Posted inଜାତୀୟ

ମୃତ୍ୟୁ ପୂର୍ବରୁ ୨୪ପୃଷ୍ଠାର ସୁଇସାଇଡ ନୋଟ୍‌ ଲେଖିଲେ ଆଇଟି କର୍ମଚାରୀ, ଶେଷ ପୋଷ୍ଟରେ ମସ୍କ-ଟ୍ରମ୍ପଙ୍କୁ କଲେ ଟ୍ୟାଗ୍‌

ବେଙ୍ଗାଲୁରୁ,୧୦।୧୨: ସ୍ତ୍ରୀ ବାରମ୍ବାର ହଇରାଣ କରୁଥିଲେ। ସ୍ତ୍ରୀଙ୍କ ସହ ପରିବାର ଲୋକ ମଧ୍ୟ ହାତ ମିଳାଇଥିଲେ। ଦିନକୁ ଦିନ ସ୍ତ୍ରୀଙ୍କ ନିର୍ଯ୍ୟାତନା ବଢିବାରେ ଲାଗିଥିଲା। ଜଣେ ମହିଳା ବିଚାରପତି ମଧ୍ୟ ସ୍ତ୍ରୀଙ୍କୁ ଘରୋଇ ହିଂସା ମାମଲାରେ ସହାୟତା କରୁଥିଲେ। ଏପରିକି ସ୍ତ୍ରୀ ମାମଲା ରୁଜୁ କରି ଟଙ୍କା ମାଗି ଚାଲିଥିଲେ। ସହିବାର ସୀମା ଏତେ ବଢି ଯାଇଥିଲା ଯେ ବେଙ୍ଗାଲୁରୁରେ ରହୁଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ଫ୍ଲାଟରେ ନିଜ ଜୀବନ ହାରି ଦେଇଛନ୍ତି।

ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ୨୪ ପୃଷ୍ଠାର ସୁଇସାଇଡ ନୋଟ ଓ ଗୋଟିଏ ଦେଢ ଘଣ୍ଟାର ଭିଡିଓ କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ଏହି ଶେଷ ପୋଷ୍ଟରେ ସେ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କୁ ଟ୍ୟାଗ୍‌ କରିଛନ୍ତି।

ବ୍ୟକ୍ତି ଜଣଙ୍କ ହେଉଛନ୍ତି ୩୪ ବର୍ଷୀୟ ଅତୁଲ ସୁଭାଷ। ତାଙ୍କ ଘର ବିହାରରେ। ସେ ବେଙ୍ଗାଲୁରୁର ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ। ମଞ୍ଜୁନାଇ ଲେଆଉଟ ଅଞ୍ଚଳରେ ଥିବା ଫ୍ଲାଟରେ ସେ ରହୁଥିଲେ। ଉକ୍ତ ଫ୍ଲାଟରୁ ଅତୁଲଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ୍ୟୁ ପୂର୍ବରୁ ଅତୁଲ ୨୪ ପୃଷ୍ଠାର ସୁଇସାଇଡ ନୋଟକୁ ଇ-ମେଲ ଜରିଆରେ ଏକାଧିକ ଲୋକଙ୍କୁ ପଠାଇଛନ୍ତି। ସେ ଯେଉଁ ଏନଜିଓ ସଂସ୍ଥା ସହ ଥିଲେ, ତା’ର ହ୍ବାଟସଆପ ଗ୍ରୁପରେ ମଧ୍ୟ ସେ ସୁଇସାଇଡ ନୋଟ ଓ ରେକର୍ଡିଂ ଭିଡିଓ ଶେୟାର କରିଛନ୍ତି।

୨୪ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟରୁ ୪ ପୃଷ୍ଠା ହାତରେ ଲେଖାଯାଇଥିବା ବେଳେ ବାକି ୨୦ ପୃଷ୍ଠା ଟାଇପ ହୋଇଛି। ଏହା ଉପରେ ନ୍ୟାୟ ବାକି ରହିଛି ବୋଲି ଲେଖାଯାଇଛି। ସେ ତାଙ୍କ ନୋଟରେ ନିଜର ସ୍ତ୍ରୀ, ତାଙ୍କ ମା’, ଭାଇ ଓ ଦାଦାଙ୍କୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେମାନେ ସମସ୍ତେ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅତୁଲ ଅଭିଯୋଗ କରିଛନ୍ତି। ଅତୁଲ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। କେମିତି ଜଣେ ମିଛ କେସ କରି ଆଉ ଜଣଙ୍କୁ ବରବାଦ କରି ଦେଉଛି, ସେକଥା ମଧ୍ୟ ଚିଠିରେ ରହିଛି।

ସୂଚନାଥାଉ କି, ୨୦୧୯ରେ ସେ ମ୍ୟାଟ୍ରିମୋନିଆଲ ୱେବସାଇଟ ଜରିଆରେ ପ୍ରସ୍ତାବ ଠିକ୍‌ ହେବା ପରେ ସେ ବିବାହ କରିଥିଲେ। ଗୋଟିଏ ବର୍ଷ ପରେ ତାଙ୍କର ପୁଅ ଜନ୍ମ ହୋଇଥିଲା। ତେବେ ସମୟକ୍ରମେ ସ୍ତ୍ରୀଙ୍କ ପରିବାର ଲୋକ ଅତୁଲଙ୍କୁ ଟଙ୍କା ମାଗି ଚାଲିଥିଲେ। ସେ ଟଙ୍କା ଦେବାକୁ ମନା କରିବାରୁ ସ୍ତ୍ରୀ ୨୦୨୧ ମସିହାରେ ପୁଅକୁ ଧରି ବେଙ୍ଗାଲୁରୁୁ ଚାଲି ଯାଇଥିଲେ। ଏହାପରେ ନିର୍ଯ୍ୟାତନା ସୀମା ଏତେ ବଢି ଯାଇଥିଲା ଯେ, ସ୍ତ୍ରୀ ମିଛ କେସ୍‌ କରି ଅତୁଲଙ୍କୁ ଫସାଇଥିଲେ। ଏବଂ ୩କୋଟି ଟଙ୍କା ଚାର୍ଜ କରିଥିଲେ। ସ୍ତ୍ରୀ କଥା କଥାକେ ତୁମେ କାହିଁକି ମରି ଯାଉନ ପରି ଅସଭ୍ୟ କଥା କହୁଥିଲେ। ଏପରିକି ସ୍ତ୍ରୀଙ୍କ ମାଆ ମଧ୍ୟ ଏପରି କହି ଖରାପ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri