ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ସରକାର, ସମୂହ ଛୁଟିରେ ଗଲେ ବେଗୁନିଆପଡ଼ାବ୍ଲକ ଯୋଗାଣ ସହାୟକ

ବେଗୁନିଆପଡା,୫।୪(ସୁଶାନ୍ତ କୁମାର ପଟ୍ଟନାୟକ): ଯୋଗାଣ ସହାୟକମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଶନିବାରଠାରୁ ବେଗୁନିଆପଡ଼ା ବ୍ଳକର ସମସ୍ତ ଯୋଗାଣ ସହାୟକ ଛୁଟିରେ ଯାଇଛନ୍ତି। ଏହା ପରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ହିତାଧିକାରୀମାନେ ପିଡିଏସ ସାମଗ୍ରୀ ପାଇଁ ହଇରାଣ ହୋଇପାରନ୍ତି। ଦୀର୍ଘ ଦିନ ହେବ ଯୋଗାଣ ସହାୟକ ମାନେ ନିଜ ହକ ପାଇବାରୁ ବଞ୍ଚିତ ଥିବାରୁ ସଙ୍ଘ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ବେଗୁନିଆପଡ଼ା ବ୍ଳକ ଯୋଗାଣ ସହାୟକ ସଙ୍ଘର ସଭାପତି ନାରାୟଣ ଶତପଥି ଓ ସମ୍ପାଦକ ମନୋଜ କୁମାର ବେହେରା। ଶନିବାର ପୂର୍ବାହ୍ନରେ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ନିରଞ୍ଜନ ବେହେରାଙ୍କୁ ଏନେଇ ଏକ ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଯୋଗାଣ ସହାୟକ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶନିବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ। ୧୪ ଏପ୍ରିଲ ସୁଦ୍ଧା ଯଦି ସରକାର ଏମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ଧାରା ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ସଙ୍ଘର କର୍ମକର୍ତ୍ତା। ୨୦୧୨ ମସିହାରୁ ଯୋଗାଣ ସହାୟକମାନେ ସ୍ବଳ୍ପ ପାରିଶ୍ରମିକ ପାଇ ଆସୁଥିବା ବେଳେ ଚାକିରୀର କୌଣସି ସର୍ତ୍ତାବଳି ନାହିଁ। ଏହି ଚୁକ୍ତି ଭିତ୍ତିକ ଚାକିରିରେ ସ୍ବଳ୍ପ ପାରିଶ୍ରମିକ ମିଳୁଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଥିବା ସେମାନେ କହିଛନ୍ତି। ପୂର୍ବ ସରକାର ସମୟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ଦାବିକୁ ପୂର୍ବ ସରକାର ପୂରଣ କରି ନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଯୋଗାଣ ସହାୟକ ନିଯୁକ୍ତ ହୋଇଥିବା ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ପୁରା ଠପ୍‌ ହୋଇଯିବା ଆଶଙ୍କା ଦେଖାଦେଇଛି । ବାରମ୍ବାର ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଏଭଳି ଆନ୍ଦୋଳନକୁ ଓହ୍ଲାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri