ସୁନ୍ଦର ହସ୍ତାକ୍ଷର, ସ୍ୱତନ୍ତ୍ର ପରିଚୟ

ଆମ ପିଲାବେଳେ ବିଦ୍ୟାଳୟରେ ପଢୁଥିବା ବେଳେ ଦୁଇଗୋଟି ହସ୍ତାକ୍ଷର ଖାତା ଲେଖୁଥିଲୁ। ପ୍ରଥମଟି ନିଜ ମାତୃଭାଷା ଏବଂ ଦ୍ୱିତୀୟଟି ଇଂରାଜୀ ଭାଷା ଥିଲା। ପ୍ରତ୍ୟେକ ଶ୍ରେଣୀର ପ୍ରଥମ ପିରିୟଡରେ ଶ୍ରେଣୀ ଶିକ୍ଷକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇବା ପରେ ଟେବୁଲ ଉପରେ ଥାକ ଥାକ ହୋଇ ସୁନ୍ଦର ଭାବେ ରଖାଯାଇଥିବା ହସ୍ତାକ୍ଷର ଖାତାଗୁଡ଼ିକୁ ଦେଖନ୍ତି। ଯେଉଁମାନଙ୍କର ଅକ୍ଷର ସୁନ୍ଦର ନ ଥାଏ କିମ୍ବା ଧାଡ଼ି ବଙ୍କା ଥାଏ ଶବ୍ଦକୁ ଶବ୍ଦ ଠିକ୍‌ ଦୂରତ୍ୱ ରହି ନ ଥାଏ, ସେମାନଙ୍କୁ ପାଖକୁ ଡାକି ତାଗିଦ୍‌ କରିବା ସହ ଆବଶ୍ୟକ ପଡ଼ିଲେ ବେତରେ ଦୁଇପାହାର ଦେଇ ବୁଝାଇ କଳାପଟାରେ ଲେଖାଉଥିଲେ। ସବୁଠାରୁ ସୁନ୍ଦର ହସ୍ତାକ୍ଷର ଲେଖାଥିବା ଖାତାଟି ଯେଉଁ ପିଲାମାନଙ୍କର ଥାଏ, ସେମାନଙ୍କୁ ଗୁଡ୍‌ ଲେଖି ଖାତାରେ ଦସ୍ତଖତ କରୁଥିଲେ। ହସ୍ତାକ୍ଷର ବଡ଼ ଆକର୍ଷଣ ଥିଲା, ପ୍ରଥମ ଧାଡିଟିର ଉପଦେଶମୂଳକ କଥା ପ୍ରଚଳିତ ପୁରାଣ ଶାସ୍ତ୍ରାଦିରୁ ଉଦ୍ଧୃୃତ ହୋଇଥିବାରୁ କିମ୍ବା ମହାପୁରୁଷମାନଙ୍କ ନିତିବାଣୀରୁ କିଛି ଆମେ ନିତିଦିନ ହସ୍ତାକ୍ଷର ଲେଖି ସ୍ମରଣ କରୁଥିଲୁ। ଇଂଲିଶ ହସ୍ତାକ୍ଷରରେ ବହୁ ପାଶ୍ଚାତ୍ୟ ଦାର୍ଶନିକଙ୍କ ମହତ୍‌ବାଣୀ ଏବଂ ପ୍ରବଚନ ଥିବା ହସ୍ତାକ୍ଷର ଖାତାଗୁଡ଼ିକ ବଜାରରେ ଉପଲବ୍ଧ ଥିଲା। ଛାତ୍ରୀଛାତ୍ରଙ୍କ ସଂସ୍କାର ଓ ଶୃଙ୍ଖଳା ପାଇଁ ଏହି ସବୁ ମହତ୍‌ବାଣୀଗୁଡ଼ିକ ବେଶ୍‌ ମହତ୍ତ୍ୱ ଥିଲା। କିନ୍ତୁ ଆଜିକାର ପ୍ରାୟ ସରକାରୀ ବେସରକାରୀ ବିଦ୍ୟାଳୟରେ ହସ୍ତାକ୍ଷର ଖାତା ଆଉ ପ୍ରାୟ ପ୍ରଚଳିତ ହେଉ ନାହିଁ। ଏପରି କି ବିଦ୍ୟାଳୟ ଶ୍ରେଣୀ ଶିକ୍ଷକମାନଙ୍କର ଏ ଦିଗରେ ମଧ୍ୟ କୌଣସି ତପତ୍ରତା ନାହିଁ। ପୂର୍ବରୁ ବିଦ୍ୟାଳୟ ଶ୍ରେଣୀ କକ୍ଷ କାନ୍ଥରେ ମହାପୁରୁଷମାନଙ୍କ ନିତିବାଣୀ ଲେଖାଯାଉଥିଲା। ଦୁଃଖର କଥା ଆଜି ପ୍ରାୟ ବିଦ୍ୟାଳୟଗୁଡ଼ିକରେ ଏ ସବୁ ଆଉ ଦୃଶ୍ୟ ହେଉନାହିଁ। ବୌଦ୍ଧିକ ପରିବେଶ ଲୁଚିଯାଉଛି। ଭାରତ ସମ୍ବିଧାନର ଲିଖିତ ମୁଖବନ୍ଧ ଏବଂ ସମସ୍ତ ଧାରା ପ୍ରେମ ବିହାରୀ ନରେନ ରାଇଜଡ଼ା (ସାକ୍ସସେନା)ଙ୍କ ସ୍ବ-ହସ୍ତରେ ଲିଖିତ ହୋଇଅଛି। ଏହା ଆଜି ପର୍ଯ୍ୟନ୍ତ ସାମ୍ବିଧାନିକ ପ୍ରକୋଷ୍ଠରେ ରଖାଯାଇଅଛି ।
ଛାତ୍ରୀଛାତ୍ରମାନଙ୍କ ହସ୍ତାକ୍ଷର ଅଭ୍ୟାସ ଆଜିର ଇଣ୍ଟରନେଟ୍‌ ଯୁଗରେ ପ୍ରାୟ ଆଗ୍ରହ କମିଯାଉଛି। କାର୍ଯ୍ୟାଳୟମାନଙ୍କର ଯେପରି ଚିଠି, ନଥିପତ୍ର, ସେବାପୁସ୍ତିକା ବିବରଣୀ, ଗସ୍ତ ବିବରଣୀ ହାତରେ ଲେଖାଯାଉ ଥିଲା ତାହା ମଧ୍ୟ କମି ଗଲାଣି। ପୂର୍ବରୁ ବିଦ୍ୟାର୍ଥୀମାନେ ପଢୁଥିବା ସମସ୍ତ ବିଷୟର ନିଜ ହସ୍ତଲେଖା ନୋଟ୍‌ ପ୍ରସ୍ତୁତ କରୁଥିଲେ। ସୁନ୍ଦର ଅକ୍ଷର ସାଙ୍ଗକୁ ବିଭିନ୍ନ ରଙ୍ଗର ବିଜ୍ଞାନ, ଭୂଗୋଳ, ସାମାଜିକ ଜ୍ଞାନର ଚିତ୍ରଗୁଡ଼ିକ ବଡ଼ ଆକର୍ଷଣୀୟ ଥିଲା। ବର୍ତ୍ତମାନର ଇଣ୍ଟରନେଟ୍‌ ବହୁଳ ବ୍ୟବହାର ଏ ସବୁ ହସ୍ତଲେଖା କାର୍ଯ୍ୟକୁ ଦୂରେଇ ଦେଉଛି।
ସୁନ୍ଦର ହସ୍ତାକ୍ଷରରୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥାଏ। ଏହା ଏକ ସ୍ବତନ୍ତ୍ର ଦକ୍ଷତା ବୋଲି ଧରାଯାଏ। ଗାନ୍ଧିଜୀଙ୍କ ହସ୍ତାକ୍ଷର ସୁନ୍ଦର ନ ଥିବାରୁ ସେ ଦୁଃଖିତ ଥିଲେ। ବହୁ ବିଦ୍ୟାର୍ଥୀ ଭଲପାଠ ପଢ଼ିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କିଛି ସୁନ୍ଦର ହସ୍ତାକ୍ଷର ନ ଥାଏ। ପରୀକ୍ଷା ମୂଲ୍ୟାଙ୍କନ ସମୟରେ ସୁନ୍ଦର ଅକ୍ଷର ଥିବା ଠିକ୍‌ ଉତ୍ତର ଖାତାଗୁଡ଼ିକ ଶିକ୍ଷକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଥିପାଇଁ ଭଲ ମୂଲ୍ୟାଙ୍କନ ଦିଗରେ ମଧ୍ୟ ଶିକ୍ଷକଙ୍କର ବିଶେଷ ଆଗ୍ରହ ରୁହେ। ଠିକ୍‌ ଉତ୍ତର ଲେଖି ମଧ୍ୟ ହସ୍ତାକ୍ଷର ଭଲ ହୋଇ ନ ଥିଲେ କିମ୍ବା ସ୍ପଷ୍ଟ ପଢ଼ି ହୋଇ ନ ଥିଲେ ମୂଲ୍ୟାଙ୍କନରେ କମ୍‌ ନମ୍ବର ପାଇଥାନ୍ତି। ନେପାଳରେ ରହୁଥିବା ପ୍ରକୃତି ମଲ୍ଲା ନାମକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବିଶ୍ୱରେ ସର୍ବଶ୍ରେଷ୍ଠ ସୁନ୍ଦର ହସ୍ତାକ୍ଷର ଭାବେ ୨୦୧୮ରେ ପୁରସ୍କୃତ ହୋଇଥିଲେ। ପୁନର୍ବାର ୨୦୨୨ରେ ନେପାଳସ୍ଥିତ ସଂଯୁକ୍ତ ଆରବ ରାଷ୍ଟ୍ର ଦୂତାବାସ ଛାତ୍ରୀ ପ୍ରକୃତି ମଲ୍ଲାଙ୍କୁ ସୁନ୍ଦର ହସ୍ତାକ୍ଷର ପାଇଁ ‘ସ୍ପିରିଟ୍‌ ଅଫ୍‌ ଦି ୟୁନିୟନ’ ଅବସରରେ ସମ୍ମାନିତ କରାଇଥିଲା। ସେହିପରି ଅନମାନିଆ ବିଜୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଚେମ୍ପରି କନ୍ନରର ନିର୍ମଳ ହାଇୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢୁଥିଲେ। ୨୦୨୧ରେ ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦର ହସ୍ତାକ୍ଷର ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ବାକ୍ୟ ଲେଖିବା ସମୟରେ ସୁନ୍ଦରତା ପାଇଁ କେତେକ ବିଶେଷ କୌଶଳକୁ ଧ୍ୟାନ ଦେବା ଉଚିତ। କେହି କେହି ଅକ୍ଷରଗୁଡ଼ିକୁ ବାମ ଆଡ଼କୁ ଢଳାଇ ଢଳାଇ ଲେଖିବାକୁ ପସନ୍ଦ କରିଥାନ୍ତି। ଅନ୍ୟମାନେ ଡାହାଣ ଆଡ଼କୁ ଢଳାଇ ଢଳାଇ ଲେଖିଥାନ୍ତି। ଏହିପରି ଭିନ୍ନ ଭିନ୍ନ ଆକୃତିରେ ସୁନ୍ଦର ଅକ୍ଷର ଲେଖି ବାକ୍ୟଗୁଡ଼ିକୁ ଆଖି ନ ଫେରିବା ପରି ଆକର୍ଷଣୀୟ କରିଥାନ୍ତି। ପ୍ରାଚୀନ ଶିଳା ଲିପିରେ ବିଭିନ୍ନ ଭାଷାରେ ଶିଳ୍ପୀମାନେ ଲେଖୁଥିଲେ। ଆଜିକାଲି ଇଣ୍ଟରନେଟ୍‌ ଯୁଗରେ ଚିଠି ହଜିଗଲାଣି। ତହସିଲ କାର୍ଯ୍ୟାଳୟର ଜମିପଟ୍ଟା, ଜମି କ୍ରୟ ବିକ୍ରୟ ଦଲିଲ, କେସ୍‌ ଫଏସଲା ବିବରଣୀ ଆଦି ସେମାନଙ୍କର କର୍ମଚାରୀମାନେ ଲେଖୁଥିଲେ। ସେ ଲେଖାଗୁଡ଼ିକ ପ୍ରାୟତଃ କମ୍‌ ବ୍ୟବହାର ହେଉଥିଲା। ବର୍ଷ ବର୍ଷ ଧରି ରହିଲେ ମଧ୍ୟ ଅକ୍ଷର ଲିଭିଯାଉ ନ ଥିଲା। ପୂର୍ବରୁ ଆମମାନଙ୍କ ଜାତକ ତାଳପତ୍ରରେ ଲେଖାଯାଉଥିଲା। ବର୍ତ୍ତମାନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ସବୁଠାରୁ ମଜ୍ଜାକଥା ହେଲା। ପୂର୍ବରୁ ଗାଁରେ ସାକ୍ଷରତା ହାର କମ୍‌ ଥିଲା। ଅଧିକାଂଶ ପରିବାରର ସଦସ୍ୟମାନେ ଲେଖାପଢ଼ା ଜାଣି ନ ଥିଲେ। ଗାଁରେ ଯେଉଁ କେତେଜଣ ପାଠ ପଢୁଆ ପୁଅ, ଝିଅ, ବୋହୂ ଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସୁନ୍ଦର ହସ୍ତାକ୍ଷର ଥିଲା ସେମାନଙ୍କୁ ଚିଠି ଲେଖିବା ପାଇଁ ବଡ଼ ଡାକରା ଥିଲା। ସୁନ୍ଦର ହାତଲେଖା ଚିଠିଟିର ଯେଉଁ ଆକର୍ଷଣ ଓ ଆତ୍ମୀୟତା ଥିଲା, ଆଜିର ଇ-ଚିଠିରେ ବା ମୋବାଇଲ୍‌ ମେସେଜରରେ ମିଳିବ କେଉଁଠୁ। ହାତଲେଖା ଚିଠିର କେତେ ମାନ ଅଭିମାନ, ସୁଖଦୁଃଖର ସ୍ମୃତିଗୁଡ଼ିକ କାଳକାଳ ଜୀବନ୍ତ କରି ମହକୁ ଥାଏ।
ଲକ୍ଷ୍ୟ କରାଯାଏ, ପ୍ରାୟ ସତୁରି ପ୍ରତିଶତ ଡାକ୍ତରଙ୍କର ଔଷଧ ଚିଠାରେ ଖରାପ ଅକ୍ଷର ଲେଖନ୍ତି। ଏହା କି ପ୍ରକାର ଅଭ୍ୟାସ ବୁଝିବା କଷ୍ଟକର। ତେବେ ଦୁଃଖର ବିଷୟ ପିଲାମାନଙ୍କର ପଠନ ଲିଖନ ବକ୍ତୃତା ଓ ଧୈର୍ଯ୍ୟ ଶକ୍ତିର ଦକ୍ଷତା କମିଯାଉଛି। ଛାତ୍ରୀଛାତ୍ରମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ସହ ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରତିଯୋଗିତା ଓ କୌଶଳ ଶିକ୍ଷା ଦିଆଯିବା ପାଇଁ ଅଭିଭାବକ ଓ କର୍ତ୍ତୃପକ୍ଷ ଗୁରୁତ୍ୱ ଦିଅନ୍ତୁ।

– ସୁଧୀର କୁମାର ନାୟକ
ମୋ:୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri