ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀ ହନ୍ତସନ୍ତ:ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚାନ୍ତ

ଭବାନୀପାଟଣା,୨୬।୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନଏସିରେ ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀମାନେ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାକୁନେଇ ସେମାନଙ୍କ ମଧ୍ୟରେ ତୀବ୍ର ଉଦବେଗ୍‌ ପ୍ରକାଶ ପାଇଛି। ଜୁନାଗଡ ଏନଏସିରେ ୧୨ଟି ୱାର୍ଡ ଥିବାବେଳେ ଏଥିରେ ୪୦୬୭ ଜଣ ରାଶନ କାର୍ଡ ହିତାଧିକାରୀ ଅଛନ୍ତି। ପୂର୍ବରୁ ଏନଏସିର ୩ଟି ସ୍ଥାନରେ ପିଡିଏସ୍‌ ବଣ୍ଟନ କରାଯାଉଥିଲା। ହେଲେ ଗତ ଅକ୍ଟୋବର ମାସଠାରୁ ଜୁନାଗଡ ଆରଏମସି ବଜାର ନିକଟରେ ଗୋଟିଏ ସ୍ଥାନରେ ୧୨ଟି ୱାର୍ଡବାସୀଙ୍କ ପାଇଁ ପିଡିଏସ୍‌ ବଣ୍ଟନ କରାଯାଉଛି। ଯହାଦ୍ୱାରା ଏନ୍‌ଏସିର ୧୨ଟି ୱାର୍ଡର ହିତାଧିକାରୀ ଏହି ସ୍ଥାନକୁ ପିଡିଏସ୍‌ ଆଣିବାକୁ ଆସି ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। ବିଶେଷକରି ଶ୍ରମିକ ଶ୍ରେଣୀର ଲୋକେ କାମ ବନ୍ଦ କରି ଚାଉଳ ନେବା ପାଇଁ ଆସୁଥିବାବେଳେ କାର୍ଡ ସଂଖ୍ୟା ଅଧିକ ରହିଥିବାରୁ ଠିକ୍‌ ସମୟରେ ଚାଉଳ ନ ପାଇ ସେମାନେ ଫେରିଯାଉଥିବା ଦେଖିବାକୁ ମିଳିଛି। ସେହିପରି ସହରର ୩କି.ମି.ଦୂରରେ ଥିବା ପଲସାପଡା, ହଣ୍ଡାଖାଲପଡାବାସୀ ଓଟୋରିକ୍ସାରେ ଟଙ୍କିକିଆ ଚାଉଳ ନେବା ପାଇଁ ଖର୍ଚ୍ଚାନ୍ତ ହୋଇଥାନ୍ତି। ପ୍ରକାଶ ଯେ,ଜୁନାଗଡ ଏନଏସିରେ ରାଶନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ଅଧିକ ଥିବା ଓ ପିଡିଏସ୍‌ ବଣ୍ଟନ କେନ୍ଦ୍ର ଦୂରତା ଥିବାରୁ ଲୋକଙ୍କ ସୁବିଧା ପାଇଁ ଗତ ୨୦୨୩ ମସିହା ଆରମ୍ଭରେ ତକତ୍ାଳୀନ ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲଙ୍କ ସମୟରେ ଜୁନାଗଡର ଆଉ କିଛି ସ୍ଥାନରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ନେଇ ରେଜୁଲେସନ ମାଧ୍ୟମରେ ଧର୍ମଗଡ ଉପଜିଲାପାଳଙ୍କୁ ଜଣାଯାଇଥିଲା। ଯାହାଫଳରେ ଉକ୍ତ ବର୍ଷ ମଧ୍ୟ ଭାଗରେ ଜୁନାଗଡର ୩ଟି ସ୍ଥାନରେ ପିଡିଏସ୍‌ ବଣ୍ଟନ କେନ୍ଦ୍ର କରାଯାଇଥିଲା। ଏହାଯୋଗୁ ସ୍ଥାନୀୟ ହିତାଧିକାରୀମାନେ ଠିକ୍‌ ସମୟରେ ଓ ସୁବିଧାରେ ପିଡିଏସ୍‌ ସାମଗ୍ରୀ ପାଇଁ ଖୁସି ଅନୁଭବ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ପୂର୍ବତନ ଅଧ୍ୟକ୍ଷ ଅଗ୍ରୱାଲଙ୍କ ଅନାସ୍ଥା ପ୍ରସ୍ତାବ ପରେ ଜୁନାଗଡ ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ। ଗତ ଅକ୍ଟୋବରଠାରୁ ଏନଏସିର ୩ଟି ସ୍ଥାନରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ବନ୍ଦ କରାଯାଇ ଏବେ ଗୋଟିଏ ସ୍ଥାନରେ ଆରଏମସି ବଜାର ଭିତରେ ପିଡିଏସ୍‌ ସାମଗ୍ରୀ ଦିଆଯାଉଛି। ଏନେଇ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରୁଥିବା ରିଟେଲର ବ୍ରଜେନ୍ଦ୍ର ମେହେରଙ୍କୁ ପଚାରିବାରୁ, ରେନୁଆଲ କରି ନ ପାରିବାରୁ ଏପରି ଅସୁବିଧା ହେଛି। ଏହାସହ ଗୋଟିଏ ସ୍ଥାନରେ ଚାଉଳ ବଣ୍ଟନ ଯୋଗୁ ଲୋକମାନେ ମଧ୍ୟ ହଇରାଣ ହେଉଥିବା କଥାକୁ ସ୍ବିକାର କରିଥିଲେ। ଜୁନାଗଡ ବ୍ଲକ ଯୋଗାଣ ନିରୀକ୍ଷକ ଅଲେଖ ମହିମା ଭୋଇଙ୍କୁ ପଚାରିବାରୁ, କ’ଣ ହେଉଛି ବୁଝିକି କହିବି ବୋଲି ସଫେଇ ଦେଇଥିଲେ। ଅନ୍ୟପକ୍ଷରେ,ଜୁନାଗଡ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକଙ୍କୁ ପଚାରିବାରୁ , ୩ଟି ସ୍ଥାନରେ ବନ୍ଦ ହୋଇଥିବା କଥା ମୁଁ ଜାଣି ନାହଁି। ରିଟେଲର ସହ କଥା ହୋଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri