ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍‌ପି

ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ ନାହାନ୍ତି। ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସମୀକ୍ଷା ହେବାରୁ ବିହାରର ନୀତୀଶ କୁମାରଙ୍କ ସରକାର ୫,୫୦୦ ମୃତ୍ୟୁସଂଖ୍ୟା ବଢ଼ାଇଥିଲେ। ସେହିପରି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାର ମଧ୍ୟ ପୂର୍ବ ମୃତ୍ୟୁ ତଥ୍ୟରେ ଆଉ ୧,୫୨୨ ମୃତକଙ୍କ ନାଁ ଯୋଡ଼ିଛନ୍ତି। ଏହାକୁ ଦେଖିଲେ ଉକ୍ତ ଅଭିଯୋଗ ଭିତ୍ତିହୀନ ନୁହେଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏବେ ମଧ୍ୟପ୍ରଦେଶ ମଧ୍ୟ ବିପୁଳ ସଂଖ୍ୟାରେ କୋଭିଡ୍‌ ମୃତକଙ୍କ ତଥ୍ୟ ଲୁଚାଇଛି। ସରକାର ଦେଇଥିବା ତଥ୍ୟଠାରୁ ପ୍ରକୃତ ସଂଖ୍ୟା ୩ ଗୁଣ ଟପିଯିବ ବୋଲି କୁହାଯାଉଛି।
ମହାମାରୀର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ଘାତକ ହୋଇଛି। ସାରା ଦେଶରେ ମୃତ୍ୟୁସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଇଥିଲେ ହେଁ ପ୍ରକୃତ ସଂଖ୍ୟା ସାମ୍‌ନାକୁ ଅଣାଯାଉନାହିଁ। ତଥ୍ୟ ଲୁଚାଇବାକୁ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ନିକଟରେ ବିହାର ଓ ମହାରାଷ୍ଟ୍ର ପରି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ମଧ୍ୟ ପ୍ରକୃତ ମୃତ୍ୟୁସଂଖ୍ୟାକୁ ଚାପି ରଖିଛନ୍ତି। ସରକାରୀ ରେକର୍ଡ ତୁଳନାରେ କରୋନା ମୃତ୍ୟୁ ପାଖାପାଖି ୩ ଗୁଣରୁ ଅଧିକ ରହିଥିବା ବିଭିନ୍ନ ରିପୋର୍ଟ କହୁଛି। ସିଭିଲ ରେଜିଷ୍ଟ୍ରେଶନ ସିଷ୍ଟମ୍‌ ଡାଟା କହୁଛି, କୋଭିଡ୍‌ ପୂର୍ବବର୍ତ୍ତୀ ସମୟରେ ୨୦୧୮ ଓ ୨୦୧୯ ଏପ୍ରିଲ ଏବଂ ମେ’ ମାସ ମଧ୍ୟରେ ମଧ୍ୟପ୍ରଦେଶରେ ମୋଟ ୫୯ ହଜାର ମୃତ୍ୟୁ ରେକର୍ଡ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏପ୍ରିଲ ଏବଂ ମେ’ରେ ରାଜ୍ୟରେ ଏହି ସଂଖ୍ୟା ୨.୩ ଲକ୍ଷ ରହିଛି ଯାହକି, ହାରାହାରି ମୃତ୍ୟୁସଂଖ୍ୟାର ୨୯୦ ପ୍ରତିଶତ। ଏହି ସମୟରେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା। କେବଳ ମେ’ରେ ଅତିରିକ୍ତ ୧.୭୪ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ତେଣୁ ଅତିରିକ୍ତ ମୃତ୍ୟୁ ଯେ କରୋନାଜନିତ, ଏହାକୁ ଏଡ଼ାଇ ଦିଆଯାଇ ନ ପାରେ। ସରକାରୀ ତଥ୍ୟ କହୁଛି, ମଧ୍ୟପ୍ରଦେଶରେ ଚଳିତ ବର୍ଷ ଏପ୍ରିଲ ଏବଂ ମେ’ରେ କେବଳ ୪,୧୦୦ ଲୋକଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଛି। ଭୂତାଣୁ କବଳରେ ମୋଟ ୮,୫୧୦ ଜଣଙ୍କ ଜୀବନ ଯାଇଛି। ହେଲେ ଏହି ସଂଖ୍ୟା ସନ୍ଦେହ ଘେରରେ। ଶବଦାହ ଗଣନା ଅନୁସାରେ କେବଳ ଭୋପାଳ ଜିଲାରେ ଗତ ଏପ୍ରିଲରେ ୩,୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବାବେଳେ ସରକାର କିନ୍ତୁ ଏହି ସଂଖ୍ୟା ୧୦୪ ବୋଲି ଦର୍ଶାଇଛନ୍ତି।
ପୂର୍ବରୁ ମୃତ୍ୟୁସଂଖ୍ୟା ୩,୯୫୧ ବୋଲି ଦର୍ଶାଯାଇଥିଲା। ସମୀକ୍ଷା କରାଯିବା ପରେ ସେଠାରେ ୯,୪୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଥିଲା। ଗୁଜରାଟରେ ମଧ୍ୟ ସମାନ ସ୍ଥିତି। ଗତ ମାର୍ଚ୍ଚ ୧ରୁ ମେ ୧୦ ମଧ୍ୟରେ ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା ୪,୨୧୮ ଦେଖାଇଥିବାବେଳେ ୧,୨୩,୮୭୧ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଥିବା ଜଣାପଡ଼ିଥିଲା। ଗତ ବର୍ଷ ଏହି ସମୟ ମଧ୍ୟରେ ଜାରି ହୋଇଥିବା ମୃତ୍ୟୁ ପ୍ରମାଣପତ୍ରଠାରୁ ଏହା ୬୫,୭୮୧ ଅଧିକ।

‘କୋଭିଡ୍‌ ମୃତ୍ୟୁର ଅଡିଟ୍‌ ଜରୁରୀ’

ବିଭିନ୍ନ ହସ୍ପିଟାଲ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା କୋଭିଡ୍‌ ଜନିତ ମୃତ୍ୟୁର ଭୁଲ୍‌ ତଥ୍ୟ ମହାମାରୀ ମୁକାବିଲାରେ ରଣନୀତି ପ୍ରସ୍ତୁତରେ ସହାୟକ ହୋଇ ନ ପାରେ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି। ଠିକ୍‌ ତଥ୍ୟ ପାଇଁ କୋଭିଡ୍‌ ମୃତ୍ୟୁର ଅଡିଟ୍‌ କରାଯିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ବିଭିନ୍ନ ରାଜ୍ୟ ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା କମ୍‌ ଦେଖାଉଥିବା ନେଇ ଖବର ପ୍ରକାଶ ପାଇବା ସହ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ଡ. ଗୁଲେରିଆ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜଣେ ହୃଦ୍‌ଘାତରେ ପ୍ରାଣ ହରାଇଲେ ମଧ୍ୟ ଯଦି ତାଙ୍କୁ ପୂର୍ବରୁ କରୋନା ହୋଇଥିବ ତେବେ ହୃଦ୍‌ଘାତର କାରଣ କୋଭିଡ୍‌। ତେଣୁ ଏହି ମୃତ୍ୟୁକୁ କୋଭିଡ୍‌ ମୃତ୍ୟୁ ନୁହେଁ ନ କହି କୋଭିଡ୍‌ ସହ ସିଧାସଳଖ ଯୋଡ଼ାଯିବା ଆବଶ୍ୟକ ବୋଲି ଡ. ଗୁଲେରିଆ କହିଛନ୍ତି। ଜଣେ କରୋନାରେ ପ୍ରାଣ ହରାଇଛନ୍ତି କି ନାହିଁ ତାହା କିଏ ନିଷ୍ପତ୍ତି ନେବେ ବୋଲି ନିକଟରେ କେରଳ ବିଧାନସଭାରେ ବିତର୍କ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri