ଏଇ ଭାରତରେ

କଲାନ୍ଦର ସମ୍ପ୍ରଦାୟଙ୍କ ଭାଲୁ ନାଚ ପରମ୍ପରା ଦୂର କରିବା ସହ ଭାଲୁଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଦିଲ୍ଲୀର ଗୀତା ଶେଷମାନି। କେବଳ ଏତିକି ନୁହେଁ ବିହାର, ଓଡ଼ିଶା, କର୍ନାଟକ, ହରିୟାଣା ଓ ରାଜସ୍ଥାନର ପ୍ରାୟ ୬୦ଟି ଗାଁରେ ରହୁଥିବା ଏହି ସମ୍ପ୍ରଦାୟର ପାଖାପାଖିତ୍ ୩,୦୦୦ ପରିବାରକୁ ବିକଳ୍ପ ରୋଜଗାର ଯୋଗାଇ ଦେଇଛନ୍ତି। ଦିଲ୍ଲୀଠାରୁ ମାତ୍ର ୩୦ କି.ମି. ଦୂରରେ ମଧ୍ୟ ବହୁ ସଂଖ୍ୟାରେ ରହୁଛନ୍ତି। ପୋଷା ମନାଇବା ପାଇଁ କଲାନ୍ଦର ସମ୍ପ୍ରଦାୟର ଲୋକମାନେ ଭାଲୁ ଥୋଡ଼ିକୁ ଉତ୍ତପ୍ତ ଲୁହା ରଡ୍‌ରେ ଫୋଡ଼ିଥାନ୍ତି। ୪୦୦ ବର୍ଷର ପୁରୁଣା ଭାଲୁ ନାଚ ପରମ୍ପରା ମୋଗଲ ସାମ୍ରାଜ୍ୟ ସମୟରେ ଆରମ୍ଭ ହୋଇଥିଲା। ୧୯୭୨ରେ ଭାରତରେ ଏହି ନାଚକୁ ବେଆଇନ ଘୋଷଣା କରାଯିବା ପରେ ଲୁଚାଛପାରେ ଏହା ଚାଲୁଥିଲା। କଲାନ୍ଦାର ସମ୍ପ୍ରଦାୟକୁ ଭାଲୁ ନାଚରୁ ଦୂରେଇ ରଖିତ୍ତ୍ବା ଅଭିଯାନରେ ଗୀତାଙ୍କୁ ତାଙ୍କ ବନ୍ଧୁ କାର୍ତ୍ତିକ ସତ୍ୟନାରାୟଣନ ସହଯୋଗ କରୁଛନ୍ତି। ତାଙ୍କ ଟିମ୍‌ ଏଯାବତ ୬୨୮ଟି ଭାଲୁ ଉଦ୍ଧାର କରି ଦେଶର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶେଷ କରି ଗୀତା ଏହି କାର୍ଯ୍ୟ କରୁଆସୁଛନ୍ତି। ୧୯୯୫ରେ ଗୀତା ଓ ତାଙ୍କ ବନ୍ଧୁ ପ୍ରତିଷ୍ଠା କରିଥିତ୍ବା ଓ୍ବାଇଲ୍ଡ ଲାଇଫ ଏସ୍‌ଓଏସ୍‌ର ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ କାମ କରିଆସୁଛନ୍ତି। ଡ୍ରାଇଭିଂ ସ୍କୁଲ ପ୍ରତିଷ୍ଠା କରି କଲାନ୍ଦର ସମ୍ପ୍ରଦାୟର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଓ ୭,୬୦୦ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବାରେ ଗୀତାଙ୍କ ଟିମ୍‌ ସକ୍ଷମ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri