କାଳ କୋଠରିରେ ବ୍ୟୁଟି କୁଇନ୍‌

ମେକ୍ସିକୋ ସିଟି,୧୩ା୬: ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ସତ କି? ତୁମେ ଡ୍ରଗ୍ସ କିଙ୍ଗ୍‌ଙ୍କୁ ଜେଲରୁ ଫେରାର ହେବାରେ ସାହାଯ୍ୟ କରିଥିଲ କି ବୋଲି ଫେଡେରାଲ କୋର୍ଟରେ ବିଚାରପତି ପ୍ରଶ୍ନ କରିଥିଲେ। ଜେଲର ଗ୍ରୀନ୍‌ ୟୁନିଫର୍ମ ପିନ୍ଧି କାଠଗଡ଼ାରେ ଛିଡ଼ା ହୋଇଥିବା ୩୧ ବର୍ଷୀୟା ସୁନ୍ଦରୀ ଜଣକ ଟ୍ରାନ୍ସଲେଟରଙ୍କ ଜରିଆରେ ଉତ୍ତର ଦେଇଥିଲେ ‘ହଁ’।
ଓଠରେ ଲାଲ୍‌ ଲିପ୍‌ଷ୍ଟିକ୍‌, ବେକରେ ହୀରା ଅଳଙ୍କାର ଓ ଦେହରେ ଟାଇଟ୍‌ ଫିଟିଙ୍ଗ୍‌ ଜିନ୍ସ। ଉତ୍ତର-ଆମେରିକୀୟ ରାଷ୍ଟ୍ର ମେକ୍ସିକୋରେ ଡ୍ରଗ୍ସ କିଙ୍ଗ୍‌ପିନ୍‌ଙ୍କ ଏଭଳି ବେଶଧାରୀ ପ୍ରେମିକାଙ୍କୁ ‘ବ୍ୟୁକୋନା’ କୁହାଯାଏ। କୁଖ୍ୟାତ୍‌ ଡ୍ରଗ୍ସ ମାଫିଆ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମା କୋରୋନେଲ ଏସ୍‌ପୁରୋ ମଧ୍ୟ ଜଣେ ବ୍ୟୁକୋନା। ସେ ନ୍ୟୁୟର୍କରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଡ୍ରଗ୍ସ ମାଫିଆଙ୍କ ସ୍ତ୍ରୀ ହିସାବରେ ଏହାକୁ ତାଙ୍କର ଫାଇଦା ବୋଲି କୁହାଯାଇପାରେ। ସେହି ଡ୍ରଗ୍ସ ମାଫିଆଙ୍କ ପ୍ରତି ନିଜ ଆନୁଗତ୍ୟ ଯୋଗୁ ଏବେ ଏହି ୩୧ ବର୍ଷୀୟା ବ୍ୟୁଟି କୁଇନ କାଳ କୋଠାରିରେ ବନ୍ଦୀ।
ତାଙ୍କୁ ହୁଏତ କାରାଗାରରେ ଆଜୀବନ ରହିବାକୁ ପଡ଼ିପାରେ। ଏସ୍‌ପୁରୋଙ୍କ ବ୍ୟକ୍ତିଗତ ଜୀବନ କାହାଣୀରୁ ଡ୍ରଗ୍ସ କାର୍ଟେଲର ରହସ୍ୟମୟ ଦୁନିଆ ଏବଂ ସେଥିରେ ସାମିଲ ଥିବା ମହିଳାମାନଙ୍କ ସମ୍ପର୍କରେ ଅନେକ ଗହନ କଥା ଜାଣିବାକୁ ମିଳେ।
ଏଲ୍‌ ଚାପୋ ହତ୍ୟା, ମନି ଲଣ୍ଡରିଂ, ଡ୍ରଗ୍ସ ଚାଲାଣ, ର଼୍ୟାକେଟିୟରିଂ ଓ ସଙ୍ଗଠିତ ଅପରାଧ ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କଲୋରାଡୋସ୍ଥିତ ଏଡିଏକ୍ସ ଫ୍ଲୋରେନ୍ସ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ଅଧିକାରୀଙ୍କ ମତରେ ଏସ୍‌ପୁରୋ କୋକେନ ଡିଷ୍ଟ୍ରିବ୍ୟୁଶନ ଷଡ଼ଯନ୍ତ୍ର ରଚିଥିଲେ। ୨୦୧୫ରେ ମେକ୍ସିକୋ ଜେଲରୁ ସ୍ବାମୀଙ୍କୁ ଖସାଇବା ଯୋଜନାରେ ସେ ସହଯୋଗ କରିଥିଲେ। ଗତ ଫେବୃୟାରୀ ୨୨ରେ ଏସ୍‌ପୁରୋଙ୍କୁ ଭର୍ଜିନିଆର ଡୁଲେସ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଥିଲା। ସିନାଲୋଆ କାର୍ଟେଲ ଚଳାଇବାରେ ଡ୍ରଗ୍ସ ଲର୍ଡ ସ୍ବାମୀଙ୍କୁ ସହଯୋଗ ଅଭିଯୋଗ ଜୁନ ୧୦ରେ ତାଙ୍କ ବିରୋଧରେ ପ୍ରମାଣିତ ହୋଇଛି। ସବୁଜ ରଙ୍ଗର ଜେଲ ୟୁନିଫର୍ମ ପିନ୍ଧି କୋର୍ଟରୁମ୍‌କୁ ଆସିଥିବା ଏସ୍‌ପୁରୋ ନିଜେ ମଧ୍ୟ ଦୋଷ ସ୍ବୀକାର କରିଛନ୍ତି। ତାଙ୍କୁ ମଧ୍ୟ ସ୍ବାମୀଙ୍କ ଭଳି ଆଜୀବନ କାରାଦଣ୍ଡ ହୋଇପାରେ। କଲମ୍ବିଆ ଡିଷ୍ଟ୍ରିକ୍ଟ କୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ରେ ଦଣ୍ଡବିଧାନ କରିବେ। ୨୦୧୯ରେ ସ୍ବାମୀଙ୍କ ମାମଲାର ଶୁଣାଣିବେଳେ ଏସ୍‌ପୁରୋଙ୍କୁ ପ୍ରାୟତଃ ଦାମୀ ଅଳଙ୍କାର ଓ ଆକର୍ଷଣୀୟ ଘଣ୍ଟା ପିନ୍ଧି କୋର୍ଟରୁମ୍‌ରେ ବସିଥିବା ଦେଖିବାକୁ ମିଳୁଥିଲା। ସେତେବେଳେ ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ସବୁଠି ଚାଲିଥିଲା। ଡ୍ରଗ୍ସ ଦୁନିଆ ଉପରେ ନଜର ରଖୁଥିବା ବିଶ୍ଳେଷକଙ୍କ ମତରେ ଏସ୍‌ପୁରୋ ଜଣେ ପବ୍ଲିକ ଫିଗର ତଥା ବିଜ୍‌ନେସ ଓମ୍ୟାନ।
୧୯୮୯ ଜୁଲାଇ ୩ରେ ଆମେରିକାର କାଲିଫର୍ନିଆସ୍ଥିତ ସାନ୍‌ ଫ୍ରାନ୍‌ସିସ୍କୋରେ ଏମା ମୋଡେଷ୍ଟା କୋରୋନେଲ ଏସ୍‌ପୁରୋଙ୍କ ଜନ୍ମ। ଜର୍ନାଲିଜମ୍‌ ପାଠ ପଢ଼ିଛନ୍ତି। ସେ ଉଭୟ ଆମେରିକା ଓ ମେକ୍ସିକୋର ଦ୍ୱୈତ ନାଗରିକତ୍ୱ ଗ୍ରହଣ କରିଛନ୍ତି। ୨୦୦୭ରେ ମେକ୍ସିକୋର ‘କଫି ଆଣ୍ଡ ଗୁଆଭା ଫେଷ୍ଟିଭାଲ’ରେ ବ୍ୟୁଟି ପିଜେଣ୍ଟ ମୁକୁଟ ପିନ୍ଧିଥିବା ୧୭ ବର୍ଷୀୟା ସୁନ୍ଦରୀଙ୍କୁ ଭେଟିବାକୁ ଯାଇଥିଲେ ୪୯ ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ବେପାରୀ ଜୋଆକ୍ୱିନ ଆର୍ଚିଭାଲ୍ଡୋ ଗୁଜ୍‌ମ୍ୟାନ୍‌ ଲୋଏରା ଓରଫ ‘ଏଲ୍‌ ଚାପୋ’। ପ୍ରଥମ ଦେଖାରେ ମନ ଦିଆନିଆ, ତା’ପରେ ବିବାହ। ଏଲ୍‌ ଚାପୋ ଓ ଏସ୍‌ପୁରୋଙ୍କ ଦୁଇ ଯାଆଁଳା ଝିଅ ଅଛନ୍ତି, ନାମ ମାରିୟା ଖ୍ବାକିନା ଏବଂ ଏମାଲି। ଏସ୍‌ପୁରୋଙ୍କ ବାପା ଆଇନେସ୍‌ କୋରୋନେଲ୍‌ ବାରେରାସ୍‌ ୨୦୧୩ରେ ଗିରଫ ହେବା ପର୍ଯ୍ୟନ୍ତ ଏଲ୍‌ ଚାପୋଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଉତ୍ତରପଶ୍ଚିମ ମେକ୍ସିକୋସ୍ଥିତ ସିନାଲୋଆ ରାଜ୍ୟର ଏକ ଗରିବ ପରିବାରରୁ ଆସିଥିବା ଏଲ୍‌ ଚାପୋ ପ୍ରଥମେ ଗଞ୍ଜେଇ ଚାଷ କରିଥିଲେ। ପରେ ତାଙ୍କ ବହୁ କୋଟି ଡଲାରର କଳା ସାମ୍ରାଜ୍ୟ ଏଭଳି ହଟଚମଟ ସୃଷ୍ଟି କରିଥିଲା ଯେ ସେ ୨୦୦୯ରେ ପ୍ରଖ୍ୟାତ ପତ୍ରିକା ଫୋର୍ବସ୍‌ର ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧ ବିଲିୟନ୍‌ ଡଲାର ବୋଲି ଆକଳନ କରାଯାଇଥିଲା। ଏଲ୍‌ ଚାପୋ ସିନାଲୋଆ କାର୍ଟେଲ ଚଳାଇବାବେଳେ ତାଙ୍କୁ କିଏ ଭେଟିପାରିବେ ତାହା ଏସ୍‌ପୁରୋ ସ୍ଥିର କରୁଥିଲେ। ଡ୍ରଗ୍ସ ଚାଲାଣକାରୀଙ୍କ ସ୍ତ୍ରୀମାନଙ୍କୁ ‘ଅତି କାମୁକ’ ମହିଳା ବିବେଚନା କରାଯାଏ, ଯାହାଙ୍କ ପାଖରେ କିଛି କାମ ନ ଥାଏ। କିନ୍ତୁ ଏସ୍‌ପୁରୋ ଭିନ୍ନ ଥିଲେ। ମହିଳାମାନେ ମଧ୍ୟ ନିଜ ହାତକୁ କ୍ଷମତା ନେଇପାରନ୍ତି ବୋଲି ସେ ପ୍ରମାଣିତ କରିଥିଲେ। କିନ୍ତୁ ଏକ ଡ୍ରଗ୍ସ କାର୍ଟେଲରେ କ୍ଷମତା ହାସଲ କରିବା କେତେ ବିପଜ୍ଜନକ ବ୍ୟାପାର ତାହା ସେ ଏବେ ଅନୁଭବ କରିପାରୁଛନ୍ତି। ଏସ୍‌ପୁରୋଙ୍କ କର୍ମ ତାଙ୍କୁ ଭର୍ଜିନିଆର ଆଲେକ୍‌ଜାଣ୍ଡ୍ରିଆ ସହରସ୍ଥିତ ୱିଲିୟମ୍‌ ଟ୍ରସ୍‌ଡେଲ୍‌ ଆଡଲ୍ଟ ଡେଷ୍ଟିନେଶନ କାରାଗାରକୁ ଟାଣିନେଇଛି। ଏକାନ୍ତ କାରାବାସ ପାଇଁ ଉଦ୍ଦିଷ୍ଟ ଛୋଟ କୋଠାରିଟିର ଝରକାଗୁଡ଼ିକୁ ଆୟତାକାର ଆକାରରେ କାଟି ତା’ ମଧ୍ୟରେ ଏକ ଲାଲ ଇଟା ଗଳିବା ଭଳି ଜାଗା ଛଡ଼ାଯାଇଛି। ସେଠି ସେ ରୋମାଣ୍ଟିକ୍‌ ଉପନ୍ୟାସ ପଢ଼ି ସମୟ ବିତାଉଛନ୍ତି। ତାଙ୍କ ଓକିଲ ମେରିଏଲ୍‌ କୋଲୋନ ମିରୋ କହିଛନ୍ତି, ଏସ୍‌ପୁରୋଙ୍କ ଆଜିର ଜୀବନ ଓ ଅବସ୍ଥା ତାଙ୍କ ପୂର୍ବ ଜୀବନଠାରୁ ସମ୍ପୂର୍ଣ୍ଣ ଓଲଟା। କିଛି ମାସ ତଳେ ସେ ‘ଅଲ୍‌ ଚାପୋ ଗୁଜ୍‌ମ୍ୟାନ’ ନାମରେ ଏକ କପଡ଼ା ବ୍ରାଣ୍ଡ ଆରମ୍ଭ କରିବାକୁ ଯୋଜନା କରିଥିଲେ। ମେକ୍ସିକୋରେ ଏହି ଯୋଡ଼ିଙ୍କୁ ଷ୍ଟାଇଲ୍‌ ଆଇକନ ବିବେଚନା କରାଯାଏ। ତାଙ୍କ ଝିଅ ମଧ୍ୟ ନିଜ ପିତାଙ୍କ ନାଁ ବ୍ୟବହାର କରି ଏକ ଫ୍ୟାଶନ ଇଣ୍ଡଷ୍ଟ୍ରି ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri