Posted inଜାତୀୟ

ବର୍ଦ୍ଧିତ ପେଟ୍ରୋଲ ଦର ପାଇଁ ତାଲିବାନ୍‌କୁ ଦାୟୀ କଲେ ଭାଜପା ନେତା

ବେଙ୍ଗାଲୁରୁ,୪।୯: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ପାଇଁ ତାଲିବାନ୍‌ ଯୋଗୁ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ଦାୟୀ। ଅହେତୁକ ବୃଦ୍ଧି ପାଉଥିବା ତୈଳ ଦର ଉପରେ ପ୍ରଶ୍ନ କରାଯିବାରୁ ଏଭଳି ଉତ୍ତର ଦେଇଛନ୍ତି କର୍ନାଟକର ଭାଜପା ବିଧାୟକ ଅରବିନ୍ଦ ବେଲାଡ।

ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରେ ଅଶୋଧିତ ତୈଳର ଯୋଗାଣ ବାଧାପ୍ରାପ୍ତ ହୋଇଛି। ପରିଣାମ ସ୍ବରୂପ ଦେଶରେ ବୃଦ୍ଧି ପାଉଛି ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲର ଦର। ବର୍ଦ୍ଧିତ ଦର ପଛର କାରଣ ଜାଣିବା ପାଇଁ ଭୋଟରମାନେ ଏବେ ଯଥେଷ୍ଟ ପରିପକ୍ୱ ବୋଲି ହୁବଲି-ଧଓର୍‌ବାଡ୍‌ ପଶ୍ଚିମ ନିର୍ବାଚନ ମଣ୍ଡଳୀର ବିଧାୟକ ବେଲାଡ କହିଛନ୍ତି।

ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀକାରୀ। କିନ୍ତୁ ବିଶ୍ୱରେ ସର୍ବାଧିକ ତୈଳ ରପ୍ତାନୀ କରୁଥିବା ଦେଶମାନଙ୍କ ତାଲିକାରେ ଆଫଗାନିସ୍ତାନ ନାହିଁ। ତେବେ ଚଳିତ ବର୍ଷର ଜୁଲାଇର ରିପୋର୍ଟ ଅନୁଯାୟୀ, ଇରାକ, ସୌଦି ଆରବିଆ, ୟୁନାଇଟେଡ୍‌ ଆରବ ଏମିରେଟ୍ସ, ନାଇଜେରିଆ, ଆମେରିକା ଓ କାନାଡା ଆଦି ୬ଟି ଦେଶରୁ ଭାରତ ଅଶୋଧିତ ତୈଳ ଆମଦାନୀ କରୁଛି।

ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ଯୋଗୁ ତୈଳ ଓ ଗ୍ୟାସ ଦରକୁ ପ୍ରଭାବିତ କଲା ଭଳି କ୍ଷମତା ରହିଛି। କିନ୍ତୁ ଏହି କ୍ଷେତ୍ରରେ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ। କିନ୍ତୁ ଗତ କିଛି ମାସ ହେଲା ଦେଶରେ ତୈଳ (ପେଟ୍ରୋଲ ଓ ଡିଜେଲ) ଏବଂ ଏଲପିଜି ସିଲିଣ୍ଡର ଦରରେ ଅହେତୁକ ବୃଦ୍ଧି ପରିଲ୍ଲଖିତ ହୋଇଛି। ଏଥି ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବେଶ୍‌ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଗତ ମାସରେ ସରକାର ନିଜକୁ ବଞ୍ଚାଇବା ପାଇଁ ବିରୋଧୀଙ୍କ ଉପରେ ଦୋଷ ଲଦି ଦେଇଥିଲେ। ସେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନ କହିଥିଲେ, ତୈଳ ଦଳର ଦେଶରେ କମି ପାରିବ ନାହିଁ। କାରଣ କଂଗ୍ରେସ ଅମଳରେ ବିଭିନ୍ନ କମ୍ପାନୀ ନିକଟରେ ଅଏଲ ବଣ୍ଡ ବନ୍ଧା ପକା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri