କର୍ମଜୀବୀ ହୋଇଥିଲେ…

ଏଣେ ଘର କାମ ଆଉ ପିଲାମାନଙ୍କର ଦାୟିତ୍ୱ। ସବୁକିଛି ଠିକ୍‌ ସମୟରେ ଶେଷ କରି ଅଫିସ୍‌ ବି ଯିବାକୁ ହେବ। ତେଣୁ କେତେବେଳେ କେଉଁ କାମ କରିବାକୁ ହେବ, କେମିତି ପ୍ରସ୍ତୁତ ହେବାକୁ ହେବ ସେସବୁ ପାଇଁ ବ୍ୟସ୍ତ ହୋଇ ପଡ଼ିଥାନ୍ତି କର୍ମଜୀବୀ। କିନ୍ତୁ ଠିକ୍‌ ଭାବରେ ପ୍ଲାନିଂ କରି ସବୁ କାମ କଲେ ବେଶ୍‌ ସହଜରେ ଘର ପରିବାର ଭିତରେ ସନ୍ତୁଳନ ରକ୍ଷା କରିହେବ…

ଆଗରୁ ପ୍ରସ୍ତୁତି: କର୍ମଜୀବୀ ମହିଳା ସବୁ କାମ ପାଇଁ ପୂର୍ବରୁ ପ୍ରସ୍ତୁତ ରୁହନ୍ତୁ। ଆସନ୍ତାକାଲି ପାଇଁ ପୂର୍ବ ଦିନ ରାତିରୁ ହିଁ ସବୁକିଛି କାମ ପାଇଁ ପ୍ରସ୍ତୁତି କରି ଦିଅନ୍ତୁ। ଅର୍ଥାତ୍‌ ଆସନ୍ତାକାଲି ସକାଳେ କ’ଣ ରୋଷେଇ କରିବାକୁ ହେବ କିମ୍ବା କ’ଣ ଜଳଖିଆ କରିବାକୁ ହେବ ସେ ନେଇ ସ୍ଥିର କରିବା ସହିତ ସେଥିପାଇଁ ପରିବା ଓ ଅନ୍ୟ ସାମଗ୍ରୀ ଅଲଗା କରି ରଖନ୍ତୁ। ଆବଶ୍ୟକ ହେଲେ ପରିବା କିଛି କାଟି ପୂର୍ବରୁ ରଖିପାରିବେ। କେବଳ ରୋଷେଇ ନୁହେଁ ବରଂ କ’ଣ ପିନ୍ଧି ଅଫିସ ଯିବେ ପୋଷାକ ମଧ୍ୟ ପୂର୍ବରୁ ବାହାର କରି ରଖନ୍ତୁ।
କାମ ବାଣ୍ଟନ୍ତୁ: ଆପଣଙ୍କ ନିର୍ଦ୍ଦିଷ୍ଟ ସମୟରେ ଅଫିସ ଯିବାକୁ ହେବ। ତେଣୁ ତା’ ପୂର୍ବରୁ ହିଁ ସବୁ ଘର କାମ ଶେଷ କରିବାକୁ ହେବ। ଏଥିପାଇଁ ଘରର ସବୁ କାମ କେବଳ ଆପଣ କରିଲେ ଠିକ୍‌ ସମୟରେ ଶେଷ ହେବ ନାହିଁ। ତେଣୁ ଘରର ଅନ୍ୟ ସଦସ୍ୟଙ୍କଠାରୁ କିଛି କାମରେ ସାହାଯ୍ୟ ନିଅନ୍ତୁ। କିନ୍ତୁ ମନେରଖିବେ ଶାଶୁ ଘରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କୌଣସି କାମ ପାଇଁ କହିଲେ ଅତ୍ୟନ୍ତ ଶାନ୍ତ ତଥା ତାଙ୍କ ମନୋଭାବକୁ ଲକ୍ଷ୍ୟ କରି କୁହନ୍ତୁ। କିନ୍ତୁ ଘରେ ଯଦି ସବୁ କାମରେ ସହଯୋଗ କରିବା ପାଇଁ କେହି ନିଯୁକ୍ତ ହୋଇଥାନ୍ତି ତେବେ ତାଙ୍କୁ ମଧ୍ୟ ଆଗୁଆ କାମ କରିବା ପାଇଁ କୁହନ୍ତୁ।
ସାପ୍ତାହିକ ଯୋଜନା: କର୍ମଜୀବୀ ମହିଳାଙ୍କୁ ସବୁ କାମ ପାଇଁ ସପ୍ତାହେ ପୂର୍ବରୁ ବି ଯୋଜନା କରିବାକୁ ହୋଇଥାଏ। ଯଦି କୌଣସି ବନ୍ଧୁଙ୍କ ଘରକୁ ଯିବାର ଥାଏ କିମ୍ବା କୌଣସି ସ୍ଥାନକୁ ବୁଲିବାକୁ ଯିବାର ଥାଏ, ତେବେ ସପ୍ତାହେ ପୂର୍ବରୁ ସେହି ସମୟ ସ୍ଥିର କରନ୍ତୁ। ଏହା ସହିତ ସେଦିନ କ’ଣ ପିନ୍ଧିବେ, କ’ଣ ସାଙ୍ଗରେ ନେବେ ସେସବୁ ମଧ୍ୟ ତାଲିକା କରି ଦିଅନ୍ତୁ। ସେହିପରି ଆପଣ ଯଦି ଆସନ୍ତା ସପ୍ତାହର କେଉଁଦିନ କ’ଣ ସବୁ ରୋଷେଇ କରିବେ ସେନେଇ ଏକ ତାଲିକା ପ୍ରସ୍ତୁତ କରିଦେବେ ତା’ହେଲେ ସବୁ କାମ ଶୀଘ୍ର ହୋଇପାରିବ।
ପ୍ରାଥମିକତା ଚିନ୍ତା:ବେଳେବେଳେ ହଠାତ୍‌ ଘର କାମ ବଢ଼ିଯାଏ। ଅଚାନକ କେହି ଘରକୁ ଆସିଯାଆନ୍ତି କିମ୍ବା ପିଲାମାନଙ୍କର ହଠାତ୍‌ ଦେହ ଖରାପ ହୋଇଯାଏ। ଏଭଳି ସମୟରେ ଅଫିସ୍‌ ଯିବାର ସମୟ କିନ୍ତୁ ସେହି ପୁରୁଣା ରହିଥାଏ। ତେଣୁ ସେ ସମୟରେ ଆପଣ କେଉଁ କାମକୁ ପ୍ରାଥମିକତା ଦେବେ ଚିନ୍ତା କରନ୍ତୁ। ଯେଉଁ କାମକୁ ପରେ କରିଲେ କିଛି ଅସୁବିଧା ହେବନି କିମ୍ବା ଅନ୍ୟ ଉପାୟରେ କରିହେବ ସେନେଇ ଚିନ୍ତା କରି କାମ କରନ୍ତୁ। ଏପରିଭାବେ ଆପଣ ସମୟର ସଦୁପଯୋଗ କରିପାରିବେ।
ଚିରାଚରିତ କାମରୁ ବିରତି: କର୍ମଜୀବୀମାନଙ୍କୁ ସବୁଦିନ ନିର୍ଦ୍ଦିଷ୍ଟ ସମୟରେ ସବୁକାମ କରିବାର ଏକ ରୁଟିନ୍‌ ହୋଇ ଯାଇଥାଏ। କିନ୍ତୁ ସାପ୍ତାହିକ ଛୁଟି ଦିନରେ ଏପରି କରନ୍ତୁ ନାହିଁ। ଅର୍ଥାତ୍‌ ଛୁଟିଦିନ ପାଇଁ କିଛି ଅଧିକ କାମ ରଖନ୍ତୁ ନାହିଁ। ସେଦିନ କମ୍‌ କାମ କରି ଅଧିକ ବିଶ୍ରାମ କରିବାକୁ ଚେଷ୍ଟା କରନ୍ତୁ। ଦରକାର ପଡ଼ିଲେ ସେଦିନ ରୋଷେଇ ନ କରି ବାହାରେ ଖାଆନ୍ତୁ। ଛୁଟିଦିନରେ କମ୍‌ କାମ କରି ଅଧିକ ରେଷ୍ଟ ନେଲେ ପୁଣି ଥରେ ଆଉ ଏକ ସପ୍ତାହ ଆରମ୍ଭରୁ କାମ କରିବା ଅଧିକ ଉର୍ଜା ସୃଷ୍ଟି ହେବ।

 

ଏମାନେ କ’ଣ କରନ୍ତି…

ପୂର୍ବ ରାତିରୁ ଶାଶୁଙ୍କଠାରୁ ବୁଝି ନେଇଥାଏ
ମତେ ସବୁଦିନ ସାଢେ ଦଶଟା ସମୟରେ ସ୍କୁଲରେ ପହଞ୍ଚିବାକୁ ପଡ଼େ। ସେଥିପାଇଁ ମୁଁ ଘରୁ ୧୫ ମିନିଟ୍‌ ପୂର୍ବରୁ ବାହାରିଥାଏ। ସେହି ସମୟ ମଧ୍ୟରେ ମୁଁ ଘରେ ସମସ୍ତଙ୍କ ପାଇଁ ରୋଷେଇ କରି ଜଳଖିଆ ଖାଇବାକୁ ଦେଇ ଯାଇଥାଏ। ଠିକ୍‌ ସମୟରେ ବାହାରିବା ପାଇଁ ମୁଁ ପୂର୍ବରାତିରୁ କ’ଣ ରୋଷେଇ କରିବାକୁ ହେବ ଶାଶୁଙ୍କଠାରୁ ପଚାରି ବୁଝି ନେଇଥାଏ। -ରାଜଲକ୍ଷ୍ମୀ ମହାପାତ୍ର
ଶିକ୍ଷୟିତ୍ରୀ, ଜ୍ଞାନବିଜ୍ଞାନ ବିଦ୍ୟାଳୟ, ଅରିଲୋ, ଜଗତସିଂହପୁର
ରାତିରୁ ରେଡି କରିଦିଏ
କାଲି କ’ଣ କରିବାକୁ ହବ ସେଥିପାଇଁ ମୁଁ ରାତିରେ ଟିଭି ଦେଖିବା ସମୟରେ ପରିବା କାଟି ଫ୍ରିଜରେ ରଖି ଦେଇଥାଏ। ଆଉ ଶୋଇବା ପୂର୍ବରୁ ମୁଁ ବାସନ ମଜା ଏବଂ ରୋଷେଇ ଘର ସଫା କରି ଦେଇଥାଏ। ତେଣୁ ସକାଳୁ ଟିକେ ଡେରିରେ ଉଠିଲେ ବି ମୁଁ ଶୀଘ୍ର ରୋଷେଇ ଶେଷ କରିଦିଏ ଆଉ ଠିକ୍‌ ସମୟରେ ସ୍କୁଲରେ ପହଞ୍ଚି ପାରିଥାଏ।
-ମନୀଷା ମହାଲିକ, ଶିକ୍ଷୟିତ୍ରୀ
ଧାମରାଇ ହାଇସ୍କୁଲ, ନରସିଂହପୁର, ଧାମରା, ଭଦ୍ରକ
ଶୀଘ୍ର ଉଠି ରୋଷେଇ କରେ
ମୋ ସାନ ଝିଅ ଟିକେ ଛୋଟ ହୋଇଥିବାରୁ ମତେ ତା’ପାଇଁ ଅଧିକ ସମୟ ଦେବାକୁ ପଡେ। ସେଥିପାଇଁ ସିଏ ଉଠିବା ପୂର୍ବରୁ ମୁଁ ଉଠି ଘରର ପ୍ରାୟ ଅଧା କାମ କରି ଦେଇଥାଏ। ତେଣୁ ସେ ଉଠିବା ବେଳକୁ ତା’ର ଖାଇବା ପିଇବା ଓ ଅନ୍ୟ କାମ ସବୁ କରି ମୁଁ ୯ଟା ବେଳକୁ ହସ୍‌ପିଟାଲରେ ପହଞ୍ଚିଥାଏ। ତା’ ଛଡା ଶାଶୁ, ଶ୍ୱଶୁରଙ୍କ ପାଇଁ ରୋଷେଇ ଓ ଟିଫିନ ବି କରିଥାଏ। ତେଣୁ ସକାଳୁ ଉଠିଲେ କ’ଣ ସବୁ କରିବି ସେଥିପାଇଁ ମୁଁ ପୂର୍ବ ଦିନ ରାତିରୁ ହିଁ ଭାବି ରଖିଥାଏ।
-ଇତିଶ୍ରୀ ଛାଟୋଇ, ନର୍ସ, ଶ୍ରୀ ହସ୍ପିଟାଲ୍‌, ଲୁଇସ୍‌ ରୋଡ୍‌, ଭୁବନେଶ୍ୱର
ଛୁଟିଦିନରେ ସବୁ ଆଗୁଆ କରେ
ଛୋଟ ଛୁଆକୁ ପୁଣି ବ୍ୟାଙ୍କ ଚାକିରି। ଏଥିପାଇଁ ମତେ ସବୁ କାମ ଆଡଭାନ୍ସ କରିବାକୁ ହୁଏ। ଅବଶ୍ୟ ମା’ ମତେ ବହୁତ ସାହାଯ୍ୟ କରନ୍ତି। ମୋ ଛୋଟ ପୁଅର ପ୍ରାୟ ସବୁ କାମ ମାଆ ଓ ବାପା କରନ୍ତି। ମୁଁ ରୋଷେଇ ପାଇଁ ସବୁ କାମ କରି ଶୀଘ୍ର ବାହାରିଯାଏ। ତେବେ ଛୁଟି ଦିନରେ ହିଁ ମୁଁ ଅଧିକାଂଶ କାମ ଯେପରି କି ରୋଷେଇ ଘର ସଜାଡ଼ିବା, ରାଶନ ସାମଗ୍ରୀ ଆଣିବା ଆଦି ସବୁ ତାଲିକା ପ୍ରସ୍ତୁତ କରି ଦେଇଥାଏ। -ଦେବେନ୍ମିତା ଦାସ
ବ୍ୟାଙ୍କ ଅଫିସର, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ମୁଶାଡିହ, ପାରାଦୀପ


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri