ୟୁକ୍ରେନ୍‌ ପଛରେ ରହି ରୁଷିଆ ସହିତ ଆମେରିକା ଲଢୁଛି ଛାୟା ଯୁଦ୍ଧ…

ଓ୍ବାଶିଂଟନ, ୨୨।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ୪ ମାସରେ ପହଞ୍ଚିଛି। ତେବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଯେ, ରୁଷିଆ ସହିତ ଆମେରିକା ଛାୟାଯୁଦ୍ଧ ଲଢୁଛି। ଆମେରିକା ୟୁକ୍ରେନ୍‌ ପଛରେ ରହି ଏଭଳି କରୁଛି। ୟୁକ୍ରେନ୍‌ କୁ ଅସ୍ତ୍ରଶସ୍ତ୍ର, ଟଙ୍କା ଯୋଗାଣ ବୃଦ୍ଧି ଏବଂ ଏପରିକି ଗୁପ୍ତରେ ୟୁକ୍ରେନକୁ ସୈନ୍ୟ ପଠାଇବା ସୂଚାଇ ଦେଉଛି ଯେ ଆମେରିକା ନାଟୋ ସହଯୋଗରେ ରୁଷିଆ ବିରୁଦ୍ଧରେ ଏକ ଛାୟା ଯୁଦ୍ଧ ଜାରି ରଖିଛି। ୟୁକ୍ରେନକୁ କେବଳ ବଳିର ଛେଳି ଭାବେ ବ୍ୟବହାର କରାଯାଉଛି।

ଫେବୃଆରୀ ୨୪ ରେ ଆରମ୍ଭ ହୋଇଥିବା ରୁଷୋ-ୟୁକ୍ରେନ ଯୁଦ୍ଧର ସମାପ୍ତି ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। କାରଣ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ପ୍ରତିହତ କରିବା ପାଇଁ ନାଟୋ ୟୁକ୍ରେନକୁ କୋଟି କୋଟି ଡଲାର ଅସ୍ତ୍ର ଯୋଗାଉଛି ଏବଂ ଆମେରିକାର ରାଷ୍ଟ୍ରପତି ୪୦ ବିଲିୟନ ଡଲାର ଚୁକ୍ତି ଘୋଷଣା କରିଛନ୍ତି। ରୁଷିଆର ପ୍ରତିରକ୍ଷା ବଜେଟ ଅପେକ୍ଷା ସମୁଦାୟ ଆମେରିକୀୟ ସହାୟତା ଅଧିକ ହୋଇଛି।

ୟୁକ୍ରେନକୁ ୪୦ ବିଲିୟନ ଆମେରିକୀୟ ଡଲାରର ସହାୟତା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ସ୍ବାକ୍ଷର କରିଛନ୍ତି। ଏହି ଆମେରିକୀୟ ଚୁକ୍ତିକୁ ଆମେରିକାର ଉଭୟ ରାଜନୈତିକ ଦଳ ସମର୍ଥନ କରିଥିଲେ ଏବଂ ଏହା ସଂସଦରେ ପାରିତ ହୋଇଛି। ଆମେରିକା କହିଛି ଯେ ଏହା ସଂସଦରେ ପାରିତ ହେବା ୟୁକ୍ରେନକୁ ସାହାଯ୍ୟ କରିବାକୁ ଆମେରିକାର ସଂକଳ୍ପବଦ୍ଧତାକୁ ଦର୍ଶାଉଛି।

ୟୁକ୍ରେନରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ବିଷୟରେ ଆମେରିକାର ଅଧିକାରୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ, ୟୁକ୍ରେନକୁ ଆମେରିକା ୧୩.୬ ବିଲିୟନ ଡଲାର ସହାୟତା ପ୍ରଦାନ କରିସାରିଛି ଏବଂ ଫେବୃଆରୀରେ ୟୁକ୍ରେନ ଆକ୍ରମଣ ପରେ ଏହି ସମସ୍ତ ଆମେରିକୀୟ ସହାୟତା ପ୍ରଦାନ କରାଯାଇଛି। ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ସହାୟତା ନାମରେ ୫୩.୬ ବିଲିୟନ ଡଲାର ସହାୟତା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri