Posted inଖେଳ

ବେଲ୍‌ଜିୟମ-ଜର୍ମାନୀ ମ୍ୟାଚ ଡ୍ର

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୮।୧: ଚଳିତ ହକି ବିଶ୍ୱକପରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିିୟମରେ ଅନୁଷ୍ଠିତ ବେଲଜିୟମ-ଜର୍ମାନୀ ପୁଲ୍‌ ”ବି’ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ୟୁରୋପର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହେଁ ଏଥିରୁ ଫଳାଫଳ ମିଳି ନ ଥିଲା। ମ୍ୟାଚ ଡ୍ର ରହିବାଦ୍ୱାରା ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ପୂରା ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଜର୍ମାନୀର ୯ ନମ୍ବର ଖେଳାଳି ନିକ୍ଲାସ ୱେଲେନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ୨ ମ୍ୟାଚରୁ ଉଭୟ ଦଳ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ଗୋଲ ବ୍ୟବଧାନରେ ବେଲଜିୟମ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। +୫ ଗୋଲ ବ୍ୟବଧାନ ସହ ବେଲଜିୟମ ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ +୩ ଗୋଲ ସହ ଜର୍ମାନୀ ଦ୍ୱିତୀୟରେ ରହିଛି। ତେଣୁ ଏହି ଗ୍ରୁୁପ୍‌ରୁ କେଉଁ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଯିବ ଏବଂ କେଉଁ ୨ ଦଳ କ୍ରସ୍‌ ଓଭରକୁୁ ଯିବେ ତାହା ଅନ୍ତିମ ଲିଗ୍‌ ମ୍ୟାଚପରେ ସ୍ପଷ୍ଟ ହେବ। ବେଲଜିୟମ ଏହାର ଶେଷ ଲିଗ୍‌ ମ୍ୟାଚ ୨୦ ତାରିଖରେ ଜାପାନ ସହିତ ଖେଳିବ। ସେହିଦିନ ଜର୍ମାନୀ ଓ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା ହେବ। ୨ଟି ଯାକ ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ୟୁରୋପର ଦୁଇ ହକି ପାୱାର ହାଉସ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ମୁକାବିଲା ସ୍ବାଭାବିକଭାବେ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥିଲା। ସ୍ପିଡ୍‌, ଷ୍ଟାମିନା ସହ ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳି ଅଗ୍ରଣୀ ନେବାକୁ ଉଦ୍ୟମ କରିଥିଲେ। ଗତଥରର ଚାମ୍ପିୟନ ବେଲଜିୟମ ଏଥିରେ ସାମାନ୍ୟ ଆଗୁଆ ହୋଇ ୫ମ ମିନିଟରେ ଏକ ପେନାଲ୍ଟି କର୍ନର ହାସଲ କରି ନେଇଥିଲା। ମାତ୍ର ଜର୍ମାନୀ ଡିଫେଣ୍ଡର ଓ ଗୋଲକିପର ଆଲେକଜାଣ୍ଟର ଷ୍ଟାଡଲେର ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ତେବେ ଏହାର ୪ ମିନିଟ ପରେ ଅର୍ଥାତ୍‌ ମ୍ୟାଚର ୯ମ ମିନିଟରେ ସେଡ୍ରିକ ଚାର୍ଲେର ଏକ ଫିଲ୍ଡ ଗୋଲ ଦେଇ ବେଲଜିୟମକୁ ଅଗ୍ରଣୀ କରାଇଥିଲେ। ଜର୍ମାନୀ ରକ୍ଷଣଭାଗରେ ଥିବା ଗ୍ୟାପ୍‌ରୁ ସେଡ୍ରିକ ଫାଇଦା ନେଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ବେଳକୁ ବେଲଜିୟମ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଜର୍ମାନୀ ଦମ୍ଦାର ପ୍ରଦର୍ଶନ କରିଥିଲା। ଆକ୍ରମଣକୁ ଜୋରଦାର କରି ବେଲଜିୟମକୁ କଡ଼ା ଟକ୍କର ଦେଇଥିଲା। ୨୨ତମ ମିନିଟରେ ବେଲଜିୟମ ଡି“ ଏରିଆର ବାମପଟ କର୍ନରରୁ ଗୋଲ ସ୍କୋର କରିିଥିଲେ ଜର୍ମାନୀର ୯ ନମ୍ବର ଖେଳାଳି ନିକ୍ଲାସ ୱେଲେନ। ବେଲଜିୟମ ଗୋଲକପର ଭିନସେଣ୍ଟ ଭାନାଶ୍ଚଙ୍କ ଗୁୁରୁତର ତ୍ରୁଟି ଯୋଗୁ ଏତେ ଦୂରରୁ ନିକ୍ଲାସ ଗୋଲ କରିବାରେ ସକ୍ଷମ ହୋଇଥିଲେ। ବେଲଜିୟମର ରକ୍ଷଣଭାଗ ମଧ୍ୟ କିଛି ସମୟ ପାଇଁ ଢିଲା ହୋଇ ଯାଇଥିଲା। ଏହା ଦଳପାଇଁ ମହଙ୍ଗା ପଡ଼ିଥିଲା। ଉଭୟ ଦଳର ଖେଳାଳିଙ୍କ ସତର୍କତା ଅବଲମ୍ବନ ଯୋଗୁୁ ଅଧିକ ପେନାଲ୍ଟି କର୍ନର ସୁଯେଯାଗ ସୃଷ୍ଟିି ହୋଇ ନ ଥିଲା। ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ଜର୍ମାନୀ ଗୋଟିଏ ହେଲେ ପେନାଲ୍ଟ କର୍ନର ପାଇ ନ ଥିଲା। ୩୯ତମ ମିନିଟରେ ବେଲଜିୟମ ଦ୍ୱିତୀୟ ପେନାଲ୍ଟି କର୍ନର ପାଇଥିଲେ ହେଁ ଜର୍ମାନୀ ଗୋଲକିପର ଷ୍ଟାଡଲେର ଚମତ୍କାର ଭାବେ ଏହାକୁ ସେଭ୍‌ କରି ଦେଇଥିଲେ। ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ଉତ୍ତେଜନାପୂର୍ଣ୍ଣ ରହିଥିଲା। ୫୩ତମ ମିନିଟରେ ଡି’ ଏରିଆ ମଧ୍ୟରେ ବେଲଜିୟମ ଖେଳାଳିଙ୍କ ବିପଜ୍ଜଜନକ ଚ୍ୟାଲେଞ୍ଜ ଯୋଗୁ ଜର୍ମାନୀକୁ ଅମ୍ପାୟର ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦେଇଥିଲେ। ବେଲଜିୟମ ଖେଳାଳି ଏହାକୁୁ ବିରୋଧ କରି ରେଫରାଲ ମାଗିଥିଲେ ହେଁ ତାହା ନାକଚ ହୋଇ ଯାଇଥିଲା। ଜର୍ମାନୀ ଦଳର ୧୫ ନମ୍ବର ଖେଳାଳି ଟମ୍‌ ଗ୍ରାମବୁଶ୍ଚ କୌଣସି ତ୍ରୁଟି ନ କରି ଗୋଲ ସ୍କୋର କରିଥିଲେ। ଫଳରେ ଜର୍ମାନୀ ଅଗ୍ରଣୀ ହୋଇ ଯାଇଥିଲା। ତେବେ ଦଳର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା। ୨ ମିନିଟ ପରେ ଅର୍ଥାତ୍‌ ୫୫ତମ ମିନିଟରେ ତିନି ଜଣିଆ ପାସ୍‌ ମଧ୍ୟରେ ବେଲଜିୟମର ମିକ୍ଟର ୱେଗନେଜ ଶକ୍ତିଶାଳୀ ଶଟ୍‌ ମାଧ୍ୟମରେ ଗୋଲ ପରିଶୋଧ କରି ଦେଇଥିଲେ। ଜର୍ମାନୀ ଗୋଲକିପର ଡାଇଭ୍‌ ମାରିଥିଲେ ହେଁ ବଲ୍‌ ନିକଟରେ ପହଞ୍ଚତ୍ ପାରି ନ ଥିଲେ। ଅନ୍ତିମ କିଛି ମିନିଟ ବେଲଜିୟମ ଘନଘନ ଆକ୍ରମଣ କରିଥିଲେ ହେଁ ଗୋଲ ହୋଇପାରି ନ ଥିଲା।
ପ୍ରକାଶ ଯୋଗ୍ୟ ଯେ, ଟୁର୍ନାମେଣ୍ଟ ଇତିହାସରେ ଜର୍ମାନୀ ଅନ୍ୟତମ ସଫଳ ଦଳ। ଏହି ଦଳ ୨୦୦୨ ଓ ୨୦୦୬ରେ ଚାମ୍ପିୟନ ହୋଇଥିବାବେଳେ ୧୯୮୨ ଓ ୨୦୧୦ରେ ରନରଅପ୍‌ ଏବଂ ୧୯୭୩, ୧୯୭୫, ୧୯୮୬ ଓ ୧୯୯୮ରେ ୪ଥର ବ୍ରୋଞ୍ଜ ପଦକ ହାସଲ କରିଛି। କେବଳ ସେତିକି ନୁହେଁ ୧୯୭୮, ୧୯୯୦ ଓ ୧୯୯୪ରେ ୩ ଥର ୪ର୍ଥ ସ୍ଥାନ ମଧ୍ୟ ହାସଲ କରିଛି। ଅନ୍ୟପକ୍ଷରେ ବେଲଜିୟମ ୨୦୧୮ରେ ଏହି କଳିଙ୍ଗ ଷ୍ଟାଡିିୟମରେ ଚାମ୍ପିୟନ ହେବାର ଅନୁଭୂତି ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri