ମନରେଗା ଜନଶୁଣାଣି ପ୍ରହସନ: ହିତାଧିକାରୀଙ୍କୁ ମିଳୁନି ରାଶନ, ଅଭିଯୋଗ କଲେ ମଧ୍ୟ…

ଅମରପାଲି,୧୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ୨୦୨୪ -୨୦୨୫ ଆର୍ଥିକ ବର୍ଷର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବିଡିଓ ରାଜୀବ ହାଁସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ଏଡିଏମ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଅଧୀନରେ ଚାଲିଥିବା ମନରେଗା ଯୋଜନା କାର୍ଯ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଉଦ୍ୟାନ ବିଭାଗ, ବନବିଭାଗ, ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ବିବରଣୀ ଉପସ୍ଥାପନ କରିଥିଲେ। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସାମାଜିକ ସମୀକ୍ଷା ସମୟରେ ଆଇନଜୀବୀ ଆଶ୍ରୟ ମହାନନ୍ଦ ବ୍ଲକରେ ବହୁ ଯୋଗ୍ୟ ହିତାଧିକାରୀ ରାଶନ ପାଉନଥିବା ଅଭିଯୋଗ କରିଥିଲେ । ସେହି ଯୋଗ୍ୟ ହିତାଧିକାରୀମାନଙ୍କୁ କାହିଁକି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ରାଶନ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାସହିତ ମନରେଗା ଯୋଜନାରେ ବହୁତ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ ମଧ୍ୟ ସମୀକ୍ଷା ବୈଠକରେ ସେନେଇ ଆଲୋଚନା କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବିଡିଓ ରାଜୀବ ହାଁସଦାଙ୍କୁ ଲିଖିତ ଭାବରେ ସେ ଅଭିଯୋଗ ମଧ୍ୟ କରିଛନ୍ତି । ବ୍ଲକରେ ଶତାଧିକ ଯୋଗ୍ୟ ହିତାଧିକାରୀଙ୍କୁ ରାଶନ ମିଳୁ ନ ଥିବା ଅଭିଯୋଗ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲା ପରିଷଦ ମନରେଗା କାର୍ଯ୍ୟକାରୀ ଅଧିକାରୀ ହୃଷିକେଶ ମହାକୁର, ବୀରମହାରାଜପୁର ବ୍ଲକ ପବ୍ଲିକ ହିଅରିଙ୍ଗ କମିଟି ସଦସ୍ୟ କିଶୋର ହୋତା, ପ୍ରଭଞ୍ଜନ କର୍ମୀ ପ୍ରମୁଖ ମଞ୍ଚାସିନ ହୋଇ ପ୍ରତ୍ୟେକ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ । ବ୍ଲକ ମନରେଗା ସଂଯୋଜକ ଚୈତନ୍ୟ ମଲ୍ଲିକ ବିଗତ ବୈଠକର ବିବରଣୀ ପଠନ କରିବା ସହିତ ଚଳିତ ବୈଠକର ଭିଆରବିମାନଙ୍କ କାର୍ଯ୍ୟ ତଦାରଖ ତଥ୍ୟ ଉପସ୍ଥାପନ କରିଥିଲେ। ବାଗବର, ହିଲୁଙ୍ଗ, ଉଫୁଲା, ଜଟେସିଂହା, ମୁର୍ଷୁଣ୍ଢୀ, କେନଝିରିଆପାଲି ଆଦି ଗ୍ରାମ ପଞ୍ଚାୟତର କିଛି କାର୍ଯ୍ୟର ଆବଶ୍ୟକ ତଥ୍ୟ ନଥିବାରୁ ସେମାନଙ୍କୁ ଜରିମାନା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଏସସିଏଫ ଅବିନାଶ ବେରିହା,ଉଦ୍ୟାନ ବିଭାଗର ପ୍ରିୟଦର୍ଶିନୀ ଝାଙ୍କର, ପରମେଶ୍ୱର ବିଶି, ଭିଆରବି, ପିଇଓଏଡି ଡବ୍ଲୁଓଙ୍କ ସମେତ ହିତାଧିକାରୀମାନେ ଯୋଗ ଦେଇଥିଲେ । ଏପିଓ ଅମୃତାଂଶୁ ପାତ୍ର ସଭା ସଂଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri