ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ଭକ୍ତ ଦାସ, ହଟିଲେ ବିଜୟ

ଭୁବନେଶ୍ୱର, ୨୨।୩(ସୁନିତ୍‌ ମିଶ୍ର):ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପ୍ରଚାର କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛି। ଏନେଇ ଗୁରୁବାର ରାତିରେ ବିଜ୍ଞପ୍ତି ଜାରି କରାଯାଇଛି। ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ ତାଙ୍କୁ ଏହି ନିଯୁକ୍ତି ଦେଇଥିବା ନେଇ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦସ୍ତଖତ ସମ୍ବଳିତ ଏକ ଚିଠି ଜାରି କରାଯାଇଛି। ଏହି ପଦରେ ବିଜୟ ପଟ୍ଟନାୟକଙ୍କୁ ରଖାଯାଇଥିଲା। ତେବେ ନିର୍ବାଚନକୁ ଆଉ କେଇଦିନ ବାକି ଥିବାବେଳେ ବିଜୟଙ୍କୁ କେଉଁ ପରିସ୍ଥିତିରେ ତାଙ୍କ ପଦରୁ କାଢ଼ି ଦିଆଗଲା ସେନେଇ କିଛି ଖବର ନାହିଁ। ବିଜୟଙ୍କୁ ରାଜ୍ୟ ନିର୍ବାଚନ କୋର୍ଡିନେଶନ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ସେହିପରି କଂଗ୍ରେସ ପକ୍ଷରୁ ୧୦୩ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ରାଜନୈତିକ ବ୍ୟାପାର କମିଟିରେ ୬, ପ୍ରଦେଶ ନିର୍ବାଚନ କମିଟିରେ ୯, ଉପସଭାପତି ଭାବେ ୭, ସାଧାରଣ ସମ୍ପାଦକ ଭାବେ ୪୨ ଏବଂ ସମ୍ପାଦକ ଭାବେ ୩୯ ଜଣଙ୍କୁ ନିଯୁକ୍ତ କରାଯାଇଛି। ତେବେ ପ୍ରଚାର କମିଟି ଅଧ୍ୟକ୍ଷ ପଦରେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିବା ଏବଂ ବିଜୟଙ୍କୁ ପଦରୁ ହଟାଯିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ କିଛିଦିନ ତଳେ କଂଗ୍ରେସ ଭବନଠାରେ ପ୍ରଚାର କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳର ବରିଷ୍ଠ ନେତା ଶରତ ରାଉତ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଚାର କମିଟି ଅଧ୍ୟକ୍ଷ ହେବାପରେ ଦଳର ପ୍ରଚାର ସମ୍ବନ୍ଧୀୟ କେଉଁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାସହ କେତେଥର ପ୍ରଚାର କମିଟି ବୈଠକ ଏ ପର୍ଯ୍ୟନ୍ତ ବସିଛି ବୋଲି ମଧ୍ୟ ପଚାରିଥିଲେ। ଏହାବାଦ୍‌ ବେଦାନ୍ତ ସମ୍ବନ୍ଧିତ ଏକ ବିଷୟ ଉପରେ ମଧ୍ୟ ବିଜୟଙ୍କୁ ଏହି ଅବସରରେ ଶରତ ପ୍ରଶ୍ନ କରିବା ବିଷୟ କଂଗ୍ରେସ ଭବନରେ ଚହଳ ସୃଷ୍ଟି କରିଥିଲା। ଏହାପରେ ଗତ ବୁଧବାର ଦିଲ୍ଲୀରେ କଂଗ୍ରେସ ଓଡ଼ିଶାରେ ଆସନ୍ତା ନିର୍ବାଚନ ଲଢ଼ିବା ସମ୍ବନ୍ଧିତ ରଣକୌଶଳ ଉପରେ ଆଲୋଚନା ହେବା ଏବଂ ଗୁରୁବାର ବିଜୟଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିବା କଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ଆସନ୍ତାକାଲି ଭୁବନେଶ୍ୱରରେ ମୋଦି କରିବେ ରୋଡ ଶୋ’, ଦିନ ୨ଟାରୁ ଏହି ରାସ୍ତାରେ ଗାଡି ଚଳାଚଳ କରିବନି

ଭୁବନେଶ୍ୱର,୯।୫: ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଏକ ରୋଡ ଶୋ’ କରିବେ।...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ; ୧୯୦୧ ମସିହା ପରଠାରୁ ଗତ ଏପ୍ରିଲ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୯।୫: କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଏବଂ ମଧ୍ୟ ଭାଗରେ ଝଡବର୍ଷା ହୋଇଥିବା...

ବ୍ୟାପୁଛି ରୁବେଲା ଭାଇରସ, ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୫: ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ...

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri