Posted inଖେଳ

୧୯୭୫ରୁ ଆରମ୍ଭ

ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ୧୩ଶ ସଂସ୍କରଣ ଭାରତର ବିଭିନ୍ନ ଗ୍ରାଉଣ୍ଡରେ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି। କ୍ରୀଡ଼ା ଜଗତରେ ଏବେ କ୍ରିକେଟ ଫିଭର। ଏସିଆ କପ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ କ୍ରିକେଟର ରୋମାଞ୍ଚକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା। କ୍ରିକେଟ ମହାକୁମ୍ଭ କ୍ରମେ ପାଖେଇ ଆସିଥିବାବେଳେ ଧରିତ୍ରୀ ପକ୍ଷରୁ ଆରମ୍ଭ ହୋଇଛି ଅବଗଣନା।

ଦିନିକିଆ ପୁରୁଷ କ୍ରିକେଟ ବିଶ୍ୱକପ୍‌କୁ ଆଉ ମାତ୍ର ୨୦ ଦିନ ବାକି ରହିଛି। କ୍ରିକେଟ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଖେଳ। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା ଓ ଇଂଲଣ୍ଡରେ ମଧ୍ୟ ଏହାର ଲୋକପ୍ରିୟତା ଶୀର୍ଷରେ ରହିଛି ା
ବ୍ରିଟିଶ ନାବିକମାନଙ୍କ ଦ୍ୱାରା ମନୋରଞ୍ଜନ ପାଇଁ ଏହି ଖେଳ ଆରମ୍ଭ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ଏହା ଧୀରେ ଧୀରେ ଆଦୃତି ହାସଲ କରିବାରେ ଲାଗିଛି। ୧୮୭୭ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳ ହୋଇଥିଲା। ଏପରି କି ୧୯୦୦ରେ କ୍ରିକେଟକୁ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ମଧ୍ୟ ସାମିଲ କରାଯାଇଥିଲା। ଧୀରେ ଧୀରେ ଟେଷ୍ଟ କ୍ରିକେଟରୁ ଦର୍ଶକଙ୍କ ଧ୍ୟାନ ହଟିବା କାରଣରୁ ଏହା ସୀମିତ ଓଭର କ୍ରିକେଟକୁ ହ୍ରାସ ପାଇଥିଲା। ପ୍ରାରମ୍ଭିକ ଭାବରେ ସୀମିତ ଓଭର କ୍ରିକେଟ ୬୦ ଓଭର ବିଶିଷ୍ଟ ଖେଳା ଯାଉଥିଲା। ସମୟ କ୍ରମେ ଏହା ୫୦, ୨୦ ଓ ବର୍ତ୍ତମାନ ୧୦ ଓଭର ଫର୍ମାଟରେ ପହଞ୍ଚି ଗଲାଣି। କ୍ରିକେଟ ଖେଳୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଚୟନ କରିବା ପାଇଁ ୧୯୭୫ ମସିହାରେ ପ୍ରଥମ ବିଶ୍ୱକପ ଆରମ୍ଭ ହେଲା। ପ୍ରଥମ ସଂସ୍କରଣର ବିଶ୍ୱକପ୍‌ଟି ପ୍ରୁଡେନ୍ସିଆଲ୍‌ କପ୍‌ ନାମରେ ପ୍ରସିଦ୍ଧ ଥିଲା। ପ୍ରୁଡେନ୍ସିଆଲ୍‌ ଆସ୍ୟୁରାନ୍ସ କମ୍ପାନୀ ଏହାର ପ୍ରାୟୋଜକ ରହିଥିବା ବେଳେ ଜୁନ୍‌ ୭ରୁ ୨୧ ମଧ୍ୟରେ ଇଂଲଣ୍ଡରେ ଏହା ଆୟୋଜନ ହୋଇଥିଲା। ୮ ଦଳଙ୍କୁ ନେଇ ରାଉଣ୍ଡ ରବିନ ଲିଗ୍‌ ଓ ନକ୍‌ଆଉଟ ଫର୍ମାଟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ଓ୍ବେଷ୍ଟଇଣ୍ଡିଜ୍‌।
ଏହି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍‌, ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟେଷ୍ଟ ଖେଳୁଥିବା ରାଷ୍ଟ୍ର ଭାବରେ ସାମିଲ ହୋଇଥିବା ବେଳେ ସହଯୋଗୀ ରାଷ୍ଟ୍ର ଭାବରେ ଶ୍ରୀଲଙ୍କା ଓ ଇଷ୍ଟ ଆଫ୍ରିକା ଖେଳିଥିଲେ। ସାର୍‌ କ୍ଲାଇବ୍‌ ଲଏଡ୍‌ଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଲଡର୍‌ସରେ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ୮ ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ ଓ ଇଷ୍ଟ ଆଫ୍ରିକା ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ବେଳେ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିଲେ ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ୍‌, ପାକିସ୍ତାନ ଓ ଶ୍ରୀଲଙ୍କା। ଉଭୟ ଗ୍ରୁପ୍‌ର ଟପ୍‌-୨ ଟିମ୍‌ ଭାବରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ୍‌ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୪ ଉଇକେଟରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ବାମହାତୀ ପେସ୍‌ ବୋଲର ଗ୍ୟାରୀ ଗିଲ୍‌ମୋର (୧୪/୬ ଓ ୨୮*) ଅଲରାଉଣ୍ଡ ସଫଳତା ହାସଲ କରିଥିଲେ। ଦ୍ୱିତୀୟ ସେମିରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଥିଲା ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ୍‌। ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୭ ରନ୍‌ରେ ହରାଇଥିଲା ଓ୍ବେଷ୍ଟଇଣ୍ଡିଜ୍‌। ଅଧିନାୟକ କ୍ଲାଇବ ଲଏଡ୍‌ଙ୍କ ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ୬୦ ଓଭରରେ ୮ ଉଇକେଟ ହରାଇ ୨୯୧ ରନ୍‌ କରିଥିଲା। ଗିଲ୍‌ମୋର ସଫଳ ବୋଲର ଭାବରେ ୫ ଉଇକେଟ ନେଇଥିଲେ। ଜବାବରେ କିଥ୍‌ ବୋଇସଙ୍କ ୪ ଉଇକେଟ ସଫଳତା କାରଣରୁ ଅଷ୍ଟ୍ରେଲିଆ ୫୮.୪ ଓଭରରେ ୨୭୪ ରନ୍‌ରେ ଅଲଆଉଟ ହୋଇଥିଲା। ଗ୍ଲେନ୍‌ ଟର୍ନର ୩୩୩ ରନ୍‌ ସହିତ ଟୁର୍ନାମେଣ୍ଟର ସର୍ବାଧିକ ସ୍କୋରର ରହିଥିବା ବେଳେ ଅଷ୍ଟ୍ରେଲିଆର ଗ୍ୟାରୀ ଗିଲ୍‌ମୋର ୨ ମ୍ୟାଚରୁ ୧୧ ଉଇକେଟ ସହିତ ସର୍ବାଧିକ ଉଇକେଟ ଅକ୍ତିଆର କରିଥିଲେ। ଗିଲ୍‌ମୋର କେବଳ ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ଖେଳିବାର ସୁଯୋଗ ପାଇଥିଲେ।
ଭାରତର ପ୍ରଦର୍ଶନ: ଭାରତୀୟ କ୍ରିକେଟ ଦଳ ପ୍ରଥମ କରି ଏହି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିଲା। ୩ ମ୍ୟାଚ ଖେଳିଥିବା ବେଳେ ଭାରତୀୟ ଦଳ ଦୁଇ ମ୍ୟାଚରେ ପରାଜିତ ହୋଇ ବିଦାୟ ନେଇଥିଲା। ତେବେ ଇଷ୍ଟ ଆଫ୍ରିକାକୁ ପରାସ୍ତ କରି ଦଳ ଏହାର ପ୍ରଥମ ବିଶ୍ୱକପ ବିଜୟ ରେକର୍ଡ କରିଥିଲା। ଇଷ୍ଟ ଆଫ୍ରିକା ୧୨୦ ରନରେ ଅଲଆଉଟ ହୋଇଥିବା ବେଳେ ସୁନୀଲ ଗାଭାସ୍କରଙ୍କ ୬୫ ଓ ଫାରୋଖ ଇଞ୍ଜିନିୟରଙ୍କ ୫୪ ରନ ସ୍କୋର ଭାରତକୁ ୧୦ ଉଇକେଟରେ ଜିତାଇଥିଲା। ଭାରତ ପକ୍ଷରୁ ସୁନୀଲ ଗାଭାସ୍କର ଅପରାଜିତ ୬୫ର ସର୍ବୋଚ୍ଚ ସ୍କୋର ସହିତ ୧୧୩ ରନ୍‌ ସ୍କୋର କରିଥିଲେ। ଅଲରାଉଣ୍ଡର ସୟଦ ଆବିଦ୍‌ ଅଲୀ ବ୍ୟାଟ ଜରିଆରେ ୭୦ ରନ୍‌ ସ୍କୋର କରିଥିବା ବେଳେ ବୋଲିଂରେ ସର୍ବାଧିକ ୬ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଦନ ଲାଲ ଓ ମହିନ୍ଦର ଅମରନାଥ ପ୍ରତ୍ୟେକ ୪ଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri