Posted inଖେଳ

ଚାମ୍ପିଅନ୍ସ Trophy ପୂର୍ବରୁ ଟ୍ରାଭିସ୍‌ ହେଡ-ରବାଡ଼ା ସମେତ ଅନେକ ଖେଳାଳିଙ୍କୁ ବଡ଼ ଝଟ୍‌କା, ହଠାତ ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୬।୨: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରେ କେବଳ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚର୍ଚ୍ଚା ହେଉଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଅନେକ ବଡ଼ ଖେଳାଳି ଖେଳିବାର ନଜର ଆସିବେ। ହେଲେ ଏବେ ଏହି ଟୁର୍ନାମେଣ୍ଟରେ ଖେଳୁଥିବା ଅନେକ ଖେଳାଳିଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ମେଜର ଲିଗ୍‌ କ୍ରିକେଟ୍‌ର ପରବର୍ତ୍ତୀ ସିଜିନର ଡ୍ରାଫ୍ଟ ପୂର୍ବରୁ, ଫ୍ରାଞ୍ଚାଇଜ ଖେଳାଳିମାନଙ୍କୁ ରିଟେନ ଏବଂ ରିଲିଜ କରିଛି। ମୁକ୍ତ ହେବାକୁ ଥିବା ଖେଳାଳିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌, ପ୍ୟାଟ୍‌ କମିନ୍ସଙ୍କଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏବଂ ଡେଭିଡ ମିଲର୍‌ ପ୍ରମୁଖ ସାମିଲ ଅଛନ୍ତି।
ମେଜର୍‌ କ୍ରିକେଟ ଲିଗ (MLC) ଏକ ଆମେରିକୀୟ ଲିଗ। ଏପର୍ଯ୍ୟନ୍ତ ଏହାର ଦୁଇଟି ସିଜିନ ଖେଳାଯାଇଛି। ଚଳିତ ବର୍ଷ ତୃତୀୟ ସିଜିନ ଖେଳାଯିବ। ୧୯ ଫେବୃଆରୀରେ ଡ୍ରାଫ୍ଟ ଆୟୋଜିତ ହେବ। ହେଲେ ଏହା ପୂର୍ବରୁ ଦଳଗୁଡ଼ିକ ଖେଳାଳିମାନଙ୍କୁ ରିଟେନ ଏବଂ ରିଲିଜ କରିଛନ୍ତି। ଅନେକ ଷ୍ଟାର ଖେଳାଳିଙ୍କୁ ବାଦ୍‌ ଦିଆଯାଇଛି। ଡେଭିଡ ମିଲର, ଶାକିବ ଅଲ ହାସନ୍‌, ଆଡାମ ଜାମ୍ପା ଏବଂ ଜାସନ ରୟଙ୍କୁ ଏଲଏ ନାଇଟ ରାଇଡର୍ସରୁ ବାଦ ଦିଆଯାଇଛି। ଡାରିଲ ମିଚେଲ, ମିଚେଲ ସାଣ୍ଟନର, ମାଥିଶା ମାଥିରାନା ଏବଂ ନବୀନ-ଉଲ-ହକ ଟେକ୍ସାସ ସୁପର କିଙ୍ଗ୍ସର ଅଂଶ ନୁହଁନ୍ତି।
ସାନ ଫ୍ରାନ୍ସିସ୍କୋ ୟୁନିକର୍ଣ୍ଣସ ଦଳ ମ୍ୟାଟ ହେନରୀ, ଜୋଶ ଇଙ୍ଗଲିସ ଏବଂ ପ୍ୟାଟ୍‌ କମିନ୍ସଙ୍କୁ ବାଦ ଦେଇଛି। ଡିଫେଣ୍ଡିଂ ଚାମ୍ପିଅନ ୱାଶିଂଟନ ଫ୍ରିଡମ ଟ୍ରାଭିସ ହେଡଙ୍କୁ ବାଦ ଦେଇଛି। ସିଆଟେଲ ଅର୍କାସ ମାଇକେଲ ବ୍ରେସୱେଲ, ଓବେଡ ମ୍ୟାକକୟ, କ୍ୱିଣ୍ଟନ ଡି କକ ଏବଂ ନାଣ୍ଡ୍ରେ ବର୍ଗରଙ୍କୁ ରିଲିଜ କରିଛନ୍ତି। ଏମଆଇ ନ୍ୟୁୟର୍କ ଦଳ ଏନରିକ ନୋର୍ଖିଆ, କାଗିସୋ ରାବାଡା, ଟିମ୍‌ ଡେଭିଡ୍‌ ଏବଂ ଡେୱାଲ୍ଡ ବ୍ରେଭିସ୍‌ଙ୍କୁ ବାଦ ଦେଇଛି।
ଏହି ଖେଳାଳିମାନଙ୍କୁ MLC ୨୦୨୫ ପାଇଁ ରଖାଯାଇଥିଲା।
ସାନ ଫ୍ରାନ୍ସିସ୍କୋ ୟୁନିକର୍ନ: କାର୍ମି ଲେ ରକ୍ସ, ବ୍ରୋଡି କାଉଚ୍‌, ହାରିସ ରୌଫ, ଫିନ ଆଲେନ୍‌, ଜେକ ଫ୍ରେଜର-ମ୍ୟାକଗର୍କ, ମାଥ୍ୟୁ ସର୍ଟ, କୋରି ଆଣ୍ଡରସନ, ହାସନ ଖାନ, ଲିଆମ ପ୍ଲଙ୍କେଟ, କରିମା ଗୋର୍‌, ଜୁଆନୟ ଡ୍ରାଇସଡେଲ ଏବଂ ସଞ୍ଜୟ କୃଷ୍ଣମୂର୍ତ୍ତି।
ସିଆଟେଲ ଅରକାସ: ହେନରିକ କ୍ଲାସେନ, ରିଆନ ରିକେଲଟନ, ହରମିତ ସିଂହ, କାମେରୁନ ଗାନନ, ଆରନ ଜୋନ୍ସ, ଅଲି ଶେଖ ଏବଂ ଆୟନ ଦେଶାଇ।
ଟେକ୍ସାସ ସୁପର କିଙ୍ଗ୍ସ: ମହମ୍ମଦ ମୋହସିନ, ଜିଆ-ଉଲ-ହକ, ଜୋଶୁଆ ଟ୍ରମ୍ପ, କାଲଭିନ ସାଭେଜ, ମିଲିନ୍ଦ କୁମାର, ଡେଭନ କନୱେ, ନୁର ଅହମ୍ମଦ, ମାର୍କସ ଷ୍ଟୋଇନିସ, ସାଇତେଜା ମୁକ୍କାମାଲ୍ଲା ଏବଂ ଫାଫ ଡୁ ପ୍ଲେସିସ।
ଏଲଏ ନାଇଟ ରାଇଡର୍ସ: ଶାଡଲି ଭାନ ଶାଲକୱିକ, ମାଥ୍ୟୁ ଟ୍ରମ୍ପ, ଅଲି ଖାନ, କର୍ଣ୍ଣ ଡ୍ରାଏ, ସୈଫ ବଦର, ସ୍ପେନ୍ସର ଜନସନ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଆଦିତ୍ୟ ଗଣେଶ, ଉନ୍ମୁକ୍ତ ଚାନ୍ଦ ଏବଂ ନୀତିଶ କୁମାର।
ଏମଆଇ ନ୍ୟୁୟର୍କ: ରସିଦ ଖାନ, ଟ୍ରେଣ୍ଟ ବୋଲ୍ଟ, ଏହସାନ ଆଦିଲ, ନୋସ୍ଥୁସ କେଞ୍ଜିଗେ, ନିକୋଲାସ ପୁରନ, ମୋନାଙ୍କ ପଟେଲ, ହିଥ ରିଚାର୍ଡସ, ରୁଶିଲ ଉଗରକର, ସନି ପଟେଲ ଏବଂ କିରନ ପୋଲାର୍ଡ।
ୱାଶିଂଟନ ଫ୍ରିଡମ: ସୌରଭ ନେତ୍ରଭାଲକର, ଲାହିରୁ ମିଲାନ୍ଥ, ୟାସିର ମହମ୍ମଦ, ମାର୍କୋ ଜେନସେନ, ଷ୍ଟିଭେନ ସ୍ମିଥ, ଜ୍ୟାକ ଏଡୱାର୍ଡସ, ଆଣ୍ଡ୍ରିସ ଗୌସ, ମୁଖତାର ଅହମ୍ମଦ, ଓବାସ ପିନାର, ଗ୍ଲେନ ମ୍ୟାକ୍ସୱେଲ, ଇଆନ ହଲାଣ୍ଡ, ଅମିଲା ଆପୋନ୍ସୋ, ଜଷ୍ଟିନ ଡିଲ, ଲକି ଫର୍ଗୁସନ ଏବଂ ରାଚିନ ରବିନ୍ଦ୍ର।

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri