ଶିମ୍‌ଲା ଲଙ୍କା ଖାଇବାର ଫାଇଦା

ଅନ୍ୟ ସବୁଜ ପନିପରିବା ପରି ଶିମ୍‌ଲା ଲଙ୍କାରେ ମଧ୍ୟ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ; ଯାହା ଆମ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ଯେମିତିକି: ଏଥିରେ ବହୁତ କମ୍‌ ମାତ୍ରାରେ କ୍ୟାଲୋରୀ ରହୁଥିବାରୁ ଏହାକୁ ଖାଇଲେ ଓଜନ କମିବାରେ ସହାୟକ ହୋଇଥାଏ। ଶରୀରରେ କୋଲେଷ୍ଟରଲ୍‌ ମାତ୍ରା ବି ନିୟନ୍ତ୍ରଣରେ ରହିଥାଏ। ତା’ଛଡ଼ା ଏଥିରେ ଆଇରନ୍‌ ଓ ଭିଟାମିନ୍‌-ସି ଟିକେ ଅଧିକ ପରିମାଣରେ ଥାଏ। ଆଇରନ୍‌ ଶରୀରରେ ହିମୋଗ୍ଳୋବିନ୍‌ର ମାତ୍ରାକୁ ବୃଦ୍ଧି କରିବାରେ ସହାୟକ ହେଉଥିବାବେଳେ ଭିଟାମିନ୍‌ ସି ଶରୀରରେ ଆଇରନ୍‌ର ମାତ୍ରାକୁ ଅବଶୋଷିତ କରିବାରେ ବିଶେଷ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ ଶିମ୍‌ଲା ଲଙ୍କାରେ ଭିଟାମିନ୍‌-ସି ପ୍ରଚୁର ମାତ୍ରାରେ ରହୁଥିବାରୁ, ଏହାକୁ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। କୁହାଯାଏ, ଆଖି ପାଇଁ ଶିମ୍‌ଲା ଲଙ୍କା ଖୁବ୍‌ ଉପକାରୀ। ନିୟମିତ ଏହାକୁ ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହେବା ସହ ମୋତିଆବିନ୍ଦୁ ସମସ୍ୟାରୁ ମଧ୍ୟ ଅନେକ ଉପଶମ ମିଳିଥାଏ। କେବଳ ସ୍ବାସ୍ଥ୍ୟ ନୁହେଁ ତ୍ୱଚାକୁ ସୁନ୍ଦର ଆଉ ସତେଜ ରଖିବାରେ ମଧ୍ୟ ଏହା ବେଶ୍‌ ଲାଭଦାୟକ ହୋଇଥାଏ। କବ୍‌ଜ, ଗ୍ୟାସ୍‌ ତଥା ପେଟ ଦରଜ ଆଦି ସମସ୍ୟାରୁ ବି ଶିମ୍‌ଲା ଲଙ୍କା ଅନେକ ଉପଶମ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri