Categories: ଖେଳ

ଆଇସିସି ନିୟମ ଭୁଲି ଗଲେ ଇଂଲଣ୍ଡ ଖେଳାଳି

ଅହମ୍ମଦାବାଦ,୨୪।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ବଲରେ ଛେପ ଲଗାଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ୧୨ତମ ଓଭରରେ ଷ୍ଟୋକ୍ସ ବୋଲିଂ କରୁଥିବାବେଳେ ଘଟିଥିଲା। ଏହା ଦେଖିବା ପରେ ଷ୍ଟୋକ୍ସଙ୍କୁ ଆଇସିସିର କୋଭିଡ୍‌-୧୯ ନିୟମ ସମ୍ପର୍କରେ ଅବଗତ କରିବା ସହ ଅମ୍ପାୟର ନୀତିନ ମେନନ ବଲକୁ ସାନିଟାଇଜ କରିଥିଲେ। କୋଭିଡ୍‌-୧୯ କାରଣରୁ ବଲକୁ ଚମକାଇବା ଲାଗି ଛେପ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ନିୟମ ଅନୁଯାୟୀ, ଇନିଂସ ପିଛା ପ୍ରତ୍ୟେକ ଦଳକୁ ଦୁଇ ଥର ଚେତାବନୀ ଦିଆଯାଇପାରିବ। ବାରମ୍ବାର ବଲରେ ଛେପ ବ୍ୟବହାର କଲେ ପେନାଲ୍ଟି ସ୍ବରୂପ ପ୍ରତିପକ୍ଷ ଦଳକୁ ଦିଆଯିବ ୫ ରନ୍‌।

Share