ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି … ମଙ୍ଗଳବାର ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ଏପରିକି ଚନ୍ଦ୍ରିକାଙ୍କ ମା’, ଭାଇ ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଇଥିବା ଡିସିପି କହିଛନ୍ତି। ଏପରିକ ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଓ ତାଙ୍କ ମା’ଙ୍କ ହ୍ବାଟଆପ ଚାଟ୍‌ ହସ୍ତଗତ ହୋଇଛି। ଅଭିଯୁକ୍ତ ଭୀମସେନଙ୍କ ବାବଦରେ ମା’, ଝିଅଙ୍କ ମଧ୍ୟରେ ଚାଟିଂ ହୋଇଛି।
ଚନ୍ଦ୍ରିକା ଚାଟ୍‌ିଂରେ ଆଇନଗତ ପଦକ୍ଷେପ ନେବେ ନଚେତ କିଛି ବଡ଼ ପଦକ୍ଷେପ ନେବି ବୋଲି ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷେ ଭୀମସେନ ଏବଂ ଚନ୍ଦ୍ରିକାଙ୍କ ମାଆ ମଧ୍ୟରେ ବାର୍ତ୍ତାଳପ ଅଡିଓ ମଧ୍ୟ ମିଳିଛି। ଡିଜିଟାଲ ତଥ୍ୟକୁ ପ୍ରମାଣ ଭାବେ ବିବେଚନା କରାଯିବ। ଭୀମସେନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ଡିସିପି କହିଛନ୍ତି।

Share