ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ସେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲା ଭିମ୍‌ସାର ଓ ପରେ କଟକ ସ୍ଥାନାନ୍ତର କରାଯାଉଥିଲା। କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ବୁର୍ଲା ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି, ଦୀନବନ୍ଧୁଙ୍କୁ କଟକ ନିଆଯାଉଥିବାବେଳେ ଅନୁଗୋଳ ଜିଲା ଜରପଡାଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଥାନୀୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ସେଠାରେ ରହିଛି। ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ଚାକିରି ସ୍ଥାୟୀ ପାଇଁ ଦୀର୍ଘ ୨୭ ବର୍ଷ ସଂଘର୍ଷ ପରେ ଶେଷରେ ଜୀବନ ହାରିବା ଘଟଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ହଇରାଣରେ ପକାଇଦେଇଛି। ପୁଅ ଅଭିଷେକ ଅଭିଯୋଗ କରିଛନ୍ତି ଯେ, ବାପା ଅନେକଥର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କୁଳପତି, ଜିଲାପାଳ, ଆର୍‌ଡିସି ଏପରି କି ୫-ଟିରେ ଅଭିଯୋଗ କରିଥିଲେ। ଚାକିରି ସ୍ଥାୟୀ ପାଇଁ ଯୋଗ୍ୟ ଥିବାବେଳେ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଥିଲା। ସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ନୂତନ ଭାବେ ଯୋଗଦେଇଥିବା କୁଳପତି ବାପାଙ୍କୁ ଦୁଇଦିନ ହେଲା ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରି କି ମଙ୍ଗଳବାର ନିଜ ଚାମ୍ବରକୁ ଡାକି ତାଙ୍କୁ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିଲେ। ପୂର୍ବରୁ ମାନସିକ ଚାପ ଓ ଆଜିର ଘଟଣାକୁ ସହ୍ୟ କରି ନ ପାରି ସେ ଆତ୍ମାହୁତି ଦେଇଥିବା ଅଭିଷେକ କହିଛନ୍ତି। ଅନ୍ୟପଟେ ଦୀନବନ୍ଧୁଙ୍କ ଓକିଲ ମନୋଜ ମହାନ୍ତି କହିଛନ୍ତି, ତାଙ୍କ ଚାକିରି ସ୍ଥାୟୀ ପାଇଁ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ୨ମାସ ଭିତରେ ଏହାର ସମାଧାନ କରି ସ୍ଥାୟୀ ନିଯୁକ୍ତି ଦେବାକୁ ହାଇକୋର୍ଟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ। ୨ବର୍ଷ ବିତିଯାଇଥିଲେ ମଧ୍ୟ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏ ସମ୍ପର୍କରେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଛନ୍ତି, ସ୍ଥାୟୀ ଚାକିରି ନେଇ ଦୀନବନ୍ଧୁ ତାଙ୍କ ପାଖରେ କୌଣସି ଦାବି କରି ନ ଥିଲେ। ବିଶ୍ୱବିଦ୍ୟାଳୟ ପରିସରରୁ କେତେକ ସ୍କ୍ରାପ୍‌ ସାମଗ୍ରୀ ଚୋରି ହୋଇଥିବା ନେଇ ଦୀନବନ୍ଧୁ ରେଜିଷ୍ଟ୍ରାରଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାକୁ ନେଇ ତାଙ୍କ ସହିତ ଆଜି ଆଲୋଚନା ହୋଇଥିଲା। ଚୋରି ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଲିସରେ ଅଭିଯୋଗ କରାଯିବ ବୋଲି ତାଙ୍କୁ କୁହାଯାଇଥିଲା। ସେ ବିରକ୍ତି ପ୍ରକାଶ କରି ଚାମ୍ବରରୁ ଚାଲିଯାଇଥିଲେ। ପରେ ସିଣ୍ଡିକେଟ୍‌ ହଲ୍‌ରେ ଏକାଡେମିକ୍‌ କାଉନସିଲ୍‌ର ବୈଠକ ଅନୁଷ୍ଠିତ ହେଉଥିଲା। ଏହି ସମୟରେ ମୁଖ୍ୟ ଗେଟ୍‌ ନିକଟରେ ଦୀନବନ୍ଧୁ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଘଟଣ ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୀନବନ୍ଧୁଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri