Posted inଜାତୀୟ

ସ୍ବାମୀଙ୍କୁ ବିଧାୟକ ଭାବେ ଜିତାଇବା ପଛରେ ୨ ସ୍ତ୍ରୀଙ୍କ ହାତ

ଅହମ୍ମଦାବାଦ,୧୨।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଦେଡିଆପଡାରୁ ନିର୍ବାଚିତ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି)ବିଧାୟକ ଚୈତର ବାସଭା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଏପିର ୫ ବିଜୟୀ ବିଧାୟକଙ୍କ ମଧ୍ୟରୁ ଜଣେ। ଗୁଜରାଟରେ ଭାଜପାର ରେକର୍ଡ ବିଜୟ ଭିତରେ ଚୈତର ଏଏପି ପକ୍ଷରୁ ଜିତିବା ବଡ କଥା। ସେ ପ୍ରାୟ ୪୦,୦୦୦ ଭୋଟରେ ନିର୍ବାଚନ ଜିତିବା ପରେ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଚୈତରଙ୍କ ଦୁଇଟି ସ୍ତ୍ରୀ ଅଛନ୍ତି। ପୁରା ପରିବାର କେବଳ ଏକାଠି ରୁହନ୍ତି ନାହିଁ ବରଂ ଏକ ଟିମ୍‌ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ସେ ନିଜ ବିଜୟର ଶ୍ରେୟ ମଧ୍ୟ ନିଜ ୨ ସ୍ତ୍ରୀ ବର୍ଷା ଏବଂ ଶକୁନ୍ତଳାଙ୍କୁ ଦିଅନ୍ତି।
ଚୈତର କହିଛନ୍ତି, ମୋ ୨ ସ୍ତ୍ରୀ ଏକ ଟିମ୍‌ ଭାବରେ କାମ କରିଥିଲେ ଏବଂ ମୋର ବିଜୟରେ ବହୁତ ସାହାଯ୍ୟ କରିଥିଲେ। ପ୍ରଚାର ସମୟରେ ସେମାନେ ନିରନ୍ତର ପରିଶ୍ରମ କରିବା ସହ  ପରିଚାଳନା କରିଥିଲେ। ମୋର ସରକାରୀ ଚାକିରି ଥିଲା ଏବଂ ମୋ ସ୍ତ୍ରୀମାନେ ମଧ୍ୟ ସରକାରୀ ସଂଗଠନରେ କାର୍ଯ୍ୟ କରୁଥିଲେ। କିନ୍ତୁ ମୁଁ ଆଦିବାସୀଙ୍କ କଲ୍ୟାଣ ପାଇଁ କାମ କରିବାରୁ ଚାକିରି ଛାଡିବାକୁ ସ୍ଥିର କଲି। ପରେ ଶକୁନ୍ତଳା ଏବଂ ବର୍ଷା ଚାକିରି ଛାଡି ବର୍ଷ ବର୍ଷ ଧରି ମୋ ରାଜନୈତିକ ଅଭିଳାଷକୁ ସମର୍ଥନ କରିବା ଆରମ୍ଭ କଲେ। ଶକୁନ୍ତଳା ଏବଂ ବର୍ଷା ସର୍ବଦା ଭଲ ବନ୍ଧୁ ଅଟନ୍ତି।
ବାସଭା ଏକ ଦଶନ୍ଧି ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୧୪ରେ ବିଟିପିରେ ଯୋଗ ଦେଇଥିଲେ। ଏହାପରେ ସେ ବିଟିପି ଛାଡି ଏଏପିରେ ଯୋଗ ଦେଇଥିଲେ। ବାସଭା ପ୍ରାୟ ୧୩ ବର୍ଷ ପୂର୍ବେ ଶକୁନ୍ତଳା ଏବଂ ଦୁଇ ବର୍ଷ ପରେ ବର୍ଷାଙ୍କୁ ବିବାହ କରିଥିଲେ। ୩୪ ବର୍ଷୀୟ ଚୈତରଙ୍କର ତିନୋଟି ସନ୍ତାନ ଅଛନ୍ତି। ଶକୁନ୍ତଳାଙ୍କର ଗୋଟିଏ ଏବଂ ବର୍ଷାଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri