ବେଲପାହାଡ଼ ପୌର ପରିଷଦରେ ଅଚଳାବସ୍ଥା

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୧୬ା୧୨: ବେଲପାହାଡ ପୌର ନିର୍ବାହୀ ଅଧିକାରୀଙ୍କ ତରଫରୁ ଗୁରୁବାର ୩ନଂ କାଉନିସଲ ବୈଠକ ଆହ୍ବାନ କରାଯାଇଥିଲା। ବୈଠକରେ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୩ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ କୋରମ ଅଭାବରୁ ବୈଠକ ହୋଇପାରି ନ ଥିଲା। ଏହା ପୂର୍ବରୁ କାଉନସିଲ ବୈଠକ ଆହ୍ବାନ କରାଯାଇଥିବାବେଳେ ଏଥିରେ ଅଧିକାଂଶ କାଉନସିଲର ଯୋଗଦେଇ ନ ଥିଲେ। ଏଭଳି ସ୍ଥିତି ଲାଗିରହିବା ଫଳରେ ପୌରାଞ୍ଚଳର ଉନ୍ନୟନ ବାଧାପ୍ରାପ୍ତ ହୋଇ ଅଚଳାବସ୍ଥା ଦେଖାଦେଇଛି ା ଏ ନେଇ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କ ସମେତ ୫ଜଣ କାଉନସିଲର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଗତ ଅଗଷ୍ଟ ୧୦ରେ ହେବାକୁ ଥିବା କାଉନସିଲ୍‌ ବୈଠକ ଶାରଦୀୟ ଦୁର୍ଗାପୂଜା, ଉପନିର୍ବାଚନ ଓ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ୩ମାସ ପାଇଁ ସ୍ଥଗିତ କରାଯାଇଥିଲା। ସ୍ଥଗିତ ରହିଥିବା ବୈଠକ ଗୁରୁବାର କରିବାପାଇଁ ପୌର ପରିଷଦ ତରଫରୁ ସମସ୍ତ କାଉନସିଲରଙ୍କୁ ସୂଚନା ଦିଆଯାଇଥିଲା। ହେଲେ ବୈଠକରେ ପୌରଧ୍ୟକ୍ଷ ପଣ୍ଡା, ବିଧାୟିକା ଅଳକା ମହାନ୍ତିିଙ୍କ ସମେତ ୫ଜଣ କାଉନସିଲର ଉପସ୍ଥିତ ଥିବାବେଳେ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୨ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ ଆଲୋଚନା ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରି ନ ଥିଲା। ପୌର ପରିଷଦର ଉନ୍ନତି ପାଇଁ ଲୋକେ ଜନପ୍ରତିନିଧିଭାବେ ନିର୍ବାଚିତ କରିଛନ୍ତି। ହେଲେ ସେମାନେ ବୈଠକରେ ଯୋଗଦେଇ ମତସାବ୍ୟସ୍ତ କରୁନାହାନ୍ତି। ଫଳରେ ପୌରାଞ୍ଚଳର ବିକାଶ ବଧାପ୍ରାପ୍ତ ହେଉଛି। ଏ ଦିଗରେ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ପୌରାଧ୍ୟକ୍ଷ ପଣ୍ଡା ଦାବି କରିଛନ୍ତି। ଉପଧ୍ୟକ୍ଷା ରୀନା ସୁନା କହିଛନ୍ତି, ପୌର ନିର୍ବାହୀ ଅଧିକାରୀ ରେଜୋଲୁଶନ କରି କାଉନସିଲ୍‌ ବୈଠକ ଆହ୍ବାନ କରିବା କଥା। ହେଲେ ଏହା କରାଯାଉନାହିଁ। ଓ୍ବାର୍ଡର ବିଭିନ୍ନ ସମସ୍ୟା ନେଇ କାଉନସିଲରମାନେ ପୌର ପରିଷଦର ଅଧିକାରୀମାନଙ୍କୁ ଅବଗତ କଲେ ଏହାର ସମାଧାନ କରା ନ ଯାଇ ଲିଖିତଭାବେ ଜଣାଇବାପାଇଁ କୁହାଯାଉଛି। ଏଥିରେ କାଉନସିଲରମାନେ ଅସନ୍ତୋଷ ବ୍ୟକ୍ତ କରି କାଉନସିଲ ବୈଠକରେ ଯୋଗଦେଇନାହାନ୍ତି। ନିର୍ବାଚନ ହେବାର ଇତିମଧ୍ୟରେ ୮ମାସ ହେଲାଣି। ପ୍ରତିମାସରେ କାଉନସିଲ ବୈଠକ କରାଯିବା କଥା। ଅଦ୍ୟାବଧି ୩କାଉନସିଲ୍‌ ବୈଠକ ଆହ୍ବାନ କରାଯାଇଛି। ଏଭଳି ଅବ୍ୟବସ୍ଥା ନେଇ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ବେଲପାହାଡ ପୌର ପରିଷଦ ୧୯ ଓ୍ବାର୍ଡକୁ ନେଇ ଗଠିତ। ଚଳିତ ନିର୍ବାଚନରେ ୧୪ଜଣ କାଉନସିଲର ବିଜେଡି ସମର୍ଥତ୍ତ, ୩ଜଣ ଭାଜପା ଓ ୨ କଂଗ୍ରେସ ସମର୍ଥତ୍ତ ବିଜୟୀ ହୋଇଛନ୍ତି। କଂଗ୍ରେସ ଦଳର ପୌରାଧ୍ୟକ୍ଷ ରହିଥିବାବେଳେ ବିଜେଡିର ଉପଧ୍ୟକ୍ଷା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri