ଦୁର୍ଘଟଣା ପରେ ୩ବର୍ଷ ହେଲା ଶଯ୍ୟାଶାୟୀ

ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ତୋଭାପାଳ ସାହିର ଲୋଧା ସିଂ (୪୬)ଙ୍କ ପରିବାରରେ ଏବେ ଦେଖାଦେଇଛି ଦୁଃଖର ଝଡ। ଠିକ୍‌ ୩ ବର୍ଷ ପୂର୍ବେ ପରିସ୍ଥିତି ପୂରା ଓଲଟା ଥିଲା। ହସ ଖୁସରେ ପରିବାର ଚଳୁଥିଲା। ହେଲେ ଦୁର୍ଘଟଣାରେ ଲୋଧାଙ୍କ ଶରୀରର ଅର୍ଦ୍ଧାଧିକ ଅଙ୍ଗ ଅକାମୀ ହୋଇଯିବା ପରେ ଏବେ ସେ ଶଯ୍ୟାଶାୟୀ। ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ପରିବାର ଲୋକେ ଅସମର୍ଥ ଥିବା ବେଳେ ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ସହାୟତା ମିଳିନାହିଁ।
ଲୋଧାଙ୍କ ପରିବାର କହିଲେ ସ୍ତ୍ରୀ ଆଉ ୨ନାବାଳକ ପୁଅ। ସ୍ତ୍ରୀ ଘର ସମ୍ଭାଳିବା ସହ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ ବୁଝୁଥିଲେ। ଲୋଧା କାମକୁ ଯାଉଥିବା ବେଳେ କୌଣସି କାରଣରୁ ପୋଲ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଦୀର୍ଘଦିନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ସମୟରେ ପରିବାରର ସନ୍ତୁଳନ ବିଗିଡିଯାଇଥିଲା। ପିଲାମାନଙ୍କ ପାଠପଢା ବନ୍ଦ ହେବା ସହ ସ୍ତ୍ରୀ ହସ୍‌ପିଟାଲ ଓ ଘର କାମରେ ସମୟ ବିତିଯାଇଥିଲା। ଏହାପରେ ମଧ୍ୟ ଲୋଧା ସମ୍ପୂର୍ଣ୍ଣ ଭଲ ହୋଇପାରିଲେ ନାହଁି। ଡାକ୍ତର କଟକ ସ୍ଥାନାନ୍ତରିତ କରିବାକୁ ବାଧ୍ୟ ହେଲେ। ଆର୍ଥିକ ଏବଂ ମଣିଷ ବଳ ନ ଥିବାରୁ ବାଧ୍ୟ ହୋଇ ତାଙ୍କୁ ପରିବାର ଲୋକେ ଘରକୁ ନେଇଆସିଥିଲେ। ଘର ଚଳାଇବା ପାଇଁ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରୁଛନ୍ତି। କେତେବେଳେ କାମ ମିଳୁଛି, ତ ପୁଣି କେତେବେଳେ ନାହଁି। ସ୍ତ୍ରୀଙ୍କ ସ୍ବଳ୍ପ ରୋଜଗାରରେ ପରିବାରର ଭରଣପୋଷଣ ଯେନତେନ ପ୍ରକାର ହେଉଛି।
ଲୋଧା କହନ୍ତି, ସ୍ତ୍ରୀ କାମ କରି ଯାହା ଆଣୁଛନ୍ତି ସେଥିରେ ଦୁଖେକଷ୍ଟେ ଚଳୁଛୁ। ଆର୍ଥିକ ଅବସ୍ଥା ଖରାପ ଥିବାରୁ ପିଲାମାନେ ମଧ୍ୟ ପାଠ ପଢ଼ିପାରୁ ନାହାନ୍ତି। ପଞ୍ଚାୟତ ନିର୍ବାଚନ ସମୟର ସ୍ଥାନୀୟ ନେତାମାନେ ଭିନ୍ନକ୍ଷମ ପରିଚୟପତ୍ର ସହ ଇନ୍ଦିରା ଆବାସ, ଅନ୍ତ୍ୟୋଦୟ କାର୍ଡ଼ କରିଦେବାର ପ୍ରତିଶ୍ରୁତି ଦେଇଥିଲେ, ହେଲେ ଏଯାଏ ମିଳିନି। ଏପରିକି ଔଷଧ ଖାଇବା ପାଇଁ ଟଙ୍କା ମିଳୁ ନାହଁି। ଭଗବାନଙ୍କ ଭରସାରେ ପଡ଼ି ରହୁଛୁ। ସରକାରୀ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri