Posted inଖେଳ

ଓ୍ବାଙ୍ଖଡେର ମାହୋଲକୁ ବେକ୍‌ହାମଙ୍କ ପ୍ରଶଂସା, ବିରାଟଙ୍କ ଲୋକପ୍ରିୟତା ଦେଖି ବିମୋହିତ

ମୁମ୍ବାଇ,୧୬ା୧୧(ପି.ଟି.) ଇଂଲଣ୍ଡ ଫୁଟ୍‌ବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ ରିଲିଜ୍‌ କରାଯାଇଛି। ଏହି ଭିଡିଓରେ ସେ ଓ୍ବାଙ୍ଖଡେ ଷ୍ଟାଡିୟମର ଦର୍ଶକଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ଓ୍ବାଙ୍ଖଡେର ଦର୍ଶକୀୟ ଅନୁଭୂତିକୁ ସେ ଅନନ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ମ୍ୟାଚ ଦେଖିବା ପୂର୍ବରୁ କେବଳ ଫୁଟ୍‌ବଲରେ ଦର୍ଶକଙ୍କ ଏଭଳି ରୂପ ଦେଖିଥିଲି। ତେବେ ଏହି ମ୍ୟାଚ ଦେଖିବା ପରେ ମୁଁ ବର୍ତ୍ତମାନ ଦ୍ୱନ୍ଦ୍ୱରେ ରହିଛି ବୋଲି ବେକ୍‌ହାମ ଭିଡିଓରେ କହିଛନ୍ତି।

ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହିତ ଗ୍ରାଉଣ୍ଡରେ ପ୍ରବେଶ କରିବା ସମୟରେ ଦର୍ଶକ ଯେଉଁଭଳି ଚିୟର କରୁଥିଲେ ତାହା ଫୁଟବଲ ମ୍ୟାଚକୁ ମଧ୍ୟ ପଛରେ ଛାଡିଦେବା ଭଳି ଥିଲା। ଓ୍ବାଙ୍ଖଡେର ଏହି ମାହୋଲ ତାଙ୍କ ପାଇଁ ଲୋମଟାଙ୍କୁରା ମୁହୂର୍ତ୍ତ ଥିଲା ବୋଲି ମାଞ୍ଚେଷ୍ଟର ୟୁନାଇଟେଡ ଓ ରିୟଲ ମାଡ୍ରିଡ୍‌ର ପୂର୍ବତନ ତାରକା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୟୁନିସେଫ୍‌ର ଗୁଡ୍‌ଓ୍ବିଲ ଆମ୍ବାସାଡର ଭାବରେ ଭାରତ ଗସ୍ତରେ ରହିଛନ୍ତି ଡେଭିଡ୍‌ ବେକ୍‌ହାମ୍‌। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ କୋହଲି ଐତିହାସିକ ୫୦ ତମ ଶତକ ହାସଲ କରିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ଲୋକପ୍ରିୟତା ଦେଖି ବିମୋହିତ ହୋଇଥିଲେ ବେକ୍‌ହାମ୍‌।

ପ୍ରଥମ ଇନିଂସରେ କୋହଲିଙ୍କ ବ୍ୟାଟିଂ ଦେଖିବା ପରେ ସେ ଏକ ଐତିହାସିକ ମୁହୂର୍ତ୍ତ ଉପଭୋଗ କରିବାର ସୁଯୋଗ ପାଇଲେ ବୋଲି କହିଥିଲେ। ଯଦିଓ ମୁଁ ସଚିନଙ୍କ ସହିତ ଅଧିକ ସମୟ ବିତେଇଥିଲି ତେବେ କୋହଲିଙ୍କ ବ୍ୟାଟିଂ ଷ୍ଟାଡିୟମରେ ଏକ ଭିନ୍ନ ମାହୋଲ ତିଆର କରିଥିଲା ବୋଲି ବେକ୍‌ହାମ ମ୍ୟାଚ୍‌ ପରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଆକ୍ଟିଭ୍‌ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍‌

ନୂଆଦିଲ୍ଲୀ,୩୦।୧: ହଠାତ୍‌ ଗାଏବ ହୋଇଯାଇଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍‌ ହୋଇଛି। କୋହଲି ତାଙ୍କ ଆକାଉଣ୍ଟ ଡିଆଆଷ୍ଟିଭେଟ୍‌ କରିଦେଇଥିବା ପ୍ରଶଂସକ ଭାବୁଥିଲେ। କିନ୍ତୁ ଏହା…

ମହେନ୍ଦ୍ର ସିଂହ ଧୋନିଙ୍କୁ ହଠାତ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜନୈତିକ ମହଲରେ ଖୁବ ଚର୍ଚ୍ଚା

ରାଞ୍ଚି,୩୦।୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହଠାତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri