ଚାଇନାର ଲାଭ

ବ୍ରହ୍ମ ଚେଲ୍ଲାନି

ଆମେରିକା ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଏଣୁ ଏହା ପ୍ରମୁଖ ବିଶ୍ୱଶକ୍ତି ହୋଇ ରହୁ ବୋଲି ବିଶ୍ୱର ସଂଖ୍ୟାଧିତ୍କ ଗଣତାନ୍ତ୍ରିକ ଦେଶ ଚାହଁିବା ସ୍ବାଭାବିକ। କିନ୍ତୁ ଅଧିକ ରଣନୀତିକ କାର୍ଯ୍ୟ କରିବା ପାଇଁ ଆମେରିକାର ପ୍ରତିବଦ୍ଧତା ସ୍ପଷ୍ଟ ହେଉଛି, ଯେଉଁଥିରେ ସଫଳ ହେବାର ସମ୍ଭାବନା କମ୍‌ । ଆମେରିକାର ବିଶ୍ୱ ସ୍ତରୀୟ ନେତୃତ୍ୱରେ ସମସ୍ୟା ଆମେରିକାରୁ ହିଁ ଆରମ୍ଭ ହୋଇଛି । ଅଧିକ ପକ୍ଷପାତପୂର୍ଣ୍ଣ ରାଜନୀତି ଏବଂ ଗମ୍ଭୀର ଧ୍ରୁବୀକରଣ ଆମେରିକାର ଗଣତନ୍ତ୍ରକୁ ଧୀରେ ଧୀରେ ନଷ୍ଟ କରିବା ସହ ତା’ର ଦୀର୍ଘ ମିଆଦୀ ଲକ୍ଷ୍ୟ ହାସଲ କରିବାରେ ବାଧା ସୃୃଷ୍ଟି କରୁଛି। ବିଦେଶ ନୀତିରେ ପକ୍ଷପାତପୂର୍ଣ୍ଣ ବିଭାଜନର ଧାରଣା ଆମେରିକା ପ୍ରତି ଏକ ଆହ୍ବାନ ଭାବେ ଉଭା ହୋଇପାରେ। ମାର୍ଚ୍ଚ ୨୦୨୧ରେ କରାଯାଇଥିବା ସର୍ଭେ ଅନୁଯାୟୀ, ରିପବ୍ଲିକାନ୍‌ମାନେ ଚାଇନା ପ୍ରତି ଅଧିକ ଚିନ୍ତିତ ଥିବାବେଳେ ଡେମୋକ୍ରାଟ୍‌ମାନେ ରୁଷିଆକୁ ନେଇ ବେଶି ବିବ୍ରତ। ଜୋ ବାଇଡେନ୍‌ ଆମେରିକାର ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ ବା ଶତ୍ରୁ ଚାଇନାର ଆହ୍ବାନଗୁଡ଼ିକ ଉପରେ ଧ୍ୟାନ ନ ଦେଇ କାହିଁକି ରୁଷିଆକୁ ଏକ ସମକକ୍ଷ ପ୍ରତିଯୋଗୀ ଭାବେ ଦେଖୁଛନ୍ତି ତାହା ଏଥିରୁ ସହଜରେ ବୁଝାପଡ଼ୁଛି। ରୁଷିଆ ଓ ଚାଇନା ମଧ୍ୟରେ ତୁଳନା କଲେ ଦେଖାଯାଏ, ଚାଇନା ଲୋକସଂଖ୍ୟା ଏହାଠାରୁ ୧୦ ଗୁଣ ଅଧିକ। ଏହାର ଅର୍ଥ ବ୍ୟବସ୍ଥା ମଧ୍ୟ ୧୦ଗୁଣ ବଡ଼ ଏବଂ ଏହାର ମିଲିଟାରି ବ୍ୟୟ ପାଖାପାଖି ୪ଗୁଣ ବଡ଼। ଚାଇନା କେବଳ ଶକ୍ତିଶାଳୀ ନୁହେଁ, ବରଂ ବିଶ୍ୱଶକ୍ତି ବୋଲାଉଥିବା ଆମେରିକାର ପ୍ରଭୁତ୍ୱକୁ ଦବାଇ ଦେବାକୁ ଚାହେଁ। ଅନ୍ୟ ପଟେ ୟୁକ୍ରେନ ସୀମାରେ ମିଲିଟାରି ମୁତୟନ କରି ରୁଷିଆ ମଧ୍ୟ ତା’ ପଡୋଶୀ ପକ୍ଷରୁ ରହିଥିବା ବିପଦ ହ୍ରାସ କରିବାକୁ ଚାହେଁ।
ଆମେରିକାର ବୈଶ୍ୱିକ ନେତୃତ୍ୱର ଶକ୍ତି ହ୍ରାସ କରିବାର ଧାରାକୁ ପୂର୍ବବତ ଡେମୋକ୍ରାଟମାନେ ବଜାୟ ରଖିଛନ୍ତି, ଯାହା ଏବେ ବାଇଡେନ୍‌ କରୁଛନ୍ତି। ଆମେରିକୀୟ ନେତାମାନଙ୍କର ଦ୍ୱିଦଳୀୟ ପ୍ରଦର୍ଶନ ଶୀତଳଯୁଦ୍ଧ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥାରେ ୟୁନିପୋଲାର (ବିନା ପ୍ରତିଯୋଗିତାରେ କେବଳ ଜଣେ ଶକ୍ତିଶାଳୀ ହେବା) ଅର୍ଥକୁ ଠିକ୍‌ ଭାବେ ବୁଝି ପାରିନାହଁି। ଏହା ଯୋଗୁ ଆମେରିକାର ନିର୍ବିରୋଧ ଅର୍ଥନୀତି ଏବଂ ମିଲିଟାରି ପ୍ରାଧାନ୍ୟ କମିବାରେ ଲାଗିଛି। ଆମେରିକା ତା’ୟୁନିପୋଲାର ଅଭିଯାନରେ ସମୟ ଏବଂ ଟଙ୍କା ନଷ୍ଟ କରୁଛି। ମୁଖ୍ୟତଃ ବିଶ୍ୱ ସ୍ତରରେ ସନ୍ତ୍ରାସବାଦ ବିରୋଧରେ ଏକ ବ୍ୟୟବହୁଳ ଏବଂ ଅବ୍ୟବସ୍ଥିତ ଯୁଦ୍ଧ ଚଳାଇବା ସହ ବହୁ କ୍ଷେତ୍ରରେ ମିଲିଟାରି ହସ୍ତକ୍ଷେପ ଏବଂ ରୁଷିଆ ପ୍ରତି ତା’ ଦୃଷ୍ଟିକୋଣ ଯୋଗୁ ଏହା ଘଟୁଛି। ବାସ୍ତବରେ ଶୀତଳଯୁଦ୍ଧରେ ବିଜୟୀ ହେବା ପରେ ଆମେରିକା ରଣନୀତିକ ଯୁଦ୍ଧାଭ୍ୟାସ ଚଳାଇ ପ୍ରଭାବ ବିସ୍ତାର କରିବାକୁ ଚାହଁିଲା। ବିଶେଷକରି ଏହା ନାଟୋକୁ ରୁଷିଆ ସୀମା ଯାଏ ସମ୍ପ୍ରସାରିତ କଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ଏବଂ ଜର୍ମାନୀକୁ ଯେଭଳି ପାଶ୍ଚତ୍ୟ ଆଡ଼କୁ ଆଣିବାରେ ସଫଳ ହୋଇଥିଲା ସେଭଳି ରୁଷିଆକୁ ଆଣିବାକୁ ଉଦ୍ୟମ କଲା। ରୁଷିଆ ସହ ଏହାର ସମ୍ପର୍କ ଖରାପ ହେବାରୁ ଶେଷରେ ୟୁକ୍ରେନ ସୀମାରେ ରୁଷିଆକୁ ସେନା ମୁତୟନ କରିବାକୁ ପଡ଼ିଲା। ଆମେରିକା ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ।
ହେଲେ ୧୯୯୧ ପରଠାରୁ ଏହା ୟୁରୋପ ଏବଂ ଅନ୍ୟଠାରେ ତା’ର ପ୍ରତିବଦ୍ଧତା ରକ୍ଷା କରିପାରିନାହିଁ। ଏବେ ୟୁକ୍ରେନକୁ ସୁରକ୍ଷା ଦେବା ଲାଗି ଆମେରିକା କାହଁିକି ସେନା ମୁତୟନ କରିବାକୁ ମନା କରୁଛି ତାହା ବୁଝିବାକୁ ହେଲେ ଅନେକ କିଛି ବିଷୟକୁ ଦେଖିବାକୁ ପଡ଼ିବ। ୟୁକ୍ରେନକୁ ଆମେରିକା ଯୁଦ୍ଧାସ୍ତ୍ର ଓ ଗୋଳାବାରୁଦ ଦେଉଛି। ହେଲେ ଏହା ସାମରିକ କ୍ଷେତ୍ରରେ ଶକ୍ତିଶାଳୀ ରୁଷିଆର ଅକ୍ରମଣରୁ ୟୁକ୍ରେନକୁ ରକ୍ଷା କରିପାରିବ ନାହଁି।
ଆମେରିକାର ନେତୃବର୍ଗ ଶୀତଳ ଯୁଦ୍ଧ ପରେ ସାଂଘାତିକ ଭୁଲ କରିଛନ୍ତି। ସେମାନେ ଚାଇନା ଉତ୍‌ଥାନ ପାଇଁ ସହାୟତା ଦେଇ ଏକ ବଡ଼ ଶତ୍ରୁ ସୃଷ୍ଟି କରିଛନ୍ତି। ଚାଇନା ଏବେ ଆମେରିକା ସହ ଏମିତି ଶତ୍ରୁତା ଆଚରଣ କରୁଛି, ଯାହା କେବେ ବି ହୋଇ ନ ଥିଲା। ଏହାସତ୍ତ୍ୱେ ଆମେରିକୀୟ ନେତାମାନେ ଏଥିରୁ କିଛି ଶିକ୍ଷା କରି ନାହାନ୍ତି। ଏହା ପରିବର୍ତ୍ତେ, ଆମେରିକା ବିଶ୍ୱର ବହୁ ସମସ୍ୟା ଉପରେ କମ୍‌ ଧ୍ୟାନ ଦେବାରେ ଲାଗିଛି ଓ ଏଗୁଡ଼ିକର ସମାଧାନ ପାଇଁ ପର୍ଯ୍ୟାପ୍ତ ସଂସାଧନ ଯୋଗାଇ ଦେଉନାହିଁ। ଅନ୍ୟପଟରେ ଅତ୍ୟଧିକ କଟକଣା ଲଗାଇବା ଦ୍ୱରା ଚାଇନାର ପ୍ରଭାବ ବଢ଼ିଚାଲିଛି। ଉଦାହରଣ ସ୍ବରୂପ, ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏବଂ ଏବକାର ବାଇଡେନ ପ୍ରଶାସନ ସେମାନଙ୍କ ମିତ୍ର ଏବଂ ମେଣ୍ଟ ରାଷ୍ଟ୍ରଗୁଡ଼ିକୁ ଇରାନରୁ ତୈଳ ଆମଦାନୀ କରିବାକୁ ବାରଣ କରିବା ଦ୍ୱାରା ଚାଇନାର ଲାଭ ହେଲା। ଚାଇନା ଇସ୍‌ଲାମିକ ରିପବ୍ଲିକରୁ ବହୁ ରହାତିରେ ତେଲ ପାଇବା ସହ ସେଠାରେ ବଡ଼ ନିବେଶକ ଭାବେ ଉଭା ହେଲା ଏବଂ ସୁରକ୍ଷା କ୍ଷେତ୍ରରେ ଭାଗୀଦାରି ମଧ୍ୟ ହୋଇପାରିଲା। ଚାଇନା ସହ କାମ୍ବୋଡିଆର ଚୁକ୍ତିକୁ ଭିତ୍ତିକରି ଆମେରିକା ଏହା ଉପରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଇଲା। ଏହାକୁ ନେଇ ଗତବର୍ଷ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହୁନ୍‌ ସେନ କହିଥିତ୍ଲେ ଯେ, ମୁଁ ଯଦି ଚାଇନା ଉପରେ ଭରସା ନ କରିବି ତେବେ କାହା ଉପରେ ଭରସା କରିବି?
ରୁଷିଆ ମଧ୍ୟ ସମାନ ପ୍ରଶ୍ନ ନିଜକୁ ପଚାରି ଆସୁଛି। ରୁଷିଆ ଓ ଚାଇନା ମଧ୍ୟରେ ଅନେକ ଦଶନ୍ଧି ଧରି ନିକଟ ସମ୍ପର୍କ ରହିଛି। ତେବେ ୨୦୧୪ରେ କ୍ରମିଆକୁ ନିଜ ଦେଶ ସହ ମିଶାଇବା କାର୍ଯ୍ୟକଳାପ ଯୋଗୁ ରୁଷିଆ ଉପରେ ଆମେରିକା କଟକଣା ଲଗାଇଥିଲା। ଫଳରେ ଏହା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଚାଇନା ସହ ରଣନୀତିକ ଭାଗୀଦାରି ହେବାକୁ ପ୍ରେରିତ କଲା। ୟୁକ୍ରେନ୍‌ରେ ଯାହା ବି ଘଟିଲେ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ରହିବାର ସମ୍ଭାବନା ଅଧିକ। କିନ୍ତୁ ରୁଷିଆ ୟୁକ୍ରେନ ଆକ୍ରମଣ କଲେ ବହୁ କଠୋର କଟକଣା ଲଗାଇବ ବୋଲି ଆମେରିକା କହିଛି। ଏହା ହେଲେ ରୁଷିଆ – ଚାଇନା ସମ୍ପର୍କ ମଜଭୁତ ହେବ ଓ ଚାଇନାକୁ ଅଧିକ ଲାଭ ମିଳିବ। ରୁଷିଆ ପ୍ରତି ଅତ୍ୟଧିକ ଆର୍ଥିକ ଦଣ୍ଡର ଯୋଜନା ବି କରିଛି ଆମେରିକା। ରୁଷୀୟ ବ୍ୟାଙ୍କଗୁଡ଼ିକୁ ଅନ୍ତର୍ଜାତୀୟ ଏସ୍‌ଡବ୍ଲ୍ୟୁଆଇଏଫ୍‌ଟ ପେମେଣ୍ଟ ବ୍ୟବସ୍ଥାରୁ ବିଚ୍ଛିନ୍ନ କରିବାକୁ ଯୋଜନା କରିଛି। ଏହା ହେଲେ ରୁଷିଆର ବ୍ୟାଙ୍କର ହୋଇଯିବ ଚାଇନା। ଫଳରେ ଚାଇନା ଅନ୍ତର୍ଜାତୀୟ ସ୍ତରରେ ତା’ ମୁଦ୍ରା ବ୍ୟବହାରକୁ ସମ୍ପ୍ରସାରିତ କରିବାକୁ ସକ୍ଷମ ହେବ। ଆଉ ମଧ୍ୟ ବାଲ୍‌ଟିକ ସାଗର ଦେଇ ରୁଷିଆରୁ ଜର୍ମାନୀ ଯାଏ ଲମ୍ବିଥିବା ନର୍ଡ ଷ୍ଟ୍ରିମ୍‌ର ଦୁଇ ଗ୍ୟାସ୍‌ ଲାଇନକୁ ଯଦି ବାଇଡେନ୍‌ ବନ୍ଦ କରନ୍ତି ତେବେ ରୁଷିଆ ଚାଇନାକୁ ଅଧିକ ଶକ୍ତି ରପ୍ତାନି କରିବ। ଫଳରେ ଚାଇନା ରୁଷିଆଠାରୁ ଅଧକ ଶକ୍ତି ପାଇବ। ଚଳିତ ମାସରେ ପୁଟିନ ରୁଷିଆର ପ୍ରାକୃତିକ ଗ୍ୟାସ ରପ୍ତାନି ୧୦ଗୁଣ ବୃଦ୍ଧି କରିବାର ପ୍ରତଶ୍ରୁତିି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପାଇବା ଦ୍ୱାରା ସମ୍ଭାବ୍ୟ ତାଇଓ୍ବାନ ଆକ୍ରମଣକୁ ନେଇ ପାଶ୍ଚାତ୍ୟର ଶକ୍ତି କଟକଣାକୁ ସାମ୍ନା କରିବା ଏପରି କି ଯୋଗାଣ ବନ୍ଦ ଥିବାବେଳେ ଚାଇନା ଏକ ସୁରକ୍ଷା ବଳୟ ସୃଷ୍ଟି କରିବାରେ ଲାଗିପିଡ଼ିଛି। ରୁଷିଆ ଓ ଚାଇନା ମଧ୍ୟରେ ଏକ ମଜଭୁତ ସମ୍ପର୍କ ସୃଷ୍ଟି ହେବାରେ ଲାଗିଛି। ଏହା ଯୋଗୁ ୟୁକ୍ରେନ ସଙ୍କଟର ପରିଣାମ ଆମେରିକା ପାଇଁ ସବୁଠୁ ଖରାପ ହେବା ସମ୍ଭାବନା ରହିଛି। ଏଣୁ ରୁଷିଆ ସହ ସମାଧାନ କରିବା ସବୁଠୁ ଭଲ। ରୁଷିଆ ୟୁକ୍ରେନ ଆକ୍ରମଣ କରିବ ନାହିଁ କିମ୍ବା ତାହାକୁ ତା ସହ ମିଶାଇବ ନାହଁି ବୋଲି ନିଶ୍ଚିତ କରିବାକୁ ହେବ। ଆଗକୁ ୟୁରୋପରେ ଜଟିଳ ସମସ୍ୟା ସୃଷ୍ଟିକରିବାରୁ ଆମେରିକାକୁ ବିରତ ରଖାଯାଇ ପାରିଲେ ମୁଖ୍ୟ ଲକ୍ଷ୍ୟଗୁଡ଼ିକ ପୂରଣ ହୋଇପାରିବ। ବିଶେଷ କରି ଉପଲବ୍ଧ ସଂସାଧନ ଓ କ୍ଷମତା ବଳରେ ଇଣ୍ଡୋ ପାସିଫିକ୍‌ରେ ଚାଇନାର ଅଧିକାରକୁ ପ୍ରତିହତ କରାଯାଇପାରିବ।
ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଆମେରିକାର ନେତୃତ୍ୱର ଭବିଷ୍ୟତ ଏସିଆରେ ହିଁ ସ୍ପଷ୍ଟ ହେବ। ହେଲେ ଆମେରିକାର ପ୍ରଭାବକୁ ପ୍ରତିହତ କରିବା ଲାଗି ଚାଇନା ସବୁ କ୍ଷେତ୍ରରେ ତା’ ଶକ୍ତି ଖଟାଉଛି। ଚାଇନା ପ୍ରାୟତଃ ଶକ୍ତିଶାଳୀ ହୋଇଗଲାଣି। ଯଦି ବାଇଡେନ୍‌ ପ୍ରଶାସନ ଚାଇନା ସୃଷ୍ଟି କରୁଥିବା ବିପଦକୁ ସ୍ବୀକାର ନ କରେ ଏବଂ ଉପଯୁକ୍ତ ରଣନୀତି ନ ଆପଣାଏ, ତେବେ ଆମେରିକାର ପ୍ରଭୁତ୍ୱ ବିସ୍ତାର କରିବାର ଯେଉଁ କିଛି ସୁଯୋଗର ପଥ ଖୋଲା ରହିଛି ତାହା ବି ବନ୍ଦ ହୋଇଯିବ।
ପ୍ରଫେସର, ଷ୍ଟ୍ରାଟେଜିକ ଷ୍ଟଡିଜ୍‌,
ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri