Posted inରାଜ୍ୟ

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, କର୍ମଚାରୀଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର, ୭ା୯(ବ୍ୟୁରୋ)- ଚଳିତମାସ ଶେଷ ସୁଦ୍ଧା ବିଧାନସଭା ଅଧିବେଶନ ବସିବ। ବୈଠକ ବସିବାର ଦୁଇଦିନ ପୂର୍ବରୁ ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଅଧିବେଶନର ପ୍ରସ୍ତୁତି ଓ ବିଧାୟକମାନଙ୍କର କରୋନା ପରୀକ୍ଷା ନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ, ଅଧିବେଶନରେ ଯୋଗଦେଉଥିବା ସମସ୍ତ ବିଧାୟକ, କର୍ମଚାରୀମାନଙ୍କର ସ୍ବାସ୍ଥ୍ୟ ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଧିବେଶନର ଦୁଇଦିନ ପୂର୍ବରୁ ସମସ୍ତଙ୍କର ଆରଟିପିସିଆର କୋଭିଡ୍‌-୧୯ ପରୀକ୍ଷା କରାଯିବ। ଯେଉଁମାନଙ୍କର କରୋନା ନେଗେଟିଭ ଆସିବ ସେମାନଙ୍କୁ ଗୃହକାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିବ। ଯେଉଁମାନଙ୍କର ପଜିଟିଭ ଆସିବ ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୨୧ରୁ ମାଟ୍ରିକ ଖାତା ଦେଖା, ୫୮ କେନ୍ଦ୍ରରେ ଦେଖାଯିବ ଖାତା

କଟକ ଅଫିସ,୧୩।୫ : ସଂସ୍କୃତ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ମାଟ୍ରିକ ପରୀକ୍ଷା ଖାତା ଦେଖା ମେ ୨୧ ତାରିଖରୁ ଆରମ୍ଭ ହେବ ।...

୬ ମାସ ରହିବ ଦ୍ୱିତୀୟ ଲହର

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ଦୈନିକ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଛି। ଗତ ୭ତାରିଖରେ ୧୨, ୨୩୮ ଜଣ ଚିହ୍ନଟ ହୋଇଥିବାବେଳେ ୮ତାରିଖରେ...

କାଳିଆ ଯୋଜନା: ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ

ଭଦ୍ରକ ଅଫିସ, ୨୪।୮- କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସତେ ଯେପରି ଏକପ୍ରକାର...

ବିଜେଡି ଦଖଲରେ ୯୦ ପ୍ରତିଶତ ବ୍ଲକ

ଭୁବନେଶ୍ୱର,୧୩।୩(ବ୍ୟୁରୋ)- ରାଜ୍ୟରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେଡି ଏକପ୍ରକାର କ୍ଲିନ୍‌ସୁଇପ କରିଛି। ୩୧୪ ବ୍ଲକରୁ...

ଭୁବନେଶ୍ୱରରୁ ଗୁରୁତର ରୋଗୀ ଯିବେ ହାଇଦ୍ରାବାଦ: ନୟାପଲ୍ଲୀରୁ ଗ୍ରୀନ୍‌ କରିଡର ଯୋଗେ ଗଲେ ବିମାନ ବନ୍ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଜଣେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବା ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସ୍ବତନ୍ତ୍ର ଗ୍ରୀନ୍‌ କରିଡର କରାଗଲା। ନୟାପଲ୍ଲୀର...

ରାଜ୍ୟରେ ୧,୦୫୮ କରୋନା ପଜିଟିଭ୍‌ ଚିହ୍ନଟ; ୧୮ ବର୍ଷ ମଧ୍ୟରେ ୧୩୮ ଆକ୍ରାନ୍ତ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣଙ୍କ ବୟସ ୧୮ ବର୍ଷ...

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୬।୨(ବ୍ୟୁରୋ): ବଜେଟ ଘୋଷଣା ପରେ ପ୍ରଥମଥର ଲାଗି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଗସ୍ତରେ ଓଡ଼ିଶା...

ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌  

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର,...

Advertisement
Archives

Model This Week