ଯନ୍ତରମନ୍ତର ପୂର୍ବରୁ ବୋଟ କ୍ଳବ୍‌ରେ ହେଉଥିଲା ବିରୋଧ ପ୍ରଦର୍ଶନ…ଜାଣନ୍ତୁ ଯନ୍ତରମନ୍ତରର ଇତିହାସ

ନୂଆଦିଲ୍ଲୀ,୮।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦୀର୍ଘ ୧୬ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। କେବଳ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନୁହେଁ ପୂର୍ବରୁ କୃଷକ ଆନ୍ଦୋଳନ, ନିର୍ଭୟା ପରି ଅନେକ ଧାରଣା ପ୍ରଦର୍ଶନ ମଧ୍ୟ ଏଠାରେ ହୋଇସାରିଛି।

ବିକ୍ଷୋଭ ପ୍ରଦର୍ଶନ ପାଇଁ ଯନ୍ତରମନ୍ତର ପୂର୍ବରୁ ଲୋକପ୍ରିୟ ନ ଥିଲା। ଧାରଣା ପାଇଁ ବିକ୍ଷୋଭକାରୀମାନେ ବୋଟ କ୍ଲବଠାରେ ହିଁ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବୋଟ କ୍ଲବ ରାଷ୍ଟ୍ରପତି ଭବନ ଏବଂ ସଂସଦ ନିକଟରେ ରହିଛି। ଯାହା ଆନ୍ଦୋଳନକାରୀଙ୍କ ଦାବି ସିଧାସଳଖ ଦିଲ୍ଲୀ ଦରବାରରେ ପହଞ୍ଚିପାରୁଥିଲା। ଅତୀତରେ ହୋଇଥିବା ବଡ଼ ଧରଣର ରାଲି ଏବଂ ହିଂସାକାଣ୍ଡ ଯୋଗୁ ସୁରକ୍ଷା ଦୃଷ୍ଟିରୁ ଧାରଣାସ୍ଥଳକୁ ଯନ୍ତରମନ୍ତରକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବିକ୍ଷୋଭସ୍ଥଳ ଭାବରେ ଯନ୍ତରମନ୍ତରର କାହାଣୀ ୧୯୯୩ରେ ଆରମ୍ଭ ହୋଇଥିଲା।

ବୋଟ କ୍ଲବ୍‌କୁ ୧୯୯୩ରେ ହୋଇଥିବା ଭାରତୀୟ କୃଷକ ସଂଘର ଆନ୍ଦୋଳନ ଏବଂ ଧାରଣା ପ୍ରଦର୍ଶନ ପାଇଁ ବ୍ୟାନ କରାଯାଇଥିଲା। ଅତୀତରେ ଏହି ଆନ୍ଦୋଳନକୁ ରାଜଧାନୀର ସବୁଠୁ ବଡ଼ ଆନ୍ଦୋଳନ ଭାବେ ଅଭିହିତ କରାଯାଇଥିଲା। ଏହି ଆନ୍ଦେଳନରେ ମହେନ୍ଦ୍ର ସିଂ ଟିକାୟତ ନେତାଙ୍କ ନେତୃତ୍ୱରେ ହଜାର ହଜାର କୃଷକ ଏଠାରେ ଏକତ୍ରିତ ହୋଇଥିଲେ। ବହୁତ ଦିନ ଯାଏ ଏହି ଆନ୍ଦୋଳନ ଜାରି ରହିଥିଲା। ଆନ୍ଦୋଳନ ତୀବ୍ର ହେବାରୁ ସରକାର ୧୯୯୩ରେ ଧାରଣାସ୍ଥଳୀକୁ ଯନ୍ତରମନ୍ତରକୁ ସ୍ଥାନାନ୍ତରିତ କରିଥିଲେ।

୧୮ଦଶ ଶତାଦ୍ଦୀରେ ରାଜା ଜୟ ସିଂଙ୍କ ଦ୍ୱାରା ନିର୍ମିତ ଯନ୍ତରମନ୍ତରକୁ ବୈଧଶାଳା ବୋଲି ଜଣାଯାଏ। ତେବେ ଏହି ବୈଧଶାଳାର ପଛପଟେ ଥିବା ପଡ଼ିଆ ଯାହାକି ଯନ୍ତରମନ୍ତର ଭାବେ ପରିଚିତ, ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ନ୍ୟାୟ ପାଇବା ଆଶାରେ ପହଞ୍ଚି ଏହି ସ୍ଥାନରେ ପ୍ରତିବାଦ କରିଥାନ୍ତି।

ଅକ୍ଟୋବର ୨୦୧୮ରେ ଏହି ଅଞ୍ଚଳର କିଛି ବାସିନ୍ଦା ଏଠାରେ ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ ଅଭିଯୋଗ କରିଥିଲେ। ଏନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଯନ୍ତରମନ୍ତର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିଶନ ଦାଖଲ କରିଥିଲା। ଏନ୍‌ଜିଟି ମୁତାବକ ଏହି ଅଞ୍ଚଳରବାସିନ୍ଦା ଶବ୍ଦ ପ୍ରଦୂଷଣ ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏନ୍‌ଜିଟି ନିଜ ଆବେଦନରେ ଧାରଣାସ୍ଥଳୀକୁ ପ୍ରାୟ ୪ କି.ମି. ଦୂରରେ ଥିବା ରାମଲିଲା ମଇଦାନକୁ ବିକଳ୍ପ ଭାବେ ଚୟନ କରିବାକୁ ସୁପ୍ରିମକୋର୍ଟରେ ଜଣାଇଥିଲେ। ସୂଚନାଯୋଗ୍ୟ, ଜୁଲାଇ ୨୦୧୮ରେ ସୁପ୍ରିମକୋର୍ଟ ଯନ୍ତରମନ୍ତର ଏବଂ ବୋଟ କ୍ଲବ୍‌ରେ ବିରୋଧ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ।

ପରେ ସୁପ୍ରିମକୋର୍ଟ ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ଉପରେ ପ୍ରତିବନ୍ଧକକୁ ହଟାଇ ଦେଇଥିଲେ। ବିରୋଧ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ପ୍ରଦର୍ଶନ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ୨ ସପ୍ତାହ ମଧ୍ୟରେ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଏ.କେ ସିକ୍ରି ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ବେଞ୍ଚ ଏହା ଉପରେ ରାୟ ଦେଇ କହିଥିଲେ ଯେ, ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ସମସ୍ତଙ୍କ ମୌଳିକ ଅଧିକାର ଅଟେ ଏବଂ ତେବେ ଏହାକୁ ଆଇନ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ରଖିବା ଜରୁରୀ।

 

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri