କର୍ମ (Pre-operative), ପ୍ରଧାନ କର୍ମ (Operative) ଏବଂ ପଶ୍ଚାତ୍‌କର୍ମ (Post Operative) ତିନୋଟି ସ୍ତମ୍ଭ ପରି ଅଟେ। ଏହାକୁ ଠିକ୍‌, ଶକ୍ତ କରିପାରିଲେ ଚିକିତ୍ସା ସଫଳ ହୁଏ। ଗସ୍ତ କର୍ମ ଚିକିତ୍ସା ସୂତ୍ର ଆକାରରେ ୮ଟି ବିଧି ମଧ୍ୟରେ ସମସ୍ତ ବିଧି ଅନ୍ତର୍ଭୁକ୍ତ। ଆଜିର ଲାକ୍ଷଣିକ ଚିକିତ୍ସା ବିଧିରେ ସୁଶ୍ରୁତ ପରାମର୍ଶ ଦିଅନ୍ତି; ସର୍ବଦା ରୋଗକୁ ସମୂଳେ ଆରୋଗ୍ୟ ଏବଂ ରୋଗୀ ସୁସ୍ଥ ହେବା ଉଚିତ। ଶଲ୍ୟ ଚିକିତ୍ସାରେ ନିଃସଂକ୍ରମଣ ଚିକିତ୍ସା (Aseptic Surgery) ସର୍ବୋତ୍ତମ। ସଂକ୍ରମଣର ଚିକିତ୍ସାର ପ୍ରତିଷେଧ ଉପାୟାଦି ରହିଛି। ‘ଘା’ ବା ବ୍ରଣର ଚିକିତ୍ସା ୬୦ ପ୍ରକାର। ଏପରିକି କ୍ଷତ ସ୍ଥାନ ଶୁଖି, ଲୋମ ଉତ୍ପନ୍ନ ଓ ଦାଗ ଲିଭି ପ୍ରକୃତ ଚର୍ମ ଆସିବା (କସ୍‌ମେଟିକ) ବର୍ଣ୍ଣନା, ଆଧୁନିକ ବିଜ୍ଞାନକୁ ଗବେଷଣା ମାର୍ଗ ଦେଖାଏ।
ଶଲ୍ୟ ଚିକିତ୍ସା ଅନ୍ତର୍ଗତ ପ୍ଲାଷ୍ଟିକ ଚିକିତ୍ସା ଆବଶ୍ୟକତା ଯୁଦ୍ଧ କ୍ଷେତ୍ରରୁ ଅନୁଭୂତ ହୁଏ। ସେଠାରେ ସେନାମାନଙ୍କର କାନ, ନାକ କଟିବା, ହାତ ଗୋଡ଼ ଭାଙ୍ଗିବା, ଶିରା, ଧମନୀ, ଅନ୍ୟାନ୍ୟ ଅଙ୍ଗ ଅବୟବ କଟିବା, ଖଣ୍ଡିଆ, ଘା’ ଆଦିର ଆକ୍ଷାୟିକ ଚିକିତ୍ସା କେବଳ ଶଲ୍ୟ ପ୍ଲାଷ୍ଟିକ ଚିକିତ୍ସକ କରିପାରେ। ଚିକିତ୍ସକ ଯୁଦ୍ଧକ୍ଷେତ୍ରରେ ରହେ ଏବଂ ଦୁର୍ଘଟଣା ପରେ ରୋଗୀ ଏବଂ ଅବୟବକୁ ରକ୍ଷା କରିବା ପାଇଁ ସ୍ବର୍ଣ୍ଣିମ ସମୟ ଆବଶ୍ୟକ। ଦୁର୍ଘଟଣାର ଏକ ଘଣ୍ଟା ମଧ୍ୟରେ ରୋଗୀର ଆଶୁ ଚିକିତ୍ସା କଲେ ଆରୋଗ୍ୟ ସମ୍ଭାବନା ଥାଏ। ଶସ୍ତ୍ର ଚିକିତ୍ସା ବ୍ୟତୀତ ଉପଶଲ୍ୟ ଚିକିତ୍ସାରେ କ୍ଷାରକର୍ମ , ଅଗ୍ନିକର୍ମ ଓ ରକ୍ତ ମୋକ୍ଷଣ ପଦ୍ଧତି ଆଦି ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ସନ୍ଧାନ କର୍ମ ଚିକିତ୍ସା ବିଷୟରେ କାନ, ନାକ, ଓଠ ଉଦାହରଣ ଦେଇ ପ୍ରତ୍ୟକ୍ଷ ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା ବର୍ଣ୍ଣନା କରିଛନ୍ତି। ସାଧାରରତଃ କାନପତା ଛିଣ୍ଡି, ଚିରି ଯାଇଥିଲେ, ନାକରେ ନୋଥାଦି ଖଣ୍ଡିଆ ହେଲେ ସେସବୁ ପୁନଃସଙ୍ଗଠନ ଦ୍ୱାରା ହୋଇପାରୁଛି। ସୁଶ୍ରୁତ ଗ୍ରହଣ ଖଣ୍ଡିଆ, ନାକ, କାନାଦି ପୁନର୍ନିର୍ମାଣ କରିବାରେ ଏସବୁର ଆକାର ନେଇ ଗାଲରୁ ଲେଖନ ବିଧିରେ ଜୀବନ୍ତ ଚର୍ମ, ତନ୍ତୁସବୁକୁ ସଂଯୋଜିତ, ସିଲାଇ କରି ସୁନ୍ଦର କରିପାରୁଥିଲେ। ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା ବହୁବିଧ ନିର୍ଦ୍ଦେଶ କରି ଅନ୍ୟାନ୍ୟ ଅଙ୍ଗ ଅବୟବରେ ବିନିଯୋଗ ବେଳେ ଦକ୍ଷ, ସାହସୀ, ଉତ୍ସର୍ଗୀକୃତ, ନିଃସ୍ବାର୍ଥ ଶଲ୍ୟ ଚିକିତ୍ସକ କରିପାରିବା ସିଦ୍ଧାନ୍ତ ନେଇ ଉତ୍ତମ ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସକଙ୍କୁ ରୟାଲ ସର୍ଜନ ଆଖ୍ୟା ଦେଇଛନ୍ତି। ଆଜିର ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସାରେ ଅସମ୍ଭବକୁ ସମାଧାନ କରିବାରେ ସଫଳ। ଶରୀର ବାହାର ଭିତର ଅଙ୍ଗାବୟବର ରୋପଣ, ପୁନର୍ନିର୍ମାଣ ତଥା ସୁନ୍ଦର ମୁଖ, ନାରୀର ସୁନ୍ଦରତା ବୃଦ୍ଧିରେ ଅବଦାନ ଚିକିତ୍ସା ଜଗତକୁ ସ୍ବର୍ଣ୍ଣିମାମୟ କରିପାରିଛି। ଶରୀରରେ ବିବିଧ ଅଙ୍ଗ କ୍ଷତ ବିକ୍ଷତ ଏପରିକି ମସ୍ତିଷ୍କ, ଅସ୍ଥି, ଶିରା, ଧମନୀ ଇତ୍ୟାଦି ଏବଂ ଶରୀର ପୋଡ଼ା ଘା’ ମୁଖାଦି ହୋଇଥିଲେ ମଧ୍ୟ ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା ଦ୍ୱାରା ଜୀବନ୍ତ ହେବା ସମ୍ଭବ। କେବଳ ଦୁର୍ଘଟଣାର ଏକ ଘଣ୍ଟା ମଧ୍ୟରେ ପ୍ଲାଷ୍ଟିକ ସୁଶଲ୍ୟ ଚିକିତ୍ସକଙ୍କ ପାଖରେ ପହଞ୍ଚାଇ ପାରିଲେ ଉତ୍ତମ।
ଡି. ଓ୍ବାଇ. ପାଟିଲ ବିଶ୍ୱବିଦ୍ୟାଳୟ,
ପୁଣେ, ମହାରାଷ୍ଟ୍ର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri