ଅଙ୍କ ଛିଣ୍ଡୁନି ନା ବିଦ୍ରୋହର ସ୍ବରକୁ ଡର

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ୱର ଲୋକ ସଭା ନିର୍ବାଚନ ପାଇଁ ମେ’୨୫ ତାରିଖରେ ମତଦାନ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭୁବନେଶ୍ୱର ଏକାମ୍ର, ମଧ୍ୟ, ଉତ୍ତର, ଜୟଦେବ ଏବଂ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏବଂ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ତେବେ ଖୋର୍ଦ୍ଧା ଓ ବେଗୁନିଆରେ ପ୍ରାର୍ଥିତ୍ୱକୁ ନେଇ ୩ଦଳ ଆଶା ଆଶଙ୍କାରେ ରହିଛନ୍ତି। ପ୍ରାର୍ଥୀ ଘୋଷଣା ଅଙ୍କ ଛିଣ୍ଡୁ ନ ଥିବାବେଳେ ଆଶାୟୀ ପ୍ରାର୍ଥୀମାନେ ରାଜ୍ୟ କାର୍ଯ୍ୟାଳୟରେ ଡେରା ପକାଇଛନ୍ତି। ସେହିପରି ପୁରୀ ଲୋକ ସଭା ଅନ୍ତର୍ଗତ ଚିଲିକା ଆସନ ମଧ୍ୟ ଝୁଲାରେ ରହିଛି।
ଜିଲାର ଏକ ପ୍ରମୁଖ ଆସନ ହେଉଛି ଖୋର୍ଦ୍ଧା। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଚଳିତ ନିର୍ବାଚନରେ ବିଧାୟକ ଦୌଡ଼ରେ ରହିଥିବାବେଳେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏଠାରୁ ଲଢ଼ିବା ପାଇଁ ଆଶାୟୀ ରହିଛନ୍ତି। ସେହିପରି ଗତ ୨ବର୍ଷ ଧରି ସଙ୍ଗଠନ କରି ଆସିଥିବା ବାସନ୍ତୀ ମହାପାତ୍ର ମଧ୍ୟ ପ୍ରମୁଖ ଦାବିଦାର ରହିଛନ୍ତି। ଏପରି କି ନିକଟରେ ବାସନ୍ତୀ ନିଜ ସମର୍ଥକଙ୍କୁ ନେଇ ଶଙ୍ଖ ଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ। ସେପଟେ ଭାଜପାରେ ଗୋଷ୍ଠୀ କନ୍ଦଳ ବିଜେଡିକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି। ଦଳରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି। ଅପରାଜିତାଙ୍କ ପ୍ରଶାନ୍ତ ପ୍ରୀତିକୁ ନେଇ ଆଶାୟୀ ପ୍ରାର୍ଥୀ ନିକଟରେ ସମର୍ଥକଙ୍କୁ ନେଇ ରାଜ୍ୟ କାର୍ଯ୍ୟାଳୟ ଆଗରେ ହୋହଲ୍ଲା କରିଥିବା ବେଳେ ଖୋର୍ଦ୍ଧାରେ ଅସନ୍ତୁଷ୍ଟ କର୍ମୀ ଜନସମ୍ପର୍କ ଯାତ୍ରା ଆଳରେ ଅପରାଜିତାଙ୍କ ବିରୋଧରେ ମେଳି ବାନ୍ଧିଥିବା ଚର୍ଚ୍ଚା ହେଉଛି। ସେହିପରି ଅନ୍ୟତମ ଆସନ ହେଉଛି ବେଗୁନିଆ। ଏଠାରୁ ରାଜେନ୍ଦ୍ର ସାହୁ ବିଧାୟକ ଅଛନ୍ତି। ଚଳିତ ନିର୍ବାଚନରେ ପ୍ରଦୀପ ସାହୁ ଟିକେଟ ଆଶାୟୀଙ୍କ ମଧ୍ୟରେ ଆଗରେ ରହିଥିବାବେଳେ ଏଠାରେ ମଧ୍ୟ ଆଶାୟୀଙ୍କ ଲମ୍ବାଧାଡ଼ି ରହିଛି। ଖୋର୍ଦ୍ଧାରୁ ଟିକେଟ ନ ପାଇଲେ ପୁଣି ଥରେ ବେଗୁନିଆରୁ ଲଢିପାରନ୍ତି ରାଜେନ୍ଦ୍ର। ନିକଟରେ ପ୍ରଦୀପ ଏବଂ ରାଜେନ୍ଦ୍ର ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ। ସେପଟେ କଂଗ୍ରେସର ପୃଥ୍ବୀବଲ୍ଲଭ ପଟ୍ଟନାୟକ ଦୁଇ ବର୍ଷ ହେବ ତୃଣମୂଳସ୍ତରରେ କର୍ମୀଙ୍କୁ ଏକାଠି କରି ଗାଁ କୁ ଗାଁ ବୁଲୁଛନ୍ତି। ଅନ୍ୟପଟେ ଭାଜପାର ଯୁବନେତା ପ୍ରକାଶ ରଣବିଜୁଳି ଟିକେଟ ଆଶାୟୀ ରହିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ କୁଆଡେ ଠିଆ କରାଇବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏଠି ମଧ୍ୟ ଅପରାଜିତାଙ୍କୁ ନେଇ କୁହୁଳୁଥିବା ଅସନ୍ତୋଷରୁ ଦଳରେ ଫାଟ ସୃଷ୍ଟି ହୋଇଛି। ଅପରାଜିତାଙ୍କ କଳିରେ ବିଜେଡି ଗୋଳିଆ ପାଣିରୁ ଫାଇଦା ମାରିବା ସମ୍ଭାବନା ରହିଛି।

ଅନ୍ୟପଟେ ପୁରୀ ଲୋକ ସଭା ଅନ୍ତର୍ଗତ ଚିଲିକା। ଏଠାରେ ମଧ୍ୟ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ପ୍ରଶ୍ନବାଚୀ ହୋଇ ରହିଛି। ଭାଜପା ପୃଥ୍ବୀରାଜ ହରିଚନ୍ଦନଙ୍କ ନାଁ ଘୋଷଣା କରିସାରିଥିବା ବେଳେ ବିଜେଡି କାହାକୁ ଏଥର ପ୍ରାର୍ଥୀ କରିବ, ସମସ୍ତଙ୍କ ନଜର ରହିଛି। ଏଠାରୁ ବିଜେଡି ମୁଖପାତ୍ର ମାନସ ମଙ୍ଗରାଜ ଏବଂ ଶ୍ରୀମୟୀ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି। ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ଚିଲିକାରେ ଏନେଇ ଦଳରେ ପ୍ରବଳ ବିରୋଧ ସ୍ବର ଉଠିଥିଲା। ସେପଟେ ପୂର୍ବତନ ବିଧାୟକ ରଘୁନାଥ ସାହୁ ମଧ୍ୟ ଟିକେଟ ଆଶାୟୀ ରହିଛନ୍ତି। ପ୍ରସନ୍ନଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରି ରଘୁଙ୍କ ସମର୍ଥକ ଶଙ୍ଖ ଭବନ ଆଗରେ ହୋହଲ୍ଲା କରିଥିଲେ। ତେବେ ଦଳ କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ ଏବେ ସନ୍ଦେହରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri