ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍‌ପି

ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ ନାହାନ୍ତି। ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସମୀକ୍ଷା ହେବାରୁ ବିହାରର ନୀତୀଶ କୁମାରଙ୍କ ସରକାର ୫,୫୦୦ ମୃତ୍ୟୁସଂଖ୍ୟା ବଢ଼ାଇଥିଲେ। ସେହିପରି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାର ମଧ୍ୟ ପୂର୍ବ ମୃତ୍ୟୁ ତଥ୍ୟରେ ଆଉ ୧,୫୨୨ ମୃତକଙ୍କ ନାଁ ଯୋଡ଼ିଛନ୍ତି। ଏହାକୁ ଦେଖିଲେ ଉକ୍ତ ଅଭିଯୋଗ ଭିତ୍ତିହୀନ ନୁହେଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏବେ ମଧ୍ୟପ୍ରଦେଶ ମଧ୍ୟ ବିପୁଳ ସଂଖ୍ୟାରେ କୋଭିଡ୍‌ ମୃତକଙ୍କ ତଥ୍ୟ ଲୁଚାଇଛି। ସରକାର ଦେଇଥିବା ତଥ୍ୟଠାରୁ ପ୍ରକୃତ ସଂଖ୍ୟା ୩ ଗୁଣ ଟପିଯିବ ବୋଲି କୁହାଯାଉଛି।
ମହାମାରୀର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ଘାତକ ହୋଇଛି। ସାରା ଦେଶରେ ମୃତ୍ୟୁସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଇଥିଲେ ହେଁ ପ୍ରକୃତ ସଂଖ୍ୟା ସାମ୍‌ନାକୁ ଅଣାଯାଉନାହିଁ। ତଥ୍ୟ ଲୁଚାଇବାକୁ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ନିକଟରେ ବିହାର ଓ ମହାରାଷ୍ଟ୍ର ପରି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ମଧ୍ୟ ପ୍ରକୃତ ମୃତ୍ୟୁସଂଖ୍ୟାକୁ ଚାପି ରଖିଛନ୍ତି। ସରକାରୀ ରେକର୍ଡ ତୁଳନାରେ କରୋନା ମୃତ୍ୟୁ ପାଖାପାଖି ୩ ଗୁଣରୁ ଅଧିକ ରହିଥିବା ବିଭିନ୍ନ ରିପୋର୍ଟ କହୁଛି। ସିଭିଲ ରେଜିଷ୍ଟ୍ରେଶନ ସିଷ୍ଟମ୍‌ ଡାଟା କହୁଛି, କୋଭିଡ୍‌ ପୂର୍ବବର୍ତ୍ତୀ ସମୟରେ ୨୦୧୮ ଓ ୨୦୧୯ ଏପ୍ରିଲ ଏବଂ ମେ’ ମାସ ମଧ୍ୟରେ ମଧ୍ୟପ୍ରଦେଶରେ ମୋଟ ୫୯ ହଜାର ମୃତ୍ୟୁ ରେକର୍ଡ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏପ୍ରିଲ ଏବଂ ମେ’ରେ ରାଜ୍ୟରେ ଏହି ସଂଖ୍ୟା ୨.୩ ଲକ୍ଷ ରହିଛି ଯାହକି, ହାରାହାରି ମୃତ୍ୟୁସଂଖ୍ୟାର ୨୯୦ ପ୍ରତିଶତ। ଏହି ସମୟରେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା। କେବଳ ମେ’ରେ ଅତିରିକ୍ତ ୧.୭୪ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ତେଣୁ ଅତିରିକ୍ତ ମୃତ୍ୟୁ ଯେ କରୋନାଜନିତ, ଏହାକୁ ଏଡ଼ାଇ ଦିଆଯାଇ ନ ପାରେ। ସରକାରୀ ତଥ୍ୟ କହୁଛି, ମଧ୍ୟପ୍ରଦେଶରେ ଚଳିତ ବର୍ଷ ଏପ୍ରିଲ ଏବଂ ମେ’ରେ କେବଳ ୪,୧୦୦ ଲୋକଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଛି। ଭୂତାଣୁ କବଳରେ ମୋଟ ୮,୫୧୦ ଜଣଙ୍କ ଜୀବନ ଯାଇଛି। ହେଲେ ଏହି ସଂଖ୍ୟା ସନ୍ଦେହ ଘେରରେ। ଶବଦାହ ଗଣନା ଅନୁସାରେ କେବଳ ଭୋପାଳ ଜିଲାରେ ଗତ ଏପ୍ରିଲରେ ୩,୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବାବେଳେ ସରକାର କିନ୍ତୁ ଏହି ସଂଖ୍ୟା ୧୦୪ ବୋଲି ଦର୍ଶାଇଛନ୍ତି।
ପୂର୍ବରୁ ମୃତ୍ୟୁସଂଖ୍ୟା ୩,୯୫୧ ବୋଲି ଦର୍ଶାଯାଇଥିଲା। ସମୀକ୍ଷା କରାଯିବା ପରେ ସେଠାରେ ୯,୪୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଥିଲା। ଗୁଜରାଟରେ ମଧ୍ୟ ସମାନ ସ୍ଥିତି। ଗତ ମାର୍ଚ୍ଚ ୧ରୁ ମେ ୧୦ ମଧ୍ୟରେ ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା ୪,୨୧୮ ଦେଖାଇଥିବାବେଳେ ୧,୨୩,୮୭୧ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଥିବା ଜଣାପଡ଼ିଥିଲା। ଗତ ବର୍ଷ ଏହି ସମୟ ମଧ୍ୟରେ ଜାରି ହୋଇଥିବା ମୃତ୍ୟୁ ପ୍ରମାଣପତ୍ରଠାରୁ ଏହା ୬୫,୭୮୧ ଅଧିକ।

‘କୋଭିଡ୍‌ ମୃତ୍ୟୁର ଅଡିଟ୍‌ ଜରୁରୀ’

ବିଭିନ୍ନ ହସ୍ପିଟାଲ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା କୋଭିଡ୍‌ ଜନିତ ମୃତ୍ୟୁର ଭୁଲ୍‌ ତଥ୍ୟ ମହାମାରୀ ମୁକାବିଲାରେ ରଣନୀତି ପ୍ରସ୍ତୁତରେ ସହାୟକ ହୋଇ ନ ପାରେ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି। ଠିକ୍‌ ତଥ୍ୟ ପାଇଁ କୋଭିଡ୍‌ ମୃତ୍ୟୁର ଅଡିଟ୍‌ କରାଯିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ବିଭିନ୍ନ ରାଜ୍ୟ ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା କମ୍‌ ଦେଖାଉଥିବା ନେଇ ଖବର ପ୍ରକାଶ ପାଇବା ସହ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ଡ. ଗୁଲେରିଆ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜଣେ ହୃଦ୍‌ଘାତରେ ପ୍ରାଣ ହରାଇଲେ ମଧ୍ୟ ଯଦି ତାଙ୍କୁ ପୂର୍ବରୁ କରୋନା ହୋଇଥିବ ତେବେ ହୃଦ୍‌ଘାତର କାରଣ କୋଭିଡ୍‌। ତେଣୁ ଏହି ମୃତ୍ୟୁକୁ କୋଭିଡ୍‌ ମୃତ୍ୟୁ ନୁହେଁ ନ କହି କୋଭିଡ୍‌ ସହ ସିଧାସଳଖ ଯୋଡ଼ାଯିବା ଆବଶ୍ୟକ ବୋଲି ଡ. ଗୁଲେରିଆ କହିଛନ୍ତି। ଜଣେ କରୋନାରେ ପ୍ରାଣ ହରାଇଛନ୍ତି କି ନାହିଁ ତାହା କିଏ ନିଷ୍ପତ୍ତି ନେବେ ବୋଲି ନିକଟରେ କେରଳ ବିଧାନସଭାରେ ବିତର୍କ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?