‘ଗତାନୁଗତିକ ପନ୍ଥା ନ ଆପଣେଇ ନିଜେ ସୃଜନଶୀଳ ହେବା’

ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟ ଦେଶର ଅଗ୍ରଣୀ ଅନୁଷ୍ଠାନ ମଧ୍ୟରୁ ଗୋଟିଏ। ନିଷ୍ଟ ବିଶ୍ୱବିଦ୍ୟାଳୟ ପରିଚାଳନା କରୁଥିବା ଏସ୍‌ଏମ୍‌ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ଡ. ସୁକାନ୍ତ କିଶୋର ମହାପାତ୍ର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୁପରିଚିତ। ସେ ଏନ୍‌ଆଇଟି ରାଉରକେଲାରୁ ଇଞ୍ଜିନିୟରିଂ ସାରିବା ପରେ ୟୁଏସ୍‌ଏ ଷ୍ଟିଭେନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ୍‌.ଡି. ହାସଲ କରିଥିଲେ। ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିରେ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଡ. ମହାପାତ୍ର ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀରେ ନେତୃତ୍ୱ ନେବା ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଡ. ମହାପାତ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର-ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷାର ବ୍ୟାପକତା ବୃଦ୍ଧି କରିବାରେ କେଉଁ ଆହ୍ବାନର ସମ୍ମୁଖୀନ ହୋଇଥାଏ?
ଉ- ଦେଶର ପ୍ରଗତି ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭରକରେ। ଚାଇନା ଓ ୟୁଏସ୍‌ ପରେ ଭାରତ ବିଦ୍ୟାର୍ଥୀଙ୍କ ସଂଖ୍ୟାରେ ତୃତୀୟ। ଶିକ୍ଷା ଅଧିକାର ଆଇନ ତଥା ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ସେହିପରି ଜାତୀୟ ଶିକ୍ଷାନୀତି ୨୦୨୦ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ସରଳ କରିଛି। ତେବେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ଆହ୍ବାନକୁ ଘରୋଇ ଶିକ୍ଷାନୁଷ୍ଠାନ ସାମ୍ନା କରୁଥିଲେ ମଧ୍ୟ ପିଲାଙ୍କୁ ଗୁଣାମତ୍କ ଶିକ୍ଷା ପ୍ରଦାନ ଆମର ପ୍ରଧାନ ଲକ୍ଷ୍ୟ। ଏମିତି ଦେଖିବାକୁ ଗଲେ ସାରା ବିଶ୍ୱରେ ଅନେକ ଘରୋଇ ଅନୁଷ୍ଠାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉକତ୍ର୍ଷ ପ୍ରତିପାଦନ କରିଛି।
ପ୍ର-ଶିକ୍ଷାକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିିଆଲ ଇଣ୍ଟେଲିଜେନ୍ସ)ର କ’ଣ ପ୍ରଭାବ ରହିଛି?
ଉ- ଡିଜିଟାଲ ବିପ୍ଳବ ଦ୍ୱାରା ଟେକ୍ନୋଲୋଜି ବ୍ୟବହାରରେ ଶିକ୍ଷା ବ୍ୟବସ୍ଥାକୁ ଫଳପ୍ରଦ କରାଯାଇପାରିବ। କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସ୍ବାସ୍ଥ୍ୟ, ବାଣିଜ୍ୟ, ବ୍ୟବସାୟ, ଉପତ୍ାଦନଠାରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି। ସେହିପରି କୃତ୍ରିମ ବୁଦ୍ଧିମତ୍ତା ପ୍ରଫେସରମାନେ ପିଲାଙ୍କୁ ପାଠ ପଢ଼ାଇପାରିବେ। ବର୍ତ୍ତମାନ ଏଆଇ ସହଯୋଗରେ ପରୀକ୍ଷା ପରିଚାଳନା ମଧ୍ୟ ଶୃଙ୍ଖଳିତ ହୋଇପାରୁଛି।
ପ୍ର-ନିଷ୍ଟ ବିଶ୍ୱବିଦ୍ୟାଳୟର କେଉଁ ବିଶେଷତ୍ୱ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିଥାଏ? ଏ କ୍ଷେତ୍ରରେ ଆପଣଙ୍କ ଜୀବନଯାତ୍ରା କିପରି ରହିଛି?
ଉ-ନିଷ୍ଟ ବିଶ୍ୱବିଦ୍ୟାଳୟ ୪ଟି କଥାକୁ ଗୁରୁତ୍ୱ ଦେଇଥାଏ। ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ପ୍ରାଥମିକତା, ବିଦ୍ୟାର୍ଥୀଙ୍କ ଦ୍ୱାରା ଗବେଷଣା ଓ ଆବିଷ୍କାର, ସମାଜ ପ୍ରତି ଦାୟିତ୍ୱବୋଧ ଏବଂ ନିଷ୍ଟ ପରିବାର ହିଁ ବିଶ୍ୱବିଦ୍ୟାଳୟକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଦେଶର ଶ୍ରେଷ୍ଠ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି । କାରଣ ଶିକ୍ଷାକ୍ଷେତ୍ରରେ ଆମେ ପିଲାଙ୍କ ମୂଳଦୁଆ ଓ ସୃଜନଶୀଳତାକୁ ଗୁରୁତ୍ୱ ଦେଇଥାଉ। ପିଲାଙ୍କୁ ଗବେଷଣା ପାଇଁ ଯଥେଷ୍ଟ ସୁଯୋଗ ମିଳିଥାଏ। ମୋ ଜୀବନଯାତ୍ରା କଥା କହିବାକୁ ଗଲେ, ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ଆନନ୍ଦମୟ। ମୁଁ ଭାଗ୍ୟବାନ୍‌ ଯେ, ଛାତ୍ର ଜୀବନଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଅନେକ ଉଜ୍ଜ୍ୱଳ ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ଆସିଛି। ସେମାନଙ୍କଠାରୁ ମୁଁ ବହୁତ କିଛି ଶିଖିଛି।
ପ୍ର- ଶିକ୍ଷାକ୍ଷେତ୍ରରେ ବ୍ୟବସାୟିକ ସଫଳତା ପାଇବା ପାଇଁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ?
ଉ- କେବଳ ଶିକ୍ଷାକ୍ଷେତ୍ର ନୁହେଁ, ଯେକୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ ପ୍ରଥମେ ନିଜେ ନିଜକୁ ଜାଣିବା ଦରକାର। ଯେଉଁଥିରେ ରୁଚି ସେହି କ୍ଷେତ୍ରରେ ଆଗକୁ ବଢ଼ିବା ଆବଶ୍ୟକ। ଲୋକଙ୍କୁ ଅନୁକରଣ ନ କରି ଲୋକ କିପରି ଆପଣଙ୍କୁ ଅନୁକରଣ କରିବେ ସେଥିପାଇଁ ଉଦ୍ୟମ କରିବା ଉଚିତ। ଜୀବନ ବହୁତ ଛୋଟ ଏବଂ ଖୁସି ରହିବା ସଫଳତାର ଚାବିକାଠି। ଆପଣଙ୍କ କର୍ମ ଦ୍ୱାରା ସବୁବେଳେ ଅନ୍ୟକୁ ଖୁସି ରଖନ୍ତୁ।
ପ୍ର-ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କେବଳ ପରୀକ୍ଷାରେ ଭଲ ମାର୍କ ଆଣିବା ଛାତ୍ରୀଛାତ୍ରଙ୍କ ଲକ୍ଷ୍ୟ ହୋଇଯାଇଛି କି?
ଉ-ଏକଥା ସତ୍ୟ ଯେ, ଭାରତୀୟ ଶିକ୍ଷା ପ୍ରଣାଳୀ ମୂଳତଃ ପାଠ୍ୟଖସଡ଼ାକୁ କଣ୍ଠାଗ୍ରତ କରିବା ପଦ୍ଧତି ଉପରେ ପର୍ଯ୍ୟବସିତ। ଅନେକ ସମୟରେ ଦେଖାଯାଏ ଛାତ୍ରଟିର ମୌଳିକ ମୂଲ୍ୟବୋଧ ଏବଂ କିଛି ନୂତନ କରିବାର ଇଚ୍ଛା ଏହି ତଥାକଥିତ କଣ୍ଠାଗ୍ରତ କରିବା ଶୈଳୀ ପାଇଁ ନିଜର ଗୁରୁତ୍ୱ ହରାଇଥାଏ। ଯେକୌଣସି ଗୋଟିଏ ବିଷୟରେ ମୂଲ୍ୟାଙ୍କନ ହିଁ ବିଦ୍ୟାର୍ଥୀଟିର ସାମଗ୍ରିକ ମୂଲ୍ୟବୋଧକୁ ସୂଚାଇଥାଏ। ବିଦ୍ୟାର୍ଥୀମାନେ ବସ୍ତୁତଃ ପ୍ରଚଳିତ ଧାରାକୁ ଅନୁସରଣ କରିବାକୁ ଉପଦେଶ ପାଇଥା’ନ୍ତି। ଫଳରେ ଆମ ସମାଜରେ ନୂତନତ୍ୱ ପ୍ରାୟ ଦେଖାଯାଏ ନାହିଁ। ତେଣୁ ଛାତ୍ରୀଛାତ୍ରମାନେ ନୁହନ୍ତି, ସମାଜର ପ୍ରତ୍ୟେକ ବ୍ୟକ୍ତି ଗତାନୁଗତିକ ଚିନ୍ତାଧାରା ବଦଳରେ ନିଜର ସୃଜନାମତ୍କ ଚିନ୍ତାଧାରାକୁ ଅନୁସରଣ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri