ଆଧାର ବିନା ଖାଦ୍ୟ ସୁରକ୍ଷାରୁ ହିତାଧିକାରୀ ବଞ୍ଚିତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ରସୁଲପୁର,୨୨ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଆଧାର ସଂଯୋଗ ବିନା ଖାଦ୍ୟ ସୁରକ୍ଷା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଏକ ତଦନ୍ତକାରୀ ଦଳ ରସୁଲପୁର ବ୍ଲକରେ ପହଞ୍ଚତ୍ ତଦନ୍ତ କରିଛି। ବ୍ଲକ ପ୍ରଶାସନ ସହାୟତାରେ ଏହି ଦଳ ବ୍ଲକର କଲଣ, ଜାବରା, ପ୍ରଥମାଖଣ୍ଡି, ଗନ୍ଧଣ ଆଦି ପଞ୍ଚାୟତର ଆଧାର ସଂଯୋଗ ହୋଇ ନ ଥିବା କେତେଜଣ ହିତାଧିକାରୀଙ୍କୁ ଭେଟି ସେମାନଙ୍କ ମତାମତ ସଂଗ୍ରହ କରିଛି। ଏନେଇ ୨୫ ତାରିଖ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିବାରୁ ତଦନ୍ତକାରୀ ଦଳ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ଏହିକ୍ରମରେ ଆଧାର ବିନା ବ୍ଲକ ଅଞ୍ଚଳରେ ହିତାଧିକାରୀଙ୍କୁ ଚାଉଳ ନ ମିଳିବା ଅଡୁଆ ଦୂର ହେବାକୁ ଯାଉଛି।
ଖାଦ୍ୟ ସୁରକ୍ଷା ଆଇନ ମୁତାବକ କେହି ହିତାଧିକାରୀ ଭୋକିଲା ରହିବେ ନାହିଁ। କୌଣସି ଆଳରେ କାହାରିକୁ ଯୋଜନାରୁ ମିଳୁଥିବା ସୁବିଧାରୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। ଏନେଇ ରାଜ୍ୟ ସରକାର କୋର୍ଟ ସମ୍ମୁଖରେ ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ରାଶନକାର୍ଡ ସହ ଶତପ୍ରତିଶତ ଆଧାର ସଂଯୋଗ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେ ଦିଗରେ ବିଭାଗ ଉପରେ ସରକାରୀ ଚାପ ରହୁଛି ମଧ୍ୟ। ସେହି ମୁତାବକ ଆଧାରକାର୍ଡ ନ ଥିବା ହିତାଧିକାରୀଙ୍କୁ ତୁରନ୍ତ ଆଧାର ନମ୍ବର ସହ କାର୍ଡ ସଂଯୋଗ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲା। ଯେଉଁମାନେ ଆଧାର ଦେଉ ନ ଥିଲେ ସେମାନଙ୍କ ଚାଉଳ ବନ୍ଦ କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ଏପରି କି କେତେକ କ୍ଷେତ୍ରରେ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଡିଲରମାନେ ହିତାଧିକାରୀଙ୍କୁ ଚାଉଳ ନ ଦେଇ ଫେରାଇ ଦେଉଥିବା ନଜିର ରହିଛି। ଏନେଇ ଏପ୍ରିଲ ୫ ତାରିଖରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ରେ ଖବର ପ୍ରକାଶ ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌୍‌. ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଖବରକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତାକରୀ ଦଳ ରସୁଲପୁର ବ୍ଲକକୁ ଯାଇ ତଦନ୍ତ କରିବା ସହ ଏହାର ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ଅବଗତ ହେବା ପରେ ଜିଲା ଓ ବ୍ଲକ ଯୋଗାଣ ବିଭାଗରେ ଛନକା ପଶିଥିଲା। ଆଧାର ବିନା ଚାଉଳ ବନ୍ଦ ହୋଇଛି କି ନାହଁ ସେ ନେଇ ବିଭାଗ ପକ୍ଷରୁ ତନାଘନା ହୋଇଥିଲା। ଯେଉଁ ସବୁ ସ୍ଥାନରେ ହିତାଧିକାରୀଙ୍କୁ ଆଧାର ଆଳରେ ଚାଉଳ, ଗହମ ବନ୍ଦ ହୋଇଛି ତୁରନ୍ତ ସେ ସବୁ ଘଟଣାକୁ ସମାଧାନ କରିବାକୁ ତତ୍ପରତା ପ୍ରକାଶ ପାଇଥିଲା।
ସ୍ଥିତି ପରଖିବାକୁ ଆସିଥିବା ତଦନ୍ତ ଦଳରେ ରାଜ୍ୟ ଯୋଗାଣ ବିଭାଗ(ହେଡ୍‌ କ୍ୱାର୍ଟର)ମୁଖ୍ୟ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ଯାଜପୁର ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାନ୍‌, ଯାଜପୁର ବ୍ଲକ ଯୋଗାଣ ଅଧିକାରୀ ଇତିଶ୍ରୀ ଜେନା, ଧର୍ମଶାଳା ବ୍ଲକ ଯୋଗାଣ ଅଧିକାରୀ ମାସନ କୁମାର ସିହା ପ୍ରମୁଖ ଘଟଣାସ୍ଥଳକୁ ଯାଇ ଆଧାର ନ ଥିବା ଓ ବାୟୋ ମେଟ୍ରିକରେ ଟିପଚିହ୍ନ ଚିହ୍ନଟ ହେଉ ନ ଥିବା ଓ ଆଇ ସ୍କାନରରେ ଆଖିଡୋଳା ଚିହ୍ନଟ ହେଉ ନ ଥିବା ହିତାଧିକାରୀଙ୍କୁ ଭେଟି ତଦନ୍ତ କରିଥିଲେ। ଏନେଇ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନଙ୍କୁ ପଚାରିବାରୁ ସେ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏକ ତଦନ୍ତକାରୀ ଦଳ ଆସିଥିଲା। ଉକ୍ତ ଦଳକୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା। ତଦନ୍ତକାରୀ ଦଳ ହିତାଧିକାରୀଙ୍କୁ ଭେଟି ସେମାନଙ୍କ ମତାମତ ନେବା ସହ କେତେଜଣ ହିତାଧିକାରୀଙ୍କଠାରୁ ରାଶନକାର୍ଡ ସଂଗ୍ରହ କରିଛି ବୋଲି ସଲାଉଦିନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri