ଭିକ୍ଷା ମାଗିଲେ ସ୍ବାଧୀନ ପୌରାଧ୍ୟକ୍ଷା ପ୍ରାର୍ଥିନୀ

ସୁନ୍ଦରଗଡ,୧୩।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ସୁନ୍ଦରଗଡ଼ରେ ଧିରେ ଧିରେ ପ୍ରାର୍ଥତ୍ନୀ ପ୍ରାର୍ଥୀମାନଙ୍କର ପ୍ରଚାର ଜମିବା ଆରମ୍ଭ କଲାଣି। ପୌରାଧ୍ୟକ୍ଷା ପଦବୀ ସମେତ ୧୯ଟି ଓ୍ବାର୍ଡର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ କରୁଛନ୍ତି। ବିଜେଡି, ଭାଜପା ଓ ସ୍ବାଧୀନ ପୌରାଧ୍ୟକ୍ଷା ପ୍ରାର୍ଥତ୍ନୀଙ୍କ ପ୍ରଚାର ମଧ୍ୟରେ ସ୍ବାଧୀନ ପ୍ରାର୍ଥିନୀ ନିନିମା ପଟେଲଙ୍କ ନିଆରା ପ୍ରଚାର ଏବେ ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଛି। ଭାଜପାରୁ ଟିକେଟ ପାଇବାରୁ ବଞ୍ଚତ୍ତ ହୋଇ ସ୍ବାଧୀନ ଭାବରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ନିନିମା ପଟେଲ ହେଉଛନ୍ତି ଭାଜପା ନେତା ତଥା ପୂର୍ବତନ କାଉନସିଲର ଡା. ହିମାଂଶୁ ଷଡ଼ଙ୍ଗୀଙ୍କ ସ୍ତ୍ରୀ। ଦୀର୍ଘଦିନ ଧରି ସୁନ୍ଦରଗଡ଼ ସହରବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ କରି ସାଧାରଣ ଲୋକଙ୍କ ନିକଟତର ହୋଇଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ନିନିମାଙ୍କୁ ଟିକେଟ ଦିଆଯାଇନାହିଁ। ସେ ସ୍ବାମୀ ଓ ନିଜ ସମର୍ଥକମାନଙ୍କ ସହ ସହରରେ ଶନିବାର ଦୋକାନକୁ ଦୋକାନ ବୁଲି ଅଣ୍ଟି ପତେଇ ଭିକ୍ଷା କରିବାର ଦେଖାଯାଇଥିଲା। ନିର୍ବାଚନରେ ଆବଶ୍ୟକ ଅର୍ଥ ତାଙ୍କ ପାଖରେ ନ ଥିବାରୁ ସେ ଜନସାଧାରଣଙ୍କ ସହଯୋଗ ଲୋଡିଥିବା କହିଛନ୍ତି। ସହର ରାସ୍ତାଘାଟ, ସ୍ଥୟୀ ଜମିପଟ୍ଟା, ଦେବାଳିଆ ହୋଇପଡିଥିବା ଟ୍ରକ ମାଲିକ, ବେକାର ଯୁବତୀଯୁବକ, ମହିଳାମାନଙ୍କୁ କର୍ମନିଯୁକ୍ତି, ସହରବାସୀଙ୍କୁ ମୌଳିକ ସେବା ଯୋଗାଇବାକୁ ପ୍ରାଥମିକତା ଦେବାକୁ କହି ତାଙ୍କର ଏଭଳି ନିଆରା ପ୍ରଚାର ଦଳୀୟ ପ୍ରାର୍ଥତ୍ନୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।