Posted inଖେଳ

ଚାମ୍ପିଅନ୍ସ Trophy ପୂର୍ବରୁ ଟ୍ରାଭିସ୍‌ ହେଡ-ରବାଡ଼ା ସମେତ ଅନେକ ଖେଳାଳିଙ୍କୁ ବଡ଼ ଝଟ୍‌କା, ହଠାତ ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୬।୨: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରେ କେବଳ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚର୍ଚ୍ଚା ହେଉଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଅନେକ ବଡ଼ ଖେଳାଳି ଖେଳିବାର ନଜର ଆସିବେ। ହେଲେ ଏବେ ଏହି ଟୁର୍ନାମେଣ୍ଟରେ ଖେଳୁଥିବା ଅନେକ ଖେଳାଳିଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ମେଜର ଲିଗ୍‌ କ୍ରିକେଟ୍‌ର ପରବର୍ତ୍ତୀ ସିଜିନର ଡ୍ରାଫ୍ଟ ପୂର୍ବରୁ, ଫ୍ରାଞ୍ଚାଇଜ ଖେଳାଳିମାନଙ୍କୁ ରିଟେନ ଏବଂ ରିଲିଜ କରିଛି। ମୁକ୍ତ ହେବାକୁ ଥିବା ଖେଳାଳିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌, ପ୍ୟାଟ୍‌ କମିନ୍ସଙ୍କଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏବଂ ଡେଭିଡ ମିଲର୍‌ ପ୍ରମୁଖ ସାମିଲ ଅଛନ୍ତି।
ମେଜର୍‌ କ୍ରିକେଟ ଲିଗ (MLC) ଏକ ଆମେରିକୀୟ ଲିଗ। ଏପର୍ଯ୍ୟନ୍ତ ଏହାର ଦୁଇଟି ସିଜିନ ଖେଳାଯାଇଛି। ଚଳିତ ବର୍ଷ ତୃତୀୟ ସିଜିନ ଖେଳାଯିବ। ୧୯ ଫେବୃଆରୀରେ ଡ୍ରାଫ୍ଟ ଆୟୋଜିତ ହେବ। ହେଲେ ଏହା ପୂର୍ବରୁ ଦଳଗୁଡ଼ିକ ଖେଳାଳିମାନଙ୍କୁ ରିଟେନ ଏବଂ ରିଲିଜ କରିଛନ୍ତି। ଅନେକ ଷ୍ଟାର ଖେଳାଳିଙ୍କୁ ବାଦ୍‌ ଦିଆଯାଇଛି। ଡେଭିଡ ମିଲର, ଶାକିବ ଅଲ ହାସନ୍‌, ଆଡାମ ଜାମ୍ପା ଏବଂ ଜାସନ ରୟଙ୍କୁ ଏଲଏ ନାଇଟ ରାଇଡର୍ସରୁ ବାଦ ଦିଆଯାଇଛି। ଡାରିଲ ମିଚେଲ, ମିଚେଲ ସାଣ୍ଟନର, ମାଥିଶା ମାଥିରାନା ଏବଂ ନବୀନ-ଉଲ-ହକ ଟେକ୍ସାସ ସୁପର କିଙ୍ଗ୍ସର ଅଂଶ ନୁହଁନ୍ତି।
ସାନ ଫ୍ରାନ୍ସିସ୍କୋ ୟୁନିକର୍ଣ୍ଣସ ଦଳ ମ୍ୟାଟ ହେନରୀ, ଜୋଶ ଇଙ୍ଗଲିସ ଏବଂ ପ୍ୟାଟ୍‌ କମିନ୍ସଙ୍କୁ ବାଦ ଦେଇଛି। ଡିଫେଣ୍ଡିଂ ଚାମ୍ପିଅନ ୱାଶିଂଟନ ଫ୍ରିଡମ ଟ୍ରାଭିସ ହେଡଙ୍କୁ ବାଦ ଦେଇଛି। ସିଆଟେଲ ଅର୍କାସ ମାଇକେଲ ବ୍ରେସୱେଲ, ଓବେଡ ମ୍ୟାକକୟ, କ୍ୱିଣ୍ଟନ ଡି କକ ଏବଂ ନାଣ୍ଡ୍ରେ ବର୍ଗରଙ୍କୁ ରିଲିଜ କରିଛନ୍ତି। ଏମଆଇ ନ୍ୟୁୟର୍କ ଦଳ ଏନରିକ ନୋର୍ଖିଆ, କାଗିସୋ ରାବାଡା, ଟିମ୍‌ ଡେଭିଡ୍‌ ଏବଂ ଡେୱାଲ୍ଡ ବ୍ରେଭିସ୍‌ଙ୍କୁ ବାଦ ଦେଇଛି।
ଏହି ଖେଳାଳିମାନଙ୍କୁ MLC ୨୦୨୫ ପାଇଁ ରଖାଯାଇଥିଲା।
ସାନ ଫ୍ରାନ୍ସିସ୍କୋ ୟୁନିକର୍ନ: କାର୍ମି ଲେ ରକ୍ସ, ବ୍ରୋଡି କାଉଚ୍‌, ହାରିସ ରୌଫ, ଫିନ ଆଲେନ୍‌, ଜେକ ଫ୍ରେଜର-ମ୍ୟାକଗର୍କ, ମାଥ୍ୟୁ ସର୍ଟ, କୋରି ଆଣ୍ଡରସନ, ହାସନ ଖାନ, ଲିଆମ ପ୍ଲଙ୍କେଟ, କରିମା ଗୋର୍‌, ଜୁଆନୟ ଡ୍ରାଇସଡେଲ ଏବଂ ସଞ୍ଜୟ କୃଷ୍ଣମୂର୍ତ୍ତି।
ସିଆଟେଲ ଅରକାସ: ହେନରିକ କ୍ଲାସେନ, ରିଆନ ରିକେଲଟନ, ହରମିତ ସିଂହ, କାମେରୁନ ଗାନନ, ଆରନ ଜୋନ୍ସ, ଅଲି ଶେଖ ଏବଂ ଆୟନ ଦେଶାଇ।
ଟେକ୍ସାସ ସୁପର କିଙ୍ଗ୍ସ: ମହମ୍ମଦ ମୋହସିନ, ଜିଆ-ଉଲ-ହକ, ଜୋଶୁଆ ଟ୍ରମ୍ପ, କାଲଭିନ ସାଭେଜ, ମିଲିନ୍ଦ କୁମାର, ଡେଭନ କନୱେ, ନୁର ଅହମ୍ମଦ, ମାର୍କସ ଷ୍ଟୋଇନିସ, ସାଇତେଜା ମୁକ୍କାମାଲ୍ଲା ଏବଂ ଫାଫ ଡୁ ପ୍ଲେସିସ।
ଏଲଏ ନାଇଟ ରାଇଡର୍ସ: ଶାଡଲି ଭାନ ଶାଲକୱିକ, ମାଥ୍ୟୁ ଟ୍ରମ୍ପ, ଅଲି ଖାନ, କର୍ଣ୍ଣ ଡ୍ରାଏ, ସୈଫ ବଦର, ସ୍ପେନ୍ସର ଜନସନ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଆଦିତ୍ୟ ଗଣେଶ, ଉନ୍ମୁକ୍ତ ଚାନ୍ଦ ଏବଂ ନୀତିଶ କୁମାର।
ଏମଆଇ ନ୍ୟୁୟର୍କ: ରସିଦ ଖାନ, ଟ୍ରେଣ୍ଟ ବୋଲ୍ଟ, ଏହସାନ ଆଦିଲ, ନୋସ୍ଥୁସ କେଞ୍ଜିଗେ, ନିକୋଲାସ ପୁରନ, ମୋନାଙ୍କ ପଟେଲ, ହିଥ ରିଚାର୍ଡସ, ରୁଶିଲ ଉଗରକର, ସନି ପଟେଲ ଏବଂ କିରନ ପୋଲାର୍ଡ।
ୱାଶିଂଟନ ଫ୍ରିଡମ: ସୌରଭ ନେତ୍ରଭାଲକର, ଲାହିରୁ ମିଲାନ୍ଥ, ୟାସିର ମହମ୍ମଦ, ମାର୍କୋ ଜେନସେନ, ଷ୍ଟିଭେନ ସ୍ମିଥ, ଜ୍ୟାକ ଏଡୱାର୍ଡସ, ଆଣ୍ଡ୍ରିସ ଗୌସ, ମୁଖତାର ଅହମ୍ମଦ, ଓବାସ ପିନାର, ଗ୍ଲେନ ମ୍ୟାକ୍ସୱେଲ, ଇଆନ ହଲାଣ୍ଡ, ଅମିଲା ଆପୋନ୍ସୋ, ଜଷ୍ଟିନ ଡିଲ, ଲକି ଫର୍ଗୁସନ ଏବଂ ରାଚିନ ରବିନ୍ଦ୍ର।

Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri