ସୁନ୍ଦରୀ ସ୍ତ୍ରୀ, ୧ ବିଲିୟନ ଡଲାର

କାମ୍ପାଲା,୧୩ା୪: ଉଗାଣ୍ଡା ସେନାମୁଖ୍ୟ ଜେନେରାଲ ମୁହୁଜି କେଇନେରୁଗାବା ତୁର୍କୀ ନିକଟରେ ୨ଟି ବିଚିତ୍ର ଦାବି କରିଛନ୍ତି। ତାଙ୍କର ପ୍ରଥମ ଦାବି ହେଲା ସୋମାଲିଆର ଆତଙ୍କବାଦୀଙ୍କ ବିରୋଧରେ ଦୀର୍ଘବର୍ଷ ଧରି ଲଢ଼େଇ କରିଆସିଥିବା ଉଗାଣ୍ଡାକୁ ସାମରିକ ଅବଦାନ ପାଇଁ ୧ ବିଲିୟନ ଡଲାର ପ୍ରଦାନ କରାଯାଉ ଏବଂ ଦ୍ୱିତୀୟ ଦାବି ହେଲା ତାଙ୍କ ସହ ବିବାହ ପାଇଁ ଦେଶର ସବୁଠୁ ସୁନ୍ଦରୀ ମହିଳାଙ୍କୁ ହସ୍ତାନ୍ତର କରାଯାଉ। ତାଙ୍କର ଏଭଳି ଦାବି ପରିହାସର ଖୋରାକ ଯୋଗାଇଛି। ତେବେ କେଇନେରୁଗାବାଙ୍କ ଏଭଳି ବିଚିତ୍ର ଦାବି ନୂଆ ନୁହେଁ। ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ବିବାହ କରିବା ବଦଳରେ ସେ ୨୦୨୨ରେ ଇଟାଲୀକୁ ୧୦୦ ଗାଈ ଯାଚିଥିଲେ।

Dharitri – Odisha’s No.1 Odia Daily

Share