ଆତ୍ମୀୟଙ୍କ ସନ୍ଧାନରେ ନୟାନ୍ତ

ଗାଜା ସିଟି/ଜେରୁଜେଲମ୍‌,୧୮ା୧୧: ଇସ୍ରାଏଲର ହମାସ୍‌ ବିରୋଧୀ ଯୁଦ୍ଧକୁ ୫ ସପ୍ତାହରୁ ଅଧିକ ସମୟ ବିତିଯାଇଥିବାବେଳେ ରାସ୍ତାଘାଟ, ହସ୍ପିଟାଲ ସବୁକିଛି ପାଲଟିଯାଇଛି ଶ୍ମଶାନ। ଇସ୍ରାଏଲର ମିଶାଇଲ ମାଡ଼ରେ ନିହତ ହୋଇଥିବା ଅନେକ ହଜାର ପାଲେଷ୍ଟିନୀୟଙ୍କ ମୃତଦେହ ପୋତି ହୋଇରହିଛି। ଗାଜା ଷ୍ଟ୍ରିପ୍‌ର ବିସ୍ତୃତ ଭଗ୍ନାବଶେଷ ତଳେ ଲୋକେ ନିଜ ପିଲାଛୁଆ, ମା’ବାପା, ପଡ଼ୋଶୀଙ୍କ ମୃତଦେହ ଖୋଜୁଛନ୍ତି। ଯେଉଁଠୁ ଦୁର୍ଗନ୍ଧ ଛୁଟୁଛି, ସେଇଠି ଚାଲିଛି ଆମତ୍ୀୟଙ୍କ ଶବ ସନ୍ଧାନ। କିନ୍ତୁ ଉପକରଣ, ମାନବସମ୍ବଳ ଓ ଇନ୍ଧନ ଅଭାବରୁ ଏହା ସମ୍ଭବ ହୋଇପାରୁନାହିଁ। ତେଣୁ ଲୋକେ ବିକଳ ହୋଇ ହାତରେ ବି ଖୋଳି ପକାଉଛନ୍ତି।
ଅକ୍ଟୋବର ୭ରୁ ଅଦ୍ୟାବଧି ଗାଜାରେ ଅନୂ୍ୟନ ୧୧,୪୭୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। କିନ୍ତୁ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ିଯାଇଥିବାରୁ ଡେଟା ସଂଗ୍ରହ ହୋଇ ନ ପାରିବାରୁ ବର୍ଦ୍ଧିତ ମୃତ୍ୟୁସଂଖ୍ୟା ଅପ୍‌ଡେଟ୍‌ କରାଯାଇନାହିଁ। ଇତିମଧ୍ୟରେ ଅଲ୍‌ ଶିଫା ପରିସରରେ ୭,୦୦୦ ରୋଗୀ, ଡାକ୍ତର, ନର୍ସ ଓ ନାଗରିକ ଆଶ୍ରୟ ନେଇଥିବା ଉକ୍ତ ହସ୍ପିଟାଲର ଡାଇରେକ୍ଟର ଅବୁ ସଲମିୟା କହିଛନ୍ତି। ଅନ୍ୟପକ୍ଷେ ହମାସ୍‌ ଆକ୍ରମଣରେ ଇସ୍ରାଏଲୀଙ୍କ ମୃତ୍ୟୁସଂଖ୍ୟା ୧,୨୦୦ ରହିଛି।

୪୨ ଦିନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ

ଏୟାର ଡିଫେନ୍ସ ରାଜଧାନୀ ଡାମାସ୍କସ୍‌ ନିକଟରେ ଇସ୍ରାଏଲୀ ମିଶାଇଲଗୁଡ଼ିକୁ ଖସାଇଦେଇଥିବା ସିରିଆ ସେନା ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।
ତତ୍କାଳ ଅନାହାର ଦେଖାଦେବ ବୋଲି ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ସତର୍କ କରାଇଛି। ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ମାତ୍ର ୧୦% ଖାଦ୍ୟ ଯୋଗାଣ କରାଯାଇପାରୁଛି। ଦକ୍ଷିଣ ଗାଜାର ବେକେରି ଓ ଅଟାକଳଗୁଡ଼ିକ ଉପେରେ ଇସ୍ରାଏଲର ଆକ୍ରମଣ ଯୋଗୁ କେବଳ ଗୋଟିଏ କମ୍ପାନୀ ଅଟା ଉତ୍ପାଦନ କରିପାରୁଛି। ବାକି ସବୁ ବନ୍ଦ ହୋଇଗଲାଣି।
ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି। ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଆକ୍ରମଣ ଫଳରେ କ୍ଷତିଗ୍ରସ୍ତ ଅଞ୍ଚଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇପାରୁ ନାହିଁ।
ଆକ୍ରମଣରେ ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ୧୮ ଜଣ ନିହତ ହୋଇଥିବା ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଗାଜା ହସ୍ପିଟାଲ ସ୍ଥିତି
ଗାଜାରେ ଥିବା ହସ୍ପିଟାଲଗୁଡ଼ିକର ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ସର୍ବବୃହତ୍‌ ମେଡିକାଲ ଫାସିଲିଟି ଅଲ୍‌ ଶିଫା ହସ୍ପିଟାଲରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ସୈନ୍ୟ ତୃତୀୟ ଦିନ ଧରି ଅଭିଯାନ ଜାରି ରଖିଛନ୍ତି। ସେଠାରେ ରୋଗୀଙ୍କ ପାଇଁ ଶଯ୍ୟା ନ ଥିବାରୁ ଅନେକେ ବାରଣ୍ଡା ଉପରେ ଚିକିତ୍ସିତ ହେଉଛନ୍ତି। ମାଲେସିଆ ପକ୍ଷରୁ ଗାଜାରେ ନିର୍ମିତ ଏକ ହସ୍ପିଟାଲ ଇସ୍ରାଏଲ ବୋମାମାଡ଼ରେ ବିଧ୍ୱସ୍ତ ହୋଇଯାଇଛି।
କୂଟନୀତି
ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଣ୍ଟୋନି ଅଲ୍‌ବାନେସ୍‌ଙ୍କ ସହ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିଥିବା ବିଷୟ ଏକ୍ସ’ରେ ଘୋଷଣା କରିଛନ୍ତି। ଉଭୟେ ଅସ୍ତ୍ରବିରତି ପାଇଁ ଆହ୍ବାନ ଦେଇଛନ୍ତି।
ଜୋର୍ଡାନ୍‌ର ଏକ ସାମରିକ ହସ୍ପିଟାଲରେ ଇସ୍ରାଏଲ ଆକ୍ରମଣ କରିବାରୁ ୭ ଆହତ ହୋଇଥିବା ଆମେରିକା ପରରାଷ୍ଟ୍ର ବିଭାଗ ଏକ ବିବୃତିରେ କହିଛି। ତେବେ ଆକ୍ରମଣକୁ ଓ୍ବାଶିଂଟନ୍‌ ନିନ୍ଦା କରିନାହିଁ।
ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଓ୍ବେଷ୍ଟ୍‌ ବ୍ୟାଙ୍କରେ ଉତ୍ତେଜନା ହ୍ରାସ ପାଇଁ ଇସ୍ରାଏଲର ଯୁଦ୍ଧ କ୍ୟାବିନେଟ୍‌ ମନ୍ତ୍ରୀ ବେନ୍ନି ଗାଣ୍ଟଜଙ୍କ ସହ ଆଲୋଚନା କରିଛନ୍ତି। ବ୍ଲିଙ୍କେନ୍‌ ଗାଜାକୁ ମାନବୀୟ ସହାୟତା ବୃଦ୍ଧି ସମ୍ପର୍କରେ ମଧ୍ୟ ଇଜିପ୍ଟ ବହିର୍ବ୍ୟାପାର ମନ୍ତ୍ରୀ ସାମେହ ଶୋଉକ୍ରିଙ୍କ ସହ ଆଲୋଚନା କରିଛନ୍ତି।
ବିଶ୍ୱନେତାମାନଙ୍କ ଗୋଷ୍ଠୀ ‘ଦି ଏଲ୍‌ଡର୍ସ’ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଏକ ଖୋଲାଚିଠି ପଠାଇଛି। ଗାଜାରେ ଇସ୍ରାଏଲର ଧ୍ୱଂସଲୀଳା ଓ ଗଣହତ୍ୟା ଆମେରିକାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଥିବା ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?