ହାତୀପଲ ଜନବସତି-ମୁହାଁ, ବାଲେଶ୍ୱରରୁ ଆରମ୍ଭ ହେଲା ‘ହାତୀ ସଭା’

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି (ପ୍ରଶାନ୍ତ ବିଶ୍ୱାଳ), ୮।୮: ହାତୀ ଏବଂ ମଣିଷର ସମ୍ପର୍କ ବହୁ ପୁରାତନ। ଗୁରୁବାର ମାଣବସା ହେଉ ଅବା ପ୍ରତ୍ୟେକ ଧର୍ମୀୟ କାର୍ଯ୍ୟରେ ହାତୀକୁ ହିନ୍ଦୁ ପରମ୍ପରାରେ ଅଗ୍ରାଧିକାର ଦିଆଯାଇଛି। ମାତ୍ର ଜଙ୍ଗଲରେ ହାତୀ ଏବେ ଅସୁରକ୍ଷିତ। ଅଧିକାଂଶ ସମୟରେ ହାତୀ-ମଣିଷ ଲଢ଼େଇରେ କେତେବେଳେ ହାତୀର ପ୍ରାଣ ଯାଉଛି ତ କେତେବେଳେ ମଣିଷର ଜୀବନ ଯାଉଛି। ସବୁରି ମୂଳରେ ଜଙ୍ଗଲ ଧ୍ୱଂସ ମୁଖ୍ୟ କାରଣ। ଖାଦ୍ୟ ନ ପାଇ ହାତୀପଲ ଜନବସତି-ମୁହାଁ ହେବା ଯୋଗୁ ମଣିଷ ସହ ସଂଷର୍ଷ ଭଳି ପରିସ୍ଥିତି ଉପୁଜିଛି। ଏହାର ସମାଧାନ ନିମନ୍ତେ ‘ବିକାଶ ସାଥୀ’, ‘ଧରିତ୍ରୀ’, ‘ଓଡ଼ିଶା ପୋଷ୍ଟ’ ଓ ଏଏସ୍‌ଡି ଗ୍ରୁପ୍‌ ଆନୁକୂଲ୍ୟରେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଅଧୀନ ଗୁହାଳିଆ ଗ୍ରାମର ଦେବଗିରି ପାହାଡ଼ ପାଦଦେଶରେ ଅବସ୍ଥିତ ଖରାଖାଇ ପଡ଼ିଆରେ ଆୟୋଜିତ ହାତୀ ସଭାରେ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିଲା।
ବିକାଶ ସାଥୀ ସଙ୍ଗଠନର ପ୍ରତିଷ୍ଠାତା ସମ୍ପାଦକ ଡ. ବିଶ୍ୱଜିତ ପଣ୍ଡା ସ୍ବାଗତ ବକ୍ତବ୍ୟ ଦେଇ ହାତୀ ସଂରକ୍ଷଣ ଓ ହାତୀ ଅତିକ୍ରମ ହେବା ବେଳେ କ’ଣ କରିବା ଉଚିତ୍‌ ଓ କ’ଣ କରିବା ଅନୁଚିତ୍‌ ସେ ସମ୍ପର୍କରେ ସୂଚନା ଦେଇଥିଲେ।
‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଉକ୍ତ ଅଞ୍ଚଳର ହାତୀଜନିତ ସମସ୍ୟା ଓ ଏହାର ନିରାକରଣ ଉପରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଯେଉଁ ବାଟ ଦେଇ ହାତୀ ଆସୁଛି ସେଠାରେ ପରୀକ୍ଷାମୂଳକ ଭାବେ କଣ୍ଟାଯୁକ୍ତ ତାରବାଡ଼ ଘେରାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ତାରବାଡ଼କୁ ‘ଧରିତ୍ରୀ’ ପକ୍ଷରୁ ଦିଆଯିବ ବୋଲି ସେ କହିଥିଲେ। ଏଥିସହ କେଉଁ ପନ୍ଥା ଅବଲମ୍ବନ କଲେ ଗାଁରେ ହାତୀ ପ୍ରବେଶ କରିବ ନାହିଁ ସେନେଇ ଗ୍ରାମବାସୀଙ୍କ ମତାମତ ଲୋଡ଼ିଥିଲେ।
‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଲୋକଙ୍କ ସମସ୍ୟା ଶୁଣିବା ସହିତ ହାତୀ ଦାଉରୁ ରକ୍ଷା ପାଇଁ ଗାଁରେ ମହୁଚାଷ ଓ ଲଙ୍କା ଚାଷ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଶୁଖିଲା ଲଙ୍କା ଧୂଆଁ ଦେଲେ ହାତୀ ପଳାୟନ କରିଥାନ୍ତି। ଯାହା ଦେଶର ହାତୀପ୍ରବଣ ଆସାମ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାରୀ କରି ସଫଳ ହୋଇଥିବା ସେ ଉଦାହରଣ ଦେଇଥିଲେ। କିନ୍ତୁ ମହୁ ଚାଷ କଲେ ଭାଲୁ ଆସିବ ଏବଂ ପାଣି ଅଭାବରୁ ଲଙ୍କା ଚାଷ ହୋଇପାରିବ ନାହିଁ  ବୋଲି ଗ୍ରାମବାସୀ କହିଥିଲେ। ପାହାଡ଼ ପାଦଦେଶରେ ସୌରବାଡ଼ ନିର୍ମାଣ କରାଗଲେ ସ୍ଥାୟୀ ପ୍ରତିକାର କରିହେବ ବୋଲି ମତବ୍ୟକ୍ତ କରିଥିଲେ।
ଦୀର୍ଘଦିନ ଧରି ଏହି ଗାଁରେ ହାତୀ ପଲ ପଶି ଧାନ ଓ ଚାଉଳ ଖାଇବା ସହ କଦଳୀ, ନଡ଼ିଆ, ଆମ୍ବ, ପଣସ ଚାଷ ନଷ୍ଟ କରୁଛି। ପୂର୍ବରୁ ଜଙ୍ଗଲ ଏଭଳି ନ ଥିଲା। ହାତୀପଲ ଗାଁକୁ ଆସୁ ନ ଥିଲେ। ଏବେ ହାତୀ ଆସି ଘରଦ୍ୱାର ଭାଙ୍ଗିବା ସହ ଧାନ ଓ ପରିବା ଚାଷ ବ୍ୟାପକ କ୍ଷତି କରୁଛନ୍ତି। ଏପରିକି ବହୁ ଲୋକଙ୍କର ଜୀବନ ଯିବା ସହ ଅନେକ ଲୋକ ଆହତ ହେଉଛନ୍ତି। ବନ ବିଭାଗ ତଥା ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଗ୍ରାମର କାର୍ତ୍ତିକ ଚନ୍ଦ୍ର ପୁଟି, ମୁକ୍ତିକାନ୍ତ ବାରିକ, ବୁଦ୍ଧିରାମ ରାଉତ, ନୀଳକଣ୍ଠ ମହାପାତ୍ର, ନିରଞ୍ଜନ ବେହେରା, ସୁରେନ୍ଦ୍ର ମହାପାତ୍ର, ଶିବ ପ୍ରସାଦ ବାରିକ, ଜୟନ୍ତୀ ବେହେରା, ଗୁରୁବାରୀ ବେହେରା, ବସୁମତୀ ବେହେରା ଓ ବାସନ୍ତୀ ବାରିକ ପ୍ରମୁଖ ଅଭିଯୋଗ କରିଥିଲେ। ଓଡ଼ିଶାରେ ବାଲେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ଗଞ୍ଜାମ, କନ୍ଧମାଳ ଆଦି ୧୦ ଜିଲା ଓ ୧୩ଟି ଡିଭିଜନ୍‌ରେ ଏହି ହାତୀ ସଭା ମାଧ୍ୟମରେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିକାଶ ସାଥୀ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ସଙ୍ଗଠନର କୋ-ଫାଉଣ୍ଡର ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସାଇପ୍ରିୟ ନାୟକ, ତୁଷାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ‘ଧରିତ୍ରୀ’ ଆକାଉଣ୍ଟସ୍‌ ମ୍ୟାନେଜର ପ୍ରତାପ ଚନ୍ଦ୍ର ବେହେରା, ଜିଲା ପ୍ରତିନିଧି ବାଞ୍ଛାନିଧି ଦେ, ନୀଳଗିରି ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ, ବାଲିଆପାଳ ପ୍ରତିନିଧି ଅମୂଲ୍ୟ କୁମାର ଦାସ ଓ ପ୍ରସାରଣ ବିଭାଗର ଆଲୋକ କାନୁନ୍‌ଗୋ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri