ହିତାଧିକାରୀଙ୍କ ୨ ମାସର ଗହମ ଗାଏବ

ଚଣ୍ଡିଖୋଲ,୨୪ା୧୦(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ଗରିବ ଲୋକଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ତେବେ ଗତ କିଛି ମାସ ହେବ ଗହମର ସଙ୍କଟ ଦେଖା ଦେବାରୁ ଯେଉଁମାନଙ୍କ ରାଶନ କାର୍ଡ଼ରେ ଗହମ ଉଲ୍ଲେଖ ଅଛି ସେମାନଙ୍କୁ ଗତ ଜୁଲାଇରୁ ଗହମ ବଦଳରେ ଚାଉଳ ଯୋଗାଇ ଦିଆଯାଉଛି। ତେବେ ଆଶ୍ଚଯର୍‌ୟର କଥା ଗତ ମେ ଓ ଜୁନ୍‌ ମାସର ଗହମ ହିତାଧିକାରୀଙ୍କୁ ଆଦୌ ଦିଆଯାଇନାହିଁ କିମ୍ବା ତା’ବଦଳରେ ଚାଉଳ ମଧ୍ୟ ମିଳିନାହିଁ। ଏହି ଦୁଇ ମାସର ଗହମ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି। ବଡ଼ଚଣା ବ୍ଲକର ହିତାଧିକାରୀଙ୍କୁ ମେ ଓ ଜୁନ୍‌ରେ ୨ ହଜାର ୫୧୭ କୁଇଣ୍ଟାଲ ୧୯ କେଜି ଗହମ ଦିଆଯିବାର ଥିଲା ବେଳେ ତାହା କୁଆଡ଼େ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା କେବଳ ବଡ଼ଚଣା ବ୍ଲକ୍‌ ନୁହେଁ ସାରା ଯାଜପୁର ଜିଲାରେ ଏହି ୨ ମାସର ଗହମ ସମ୍ପୂର୍ଣ୍ଣ ଗାଏବ ହୋଇଥିବା ଅଭିଯୋଗ ହୋଇଛି ା ଅଦ୍ୟାବଧି ହିତାଧିକାରୀମାନେ ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍ବକୃତୀପ୍ରାପ୍ତ ରିଟେଲରମାନଙ୍କୁ ଦୋଷ ଦେଉଥିବା ବେଳେ ଉପରସ୍ତରରେ ଏପର୍ଯ୍ୟନ୍ତ ଏଥିନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ନାମରେ ଗତ ଏପ୍ରିଲରୁ ୩ ମାସିଆ କିସ୍ତି କରି ଡ଼ିସେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଗହମ ମୁଣ୍ଡ ପିଛା ୫ କେଜି କରି ପ୍ରଦାନ କରୁଛନ୍ତି। ଅଦ୍ୟାବଧି ଗରିବ ଲୋକମାନେ ଏହି ମାଗଣା ଚାଉଳ ଓ ଗହମ ୬ମାସର ପାଇସାରିଲେଣି। ଅକ୍ଟୋବର, ନଭେମ୍ବର ଓ ଡ଼ିସେମ୍ବରର ମାଗଣା ଗହମ ଓ ଚାଉଳ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ଘୋଷଣା କରିଛନ୍ତି। ଯେଉଁମାନଙ୍କ ରାଶନକାର୍ଡ଼ ଥିବ ସେମାନେ ଏହି ମାଗଣା ଚାଉଳ ଓ ଗହମ ପାଇପାରିବେ। ପ୍ରତ୍ୟେକ ମାସରେ କିଲୋ ପ୍ରତି ୧ଟଙ୍କା କରି ୫ କେଜି ଗହମ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥାଏ। ତେବେ ଆଶ୍ଚଯର୍‌ୟର କଥା ମେ ଓ ଜୁନ୍‌ ମାସର ଗହମ ଦିଆଯାଇ ନ ଥିଲା ବେଳେ ଏହାର ପରବର୍ତ୍ତି ସମୟରେ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ୩ ମାସର ଗହମ ପ୍ରଦାନ କରାଯାଇଛି। ଯୋଗାଣ ବିଭାଗ ତରଫରୁ ଏହି ଟଙ୍କାକିଆ ଗହମ ପ୍ରଦାନ କରାଯିବାକୁ ରିଟେଲରମାନଙ୍କୁ ସୂଚନା ଦିଆଯିବା ପରେ ସେମାନେ ମେ ଓ ଜୁନ୍‌ର ଟଙ୍କା ସରକାରଙ୍କ ତହବିଲରେ ଡ୍ରାପ୍ଟ ମାଧ୍ୟମରେ ଡ଼ିପୋଜିଟ୍‌ କରିଛନ୍ତି। ତଥାପି ସେମାନଙ୍କୁ ଏ ପଯର୍‌ୟନ୍ତ ଗହମ ପ୍ରଦାନ କରାଯାଇନାହିଁ। କେବଳ ସେତିକି ନୁହେଁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତ ଅଗଷ୍ଟର ଚାଉଳ ମଧ୍ୟ ହଡ଼ପ ହୋଇଥିବା ନେଇ କେତେଜଣ ହିତାଧିକାରୀ ଅଭିଯୋଗ ଉଠାଇଛନ୍ତି। ସେମାନେ ଚାଉଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ରିଟେଲରମାନେ ପ୍ରତ୍ୟେକ ମାସର ଚାଉଳ ଓ ଗହମ ପିଓଏସ୍‌ ମେଶିନ ମାଧ୍ୟମରେ ବଣ୍ଟନ କରିଥାନ୍ତି। ଏଥିରେ ହିତାଧିକାରୀଙ୍କ ଆଙ୍ଗୁଠି ଛାପ ଓ ଆଖିର ଛାପ ନିଆଯାଇଥାଏ। ପିଓଏସ୍‌ ମେଶିନଟି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ। ଯେଉଁଥିରେ ପିଛିଲା ଭାବେ ବକେୟା ରହିଥିବା କୌଣସି ହିତାଧିକାରୀଙ୍କ ନାମ ଯୋଗ ହୋଇପାରିବ ନାହିଁ। ତେଣୁ କେଉଁ ଉପାୟରେ ମେ ଓ ଜୁନ୍‌ ମାସର ଗହମ ହିତାଧିକାରୀମାନେ ପାଇବେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ଗହମ ମେ ଓ ଜୁନ୍‌ ମାସର ଆସିନାହିଁ କିମ୍ବା ହିତାଧିକାରୀଙ୍କୁ ବଣ୍ଟନ କରାଯାଇନାହିଁ। କେବେ ଦିଆଯିବ ତାହା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସେକ୍‌ ସଲାଉଦ୍ଦିନ୍‌ ଖାଁଙ୍କୁ ଯୋଗାଯୋଗ କରାଯାଇଥିଲା ା ହେଲେ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri