କର୍ମଜୀବୀ ହୋଇଥିଲେ…

ଏଣେ ଘର କାମ ଆଉ ପିଲାମାନଙ୍କର ଦାୟିତ୍ୱ। ସବୁକିଛି ଠିକ୍‌ ସମୟରେ ଶେଷ କରି ଅଫିସ୍‌ ବି ଯିବାକୁ ହେବ। ତେଣୁ କେତେବେଳେ କେଉଁ କାମ କରିବାକୁ ହେବ, କେମିତି ପ୍ରସ୍ତୁତ ହେବାକୁ ହେବ ସେସବୁ ପାଇଁ ବ୍ୟସ୍ତ ହୋଇ ପଡ଼ିଥାନ୍ତି କର୍ମଜୀବୀ। କିନ୍ତୁ ଠିକ୍‌ ଭାବରେ ପ୍ଲାନିଂ କରି ସବୁ କାମ କଲେ ବେଶ୍‌ ସହଜରେ ଘର ପରିବାର ଭିତରେ ସନ୍ତୁଳନ ରକ୍ଷା କରିହେବ…

ଆଗରୁ ପ୍ରସ୍ତୁତି: କର୍ମଜୀବୀ ମହିଳା ସବୁ କାମ ପାଇଁ ପୂର୍ବରୁ ପ୍ରସ୍ତୁତ ରୁହନ୍ତୁ। ଆସନ୍ତାକାଲି ପାଇଁ ପୂର୍ବ ଦିନ ରାତିରୁ ହିଁ ସବୁକିଛି କାମ ପାଇଁ ପ୍ରସ୍ତୁତି କରି ଦିଅନ୍ତୁ। ଅର୍ଥାତ୍‌ ଆସନ୍ତାକାଲି ସକାଳେ କ’ଣ ରୋଷେଇ କରିବାକୁ ହେବ କିମ୍ବା କ’ଣ ଜଳଖିଆ କରିବାକୁ ହେବ ସେ ନେଇ ସ୍ଥିର କରିବା ସହିତ ସେଥିପାଇଁ ପରିବା ଓ ଅନ୍ୟ ସାମଗ୍ରୀ ଅଲଗା କରି ରଖନ୍ତୁ। ଆବଶ୍ୟକ ହେଲେ ପରିବା କିଛି କାଟି ପୂର୍ବରୁ ରଖିପାରିବେ। କେବଳ ରୋଷେଇ ନୁହେଁ ବରଂ କ’ଣ ପିନ୍ଧି ଅଫିସ ଯିବେ ପୋଷାକ ମଧ୍ୟ ପୂର୍ବରୁ ବାହାର କରି ରଖନ୍ତୁ।
କାମ ବାଣ୍ଟନ୍ତୁ: ଆପଣଙ୍କ ନିର୍ଦ୍ଦିଷ୍ଟ ସମୟରେ ଅଫିସ ଯିବାକୁ ହେବ। ତେଣୁ ତା’ ପୂର୍ବରୁ ହିଁ ସବୁ ଘର କାମ ଶେଷ କରିବାକୁ ହେବ। ଏଥିପାଇଁ ଘରର ସବୁ କାମ କେବଳ ଆପଣ କରିଲେ ଠିକ୍‌ ସମୟରେ ଶେଷ ହେବ ନାହିଁ। ତେଣୁ ଘରର ଅନ୍ୟ ସଦସ୍ୟଙ୍କଠାରୁ କିଛି କାମରେ ସାହାଯ୍ୟ ନିଅନ୍ତୁ। କିନ୍ତୁ ମନେରଖିବେ ଶାଶୁ ଘରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କୌଣସି କାମ ପାଇଁ କହିଲେ ଅତ୍ୟନ୍ତ ଶାନ୍ତ ତଥା ତାଙ୍କ ମନୋଭାବକୁ ଲକ୍ଷ୍ୟ କରି କୁହନ୍ତୁ। କିନ୍ତୁ ଘରେ ଯଦି ସବୁ କାମରେ ସହଯୋଗ କରିବା ପାଇଁ କେହି ନିଯୁକ୍ତ ହୋଇଥାନ୍ତି ତେବେ ତାଙ୍କୁ ମଧ୍ୟ ଆଗୁଆ କାମ କରିବା ପାଇଁ କୁହନ୍ତୁ।
ସାପ୍ତାହିକ ଯୋଜନା: କର୍ମଜୀବୀ ମହିଳାଙ୍କୁ ସବୁ କାମ ପାଇଁ ସପ୍ତାହେ ପୂର୍ବରୁ ବି ଯୋଜନା କରିବାକୁ ହୋଇଥାଏ। ଯଦି କୌଣସି ବନ୍ଧୁଙ୍କ ଘରକୁ ଯିବାର ଥାଏ କିମ୍ବା କୌଣସି ସ୍ଥାନକୁ ବୁଲିବାକୁ ଯିବାର ଥାଏ, ତେବେ ସପ୍ତାହେ ପୂର୍ବରୁ ସେହି ସମୟ ସ୍ଥିର କରନ୍ତୁ। ଏହା ସହିତ ସେଦିନ କ’ଣ ପିନ୍ଧିବେ, କ’ଣ ସାଙ୍ଗରେ ନେବେ ସେସବୁ ମଧ୍ୟ ତାଲିକା କରି ଦିଅନ୍ତୁ। ସେହିପରି ଆପଣ ଯଦି ଆସନ୍ତା ସପ୍ତାହର କେଉଁଦିନ କ’ଣ ସବୁ ରୋଷେଇ କରିବେ ସେନେଇ ଏକ ତାଲିକା ପ୍ରସ୍ତୁତ କରିଦେବେ ତା’ହେଲେ ସବୁ କାମ ଶୀଘ୍ର ହୋଇପାରିବ।
ପ୍ରାଥମିକତା ଚିନ୍ତା:ବେଳେବେଳେ ହଠାତ୍‌ ଘର କାମ ବଢ଼ିଯାଏ। ଅଚାନକ କେହି ଘରକୁ ଆସିଯାଆନ୍ତି କିମ୍ବା ପିଲାମାନଙ୍କର ହଠାତ୍‌ ଦେହ ଖରାପ ହୋଇଯାଏ। ଏଭଳି ସମୟରେ ଅଫିସ୍‌ ଯିବାର ସମୟ କିନ୍ତୁ ସେହି ପୁରୁଣା ରହିଥାଏ। ତେଣୁ ସେ ସମୟରେ ଆପଣ କେଉଁ କାମକୁ ପ୍ରାଥମିକତା ଦେବେ ଚିନ୍ତା କରନ୍ତୁ। ଯେଉଁ କାମକୁ ପରେ କରିଲେ କିଛି ଅସୁବିଧା ହେବନି କିମ୍ବା ଅନ୍ୟ ଉପାୟରେ କରିହେବ ସେନେଇ ଚିନ୍ତା କରି କାମ କରନ୍ତୁ। ଏପରିଭାବେ ଆପଣ ସମୟର ସଦୁପଯୋଗ କରିପାରିବେ।
ଚିରାଚରିତ କାମରୁ ବିରତି: କର୍ମଜୀବୀମାନଙ୍କୁ ସବୁଦିନ ନିର୍ଦ୍ଦିଷ୍ଟ ସମୟରେ ସବୁକାମ କରିବାର ଏକ ରୁଟିନ୍‌ ହୋଇ ଯାଇଥାଏ। କିନ୍ତୁ ସାପ୍ତାହିକ ଛୁଟି ଦିନରେ ଏପରି କରନ୍ତୁ ନାହିଁ। ଅର୍ଥାତ୍‌ ଛୁଟିଦିନ ପାଇଁ କିଛି ଅଧିକ କାମ ରଖନ୍ତୁ ନାହିଁ। ସେଦିନ କମ୍‌ କାମ କରି ଅଧିକ ବିଶ୍ରାମ କରିବାକୁ ଚେଷ୍ଟା କରନ୍ତୁ। ଦରକାର ପଡ଼ିଲେ ସେଦିନ ରୋଷେଇ ନ କରି ବାହାରେ ଖାଆନ୍ତୁ। ଛୁଟିଦିନରେ କମ୍‌ କାମ କରି ଅଧିକ ରେଷ୍ଟ ନେଲେ ପୁଣି ଥରେ ଆଉ ଏକ ସପ୍ତାହ ଆରମ୍ଭରୁ କାମ କରିବା ଅଧିକ ଉର୍ଜା ସୃଷ୍ଟି ହେବ।

 

ଏମାନେ କ’ଣ କରନ୍ତି…

ପୂର୍ବ ରାତିରୁ ଶାଶୁଙ୍କଠାରୁ ବୁଝି ନେଇଥାଏ
ମତେ ସବୁଦିନ ସାଢେ ଦଶଟା ସମୟରେ ସ୍କୁଲରେ ପହଞ୍ଚିବାକୁ ପଡ଼େ। ସେଥିପାଇଁ ମୁଁ ଘରୁ ୧୫ ମିନିଟ୍‌ ପୂର୍ବରୁ ବାହାରିଥାଏ। ସେହି ସମୟ ମଧ୍ୟରେ ମୁଁ ଘରେ ସମସ୍ତଙ୍କ ପାଇଁ ରୋଷେଇ କରି ଜଳଖିଆ ଖାଇବାକୁ ଦେଇ ଯାଇଥାଏ। ଠିକ୍‌ ସମୟରେ ବାହାରିବା ପାଇଁ ମୁଁ ପୂର୍ବରାତିରୁ କ’ଣ ରୋଷେଇ କରିବାକୁ ହେବ ଶାଶୁଙ୍କଠାରୁ ପଚାରି ବୁଝି ନେଇଥାଏ। -ରାଜଲକ୍ଷ୍ମୀ ମହାପାତ୍ର
ଶିକ୍ଷୟିତ୍ରୀ, ଜ୍ଞାନବିଜ୍ଞାନ ବିଦ୍ୟାଳୟ, ଅରିଲୋ, ଜଗତସିଂହପୁର
ରାତିରୁ ରେଡି କରିଦିଏ
କାଲି କ’ଣ କରିବାକୁ ହବ ସେଥିପାଇଁ ମୁଁ ରାତିରେ ଟିଭି ଦେଖିବା ସମୟରେ ପରିବା କାଟି ଫ୍ରିଜରେ ରଖି ଦେଇଥାଏ। ଆଉ ଶୋଇବା ପୂର୍ବରୁ ମୁଁ ବାସନ ମଜା ଏବଂ ରୋଷେଇ ଘର ସଫା କରି ଦେଇଥାଏ। ତେଣୁ ସକାଳୁ ଟିକେ ଡେରିରେ ଉଠିଲେ ବି ମୁଁ ଶୀଘ୍ର ରୋଷେଇ ଶେଷ କରିଦିଏ ଆଉ ଠିକ୍‌ ସମୟରେ ସ୍କୁଲରେ ପହଞ୍ଚି ପାରିଥାଏ।
-ମନୀଷା ମହାଲିକ, ଶିକ୍ଷୟିତ୍ରୀ
ଧାମରାଇ ହାଇସ୍କୁଲ, ନରସିଂହପୁର, ଧାମରା, ଭଦ୍ରକ
ଶୀଘ୍ର ଉଠି ରୋଷେଇ କରେ
ମୋ ସାନ ଝିଅ ଟିକେ ଛୋଟ ହୋଇଥିବାରୁ ମତେ ତା’ପାଇଁ ଅଧିକ ସମୟ ଦେବାକୁ ପଡେ। ସେଥିପାଇଁ ସିଏ ଉଠିବା ପୂର୍ବରୁ ମୁଁ ଉଠି ଘରର ପ୍ରାୟ ଅଧା କାମ କରି ଦେଇଥାଏ। ତେଣୁ ସେ ଉଠିବା ବେଳକୁ ତା’ର ଖାଇବା ପିଇବା ଓ ଅନ୍ୟ କାମ ସବୁ କରି ମୁଁ ୯ଟା ବେଳକୁ ହସ୍‌ପିଟାଲରେ ପହଞ୍ଚିଥାଏ। ତା’ ଛଡା ଶାଶୁ, ଶ୍ୱଶୁରଙ୍କ ପାଇଁ ରୋଷେଇ ଓ ଟିଫିନ ବି କରିଥାଏ। ତେଣୁ ସକାଳୁ ଉଠିଲେ କ’ଣ ସବୁ କରିବି ସେଥିପାଇଁ ମୁଁ ପୂର୍ବ ଦିନ ରାତିରୁ ହିଁ ଭାବି ରଖିଥାଏ।
-ଇତିଶ୍ରୀ ଛାଟୋଇ, ନର୍ସ, ଶ୍ରୀ ହସ୍ପିଟାଲ୍‌, ଲୁଇସ୍‌ ରୋଡ୍‌, ଭୁବନେଶ୍ୱର
ଛୁଟିଦିନରେ ସବୁ ଆଗୁଆ କରେ
ଛୋଟ ଛୁଆକୁ ପୁଣି ବ୍ୟାଙ୍କ ଚାକିରି। ଏଥିପାଇଁ ମତେ ସବୁ କାମ ଆଡଭାନ୍ସ କରିବାକୁ ହୁଏ। ଅବଶ୍ୟ ମା’ ମତେ ବହୁତ ସାହାଯ୍ୟ କରନ୍ତି। ମୋ ଛୋଟ ପୁଅର ପ୍ରାୟ ସବୁ କାମ ମାଆ ଓ ବାପା କରନ୍ତି। ମୁଁ ରୋଷେଇ ପାଇଁ ସବୁ କାମ କରି ଶୀଘ୍ର ବାହାରିଯାଏ। ତେବେ ଛୁଟି ଦିନରେ ହିଁ ମୁଁ ଅଧିକାଂଶ କାମ ଯେପରି କି ରୋଷେଇ ଘର ସଜାଡ଼ିବା, ରାଶନ ସାମଗ୍ରୀ ଆଣିବା ଆଦି ସବୁ ତାଲିକା ପ୍ରସ୍ତୁତ କରି ଦେଇଥାଏ। -ଦେବେନ୍ମିତା ଦାସ
ବ୍ୟାଙ୍କ ଅଫିସର, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ମୁଶାଡିହ, ପାରାଦୀପ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri