ଅଧିକାରୀଙ୍କୁ ତାଲା ପକାଇଲେ ହିତାଧିକାରୀ

ଯୋଡା,୧୧୭।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ ଚମକପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ହିତାଧିକାରୀମାନେ ସେମାନଙ୍କର ୪ମାସର ବକେୟା ଭତ୍ତା ନ ପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଦ୍ୟାଧର ପାତ୍ର ଓ ଗ୍ରାମ ରୋଜଗାର ସେବକ ରମେଶ ନାଏକଙ୍କୁ ଗୋଟିଏ ପ୍ରକୋଷ୍ଠ ମଧ୍ୟରେ ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ତାଲା ପକାଇ ଅଟକ ରଖିଥିବା ଜଣପାଡ଼ିଛି। ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାପକ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା।
ସୂଚନା ଅନୁଯାୟୀ, ସରକାରଙ୍କର ଦ୍ୱାରା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବିଭିନ୍ନ ଗ୍ରାମର ହିତାଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିଥାଏ। ଏଥି ମଧ୍ୟରୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ରାଜ୍ୟ ସରକାର ଦେଉଥିବା ଭତ୍ତା ନଗଦ ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଭତ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଆସିଥାଏ । ତେବେ ହିତାଧିକାରୀମାନେ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ଟଙ୍କା ଆସି ନ ଥିବା କହି ସେମାନଙ୍କୁ ୪ମାସ ହେଲା ଫେରାଇଦେଉଛନ୍ତି । ସେଥିପାଇଁ ଦୂରଦୁରାନ୍ତରୁ ଟଙ୍କା ଖର୍ଚ୍ଚ କରି ହିତାଧିକାରୀଙ୍କୁ ବ୍ୟାଙ୍କ ଯାଇ ନିରାଶ ହୋଇ ଫେରିବାକୁ ପଡ଼ିଛି। ଏପରିକି ଅନେକ ହିତାଧିକାରୀ ବ୍ୟାଙ୍କ ଯିବା ପାଇଁ ଅକ୍ଷମ ହୋଇଥିବା ବେଳେ ସେମାନଙ୍କୁ ଅଟୋ ଭଡା କରି ବ୍ୟାଙ୍କ ଯିବାକୁ ପଡ଼ିଛି । ସେମାନେ ପାଉଥିବା ଭତ୍ତା ଏବଂ ଅଟୋ ଭଡ଼ା ପ୍ରାୟ ସମାନ ହେଇଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟା ଯୋଡା ବ୍ଲକର ୧୯ଟି ଯାକ ପଞ୍ଚାୟତରେ ଦେଖାଦେଉଥିବା ବେଳେ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁ ଏହା ଘଟୁଥିବା ଜଣାପଡିଛି । ଅଧିକାରୀଙ୍କୁ ଅଟକ ରଖିବା ପରେ ହିତାଧିକାରୀଙ୍କର ଚଳିତ ମାସର ଭତ୍ତା ବାବଦକୁ ୩ ଲକ୍ଷ ଦେବା ପାଇଁ ଅଧିକାରୀମାନେ ସ୍ଥିର କରିଥିଲେ। କିନ୍ତୁ ଏହାକୁ ମଧ୍ୟ ହିତାଧିକାରୀମାନେ ବିରୋଧ କରିଥିଲେ। ବିଗତ ୩ମାସର ଭତ୍ତା ସେମାନେ ଦାବି କରିଥିଲେ। ପରିସ୍ଥିତି ଉତ୍ତେଜନା ମୂଳକ ହେବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଯୋଡା ବିଡିଓ ଜଗନ୍ନାଥ ହନୁମାନଙ୍କ ସହିତ ଅଧିକାରୀ ଯୋଗାଯୋଗ କରି ଆଉ ୩ଲକ୍ଷ ଟଙ୍କା ଦେବା ପାଇଁ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଯୋଡାରୁ କିଛି କର୍ମଚାରୀ ଯାଇ ବକେୟା ପୈଠ କରାଯାଇଥିବା ଅଟକ ରହିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପାତ୍ର ଖବରଦାତାଙ୍କୁ ସୂଚନା ଦେଇଥିଲେ। ତେବେ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କେତେକ ହିତାଧିକାରୀଙ୍କ ମୃତ୍ୟୁ ପରେ ମଧ୍ୟ ଜାଲ ଟିପ ଚିହ୍ନରେ ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଗରିବ ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଠ ଭତ୍ତା ଠିକ ସମୟରେ ମିଳୁ ନ ଥିବାରୁ ସେମାନେ ଅତ୍ୟନ୍ତ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି । ଏହାକୁ ତୁରନ୍ତ ନିୟମିତ କରିବା ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri